Vijayawada Women Viral Video Today / ହାଣ୍ଡି ନେଇ ଆସୁଥିଲେ ମହିଳା; ଝୁଣ୍ଟିବା ପରେ ତଳେ ଗଲେ ପଡ଼ି, ଆଉ ତାପରେ...
·1 hour ago·2 min read

Key Points
ବିଜୟୱାଡାରେ ଏକ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ପୋଲିସ ଏବେ ଘଟଣାର ତଦନ୍ତ କରୁଛି।
ସଦ୍ୟ ଆନ୍ଧ୍ରପ୍ରଦେଶର ବିଜୟୱାଡା ଅଞ୍ଚଳରେ ଘଟିଯାଇଛି ଏକ ଛାତି ଥରାଇ ଦେବା ଭଳି ଘଟଣା। ଯାହାକୁ ଦେଖିଲେ ଆପଣ ନିଜେ ଶିହରୀ ଉଠିବେ। ବିଜୟୱାଡ଼ା ଅଞ୍ଚଳରେ ସୁଜାତା ନାମକ ଜଣେ ମହିଳାଙ୍କ ଫୁଟୁଥିବା ସାମ୍ବର ପାତ୍ରରେ ପଡ଼ି ପ୍ରାଣ ହରାଇଛନ୍ତି। ସିସିଟିଭିରେ ଏହି ଦୁଃଖଦ ଘଟଣାର ଭିଡ଼ିଓ କଏଦ ହୋଇଛି। ଏହି ଦୁର୍ଘଟଣା ଘଟିବା ସମୟରେ ୨ ଜଣ ମହିଳା ଫୁଟୁଥିବା ସାମ୍ବର ଭର୍ତ୍ତି ହାଣ୍ଡି ବୋହି ନେଉଥିବାର ଭିଡିଓରେ ଦେଖିବାକୁ ମିଳିଛି।
ଭିଡିଓରେ କ’ଣ ଦେଖାଯାଉଛି?
ଭିଡିଓରେ ଦେଖାଯାଇଛି ଯେ ଦୁଇଜଣ ମହିଳା ଏକ ବଡ଼ ହାଣ୍ଡିରେ ଫୁଟୁଥିବା ସାମ୍ବର ପାତ୍ରକୁ ଧରି ଯାଉଛନ୍ତି। ସେହି ସମୟରେ ସେମାନଙ୍କ ମଧ୍ୟରୁ ଜଣେ ମହିଳା ହଠାତ୍ ହାଣ୍ଡିକୁ ତଳେ ପକାଇ ଦେଲେ। ଅନ୍ୟ ହାଣ୍ଡି ଧରିଥିବା ମହିଳା ଜଣଙ୍କ ଭାରସାମ୍ୟ ହରାଇ ଫୁଟୁଥିବା ସେହି ସାମ୍ବର ହାଣ୍ଡିରେ ପଡ଼ିଗଲେ। ସେ ପଡ଼ିଯିବାରୁ ଚିତ୍କାର କଲେ। ଏହି ଘଟଣା ସେଠାରେ ଚହଲ ଖେଳାଇ ଦେଇଥିଲା। ସେଠାରେ ଉପସ୍ଥିତ ରହିଥିବା ଲୋକ ତୁରନ୍ତ ସେହି ମହିଳାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ସେମାନେ ସେହି ମହିଳାଙ୍କୁ ଡାକ୍ତରଖାନାକୁ ନେଇଯିବାକୁ ଉଦ୍ୟମ କରିଥିଲେ। ପୀଡିତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ହେଲେ ସେ ଗୁରୁତର ଆଘାତ ପାଇଥିବା ଯୋଗୁଁ ତାଙ୍କର ଜୀବନ ବଞ୍ଚାଯାଇ ପାରିଲା ନାହିଁ।
ଏହା ସହ ପଢନ୍ତୁ: ଟଙ୍କା ନେଣ ଦେଣ ବିବାଦରୁ ଯୁବକଙ୍କ ଅପହରଣ; ରାସ୍ତାରେ ଚଳାଇବାର ଭିଡ଼ିଓ ଭାଇରାଲ
ପୋଲିସ ତଦନ୍ତ କରୁଛି
ପୋଲିସ କହିଛି ଯେ ଗତ ରବିବାର (୨୦ ସେପ୍ଟମ୍ବର) ବିଜୟୱାଡା ସହରର କେ.ଏଲ. ରାଓ ନଗର ଅଞ୍ଚଳରେ ୪୬ ବର୍ଷୀୟା ସୁଜାତା ଖାଦ୍ୟ ବ୍ୟବସ୍ଥା ତଦାରଖ କରୁଥିଲେ। ଯେଉଁଠାରେ ଏକ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା। ହେଲେ ସେତେବେଳେ ଏକ ଫୁଟୁଥିବା ପାତ୍ର ମଧ୍ୟରେ ପଡ଼ିଗଲେ। ଆୟୋଜକ ତୁରନ୍ତ ତାଙ୍କୁ ଡାକ୍ତରଖାନାକୁ ନେଇଗଲେ। ସୋମବାର ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ପୋଲିସ ଏକ ମାମଲା ରୁଜୁ କରି ଏହି ଘଟଣାର ତଦନ୍ତ କରୁଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories