Videos
|
Crime

Vizianagaram kidnapping / ଟଙ୍କା ନେଣ ଦେଣ ବିବାଦରୁ ଯୁବକଙ୍କ ଅପହରଣ; ରାସ୍ତାରେ ଚଳାଇବାର ଭିଡ଼ିଓ ଭାଇରାଲ

Subhramjit Ray
Browse all articles by Subhramjit Ray
·20 mins ago·2 min read
ଟଙ୍କା ନେଣ ଦେଣ ବିବାଦରୁ ଯୁବକଙ୍କ ଅପହରଣ; ରାସ୍ତାରେ ଚଳାଇବାର ଭିଡ଼ିଓ ଭାଇରାଲ
Vizianagaram kidnapping

Key Points

ଆନ୍ଧ୍ରପ୍ରଦେଶର ବିଜୟନଗରମ ଜିଲ୍ଲାରେ ୩୦ ହଜାର ଟଙ୍କାର ଦେୟ ବିବାଦକୁ ନେଇ ଜଣେ ଯୁବକଙ୍କୁ ଅପହରଣ ଏବଂ ବନ୍ଧକ ରଖାଯାଇଥିବା ଅଭିଯୋଗ ହୋଇଛି। ପରେ ତାଙ୍କୁ ମାଡ଼ ମରାଯାଇଥିଲା।
ଟଙ୍କା ନେଣ ଦେଣ ବିବାଦରୁ ଜଣେ ଯୁବକଙ୍କୁ ଅପହରଣ କରାଯାଇଥିବାର ଅଭିଯୋଗ। ସଦ୍ୟ ଆନ୍ଧ୍ରପ୍ରଦେଶର ବିଜୟନଗରମ ଜିଲ୍ଲାରେ ଘଟିଯାଇଛି ଏଭଳି ଘଟଣା। ଯେଉଁଠି ୩୦,୦୦୦ ଟଙ୍କାଙ୍କୁ ନେଇ ସୃଷ୍ଟି ହୋଇଥିବା ବିବାଦରୁ ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। ପୋଲିସ କହିବା ଅନୁଯାୟୀ, ରାଜେଶ ନାମକ ଯୁବକଙ୍କ ଉପରେ ବାଇକ କିଣିବା ଏବଂ ଦୁର୍ଘଟଣା ଖର୍ଚ୍ଚ ସମେତ ମୋଟ ୩୦ ହଜାର ଟଙ୍କା ଋଣ ଥିଲା। ଯାହାକୁ ନେଇ ବିବାଦ ଚାଲିଥିଲା। ଅଭିଯୋଗ ହୋଇଛି ଯେ ଗତ ଶନିବାର (୫ ସେପ୍ଟେମ୍ବର) ରାତିରେ ଅଭିଯୁକ୍ତ ରାଜେଶଙ୍କୁ ରାସ୍ତାରେ ଅଟକାଇ ଏକ ମେକାନିକ୍ ଶେଡ୍‌ ଠାରେ ରାତିସାରା ବନ୍ଧକ ରଖିଥିଲେ। ଏହା ପରଦିନ ଯେତେବେଳେ ସେ ଟଙ୍କା ଦେବାକୁ ମନା କରିଥିଲେ, ସେତେବେଳେ ତାଙ୍କୁ ମାଡ଼ ମାରିଥିଲେ, ତାଙ୍କ ପୋଷାକ ଚିରି ଫାଡ଼ି ପିନ୍ଧିଥିଲେ। ଏପରିକି ତାଙ୍କ ହାତ ଏବଂ ବେକରେ ରଶି ବାନ୍ଧି ଦେଇଥିଲେ।

ସ୍କୁଟରରେ ବାନ୍ଧିବାର ଭିଡ଼ିଓ ହୋଇଛି ଭାଇରାଲ
ପୋଲିସ କହିବା ଅନୁଯାୟୀ, ଅଭିଯୁକ୍ତ ରାଜେଶଙ୍କୁ ରାସ୍ତାରେ ଟାଣି ନେଇଥିଲା ଏବଂ ପରେ ତାଙ୍କୁ ସ୍କୁଟରରେ ବାନ୍ଧି ଦେଇଥିଲା। ଏହି ଘଟଣା ଭିଡି଼ଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହି ମାମଲା ପୋଲିସ ନଜରକୁ ଆସିଥିଲା। ପୋଲିସ ଅପହରଣ, ହତ୍ୟା ଉଦ୍ୟମ ଏବଂ ଏସସି/ଏସଟି ଆଇନ ସମେତ ବିଭିନ୍ନ ଧାରା ଅନୁଯାୟୀ ମାମଲା ରୁଜୁ କରି ସମସ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୋଲିସ କହିବା ଅନୁସାରେ ରାଜେଶ, ମେକାନିକ୍ ଭି. ମହେଶଙ୍କ ଠାରୁ ୨୫ ହଜାର ଟଙ୍କାରେ ଏକ ମୋଟର ସାଇକେଲ କିଣିବାକୁ ରାଜି ହୋଇଥିଲା। ଟେଷ୍ଟ ରାଇଡ୍ ପାଇଁ ଗାଡ଼ି ନେଉଥିବା ସମୟରେ, ରାଜେଶ ଜଣେ ପୋଲିସ କନଷ୍ଟେବଳଙ୍କ କାରକୁ ଧକ୍କା ଦେଇ ଏହାକୁ କ୍ଷତି ପହଞ୍ଚାଇଥିବା ଅଭିଯୋଗ ହୋଇଛି।

ଏହା ସହ ପଢନ୍ତୁ: ପ୍ରଥମେ ମନ୍ଦିରରେ କଲେ ପ୍ରବେଶ, ପରେ ମୂର୍ତ୍ତି ନେଇ ପୋଖରୀରେ ମାରିଲେ ଡିଆଁ; ରହସ୍ୟଘେରରେ ହାଇଦ୍ରାବାଦ ଇଞ୍ଜିନିୟରଙ୍କ ମୃତ୍ୟୁ

ଟଙ୍କା ଦେଇପାରିଲେ ନାହିଁ ରାଜେଶ
ମହେଶଙ୍କ ଭାଇ ଏହି ମାମଲା ସମାଧାନ ପାଇଁ କାର ମରାମତି ପାଇଁ କନଷ୍ଟେବଳଙ୍କୁ ୫୦୦୦ ଟଙ୍କା ଦେଇଥିବାର କୁହାଯାଉଛି। ପୋଲିସ କହିଛି ଯେ ପରେ ରାଜେଶ ମୋଟରସାଇକେଲ ଏବଂ ମରାମତି ପାଇଁ ୩୦ ହଜାର ଟଙ୍କା ଦେବାରେ ବିଫଳ ହୋଇଥିଲେ। ଏପରିକି ସେ ଏହି ଟଙ୍କା ଦେବାରେ ବିଳମ୍ବ କରୁଥିଲେ। ଏହା ପରେ, ମହେଶ ଏବଂ ତାଙ୍କ ବନ୍ଧୁ ଏଲ. ଶ୍ରୀରାମ ଗତ ଶନିବାର ରାଜେଶଙ୍କୁ ରାସ୍ତାରେ ଅଟକାଇଥିଲେ। ରାସ୍ତାରୁ ତାଙ୍କୁ ଅପହରଣ କରିଥିଲେ ଏବଂ ରାତିସାରା ବନ୍ଧକ ରଖିଥିଲେ। ରାଜେଶ ଯେତେବେଳେ କହିଲେ ଯେ ସେ ତୁରନ୍ତ ଟଙ୍କା ଦେଇପାରିବେ ନାହିଁ, ଅଭିଯୁକ୍ତ ପରଦିନ ସକାଳେ ତାଙ୍କୁ ଆକ୍ରମଣ କରିଥିଲେ।

ପୋଲିସ କହିଛି ଯେ ମହେଶ, ଶ୍ରୀରାମ ଏବଂ ସେମାନଙ୍କର ସହଯୋଗୀ ବି. ଭେଙ୍କଟ ରାଓ, ଏନ. ଗୋବିନ୍ଦ ଏବଂ ଭି. ଆପା ରାଓ ରାଜେଶଙ୍କ ସାର୍ଟ କାଢ଼ି ଦେଇଥିଲେ ଏବଂ ତାଙ୍କ ହାତ ଏବଂ ବେକରେ ରଶି ବାନ୍ଧି ଦେଇଥିଲେ। ସେମାନେ ତାଙ୍କୁ ରାସ୍ତାକୁ ଟାଣି ନେଇଯାଇଥିଲେ ଏକ ସ୍କୁଟରରେ ବାନ୍ଧିଥିଲେ। ଏହା ପରେ ଏକ ଗାଡ଼ି ପଛରେ ଟାଣି ନେଇଥିବାର ଅଭିଯୋଗ ହୋଇଛି। ଏହି ଘଟଣାର ଭିଡିଓ ରେକର୍ଡିଂ ହୋଇଯାଇଥିଲା। ଯାହା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସମସ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: