|
logo
Live

Argus News - ବିଜେପି ନେତାଙ୍କୁ ହତ୍ୟା ମାମଲାରେ ବଡ଼ ରାୟ; କଂଗ୍ରେସ ବିଧାୟକଙ୍କ ସହ ୧୬ ଜଣଙ୍କୁ ଆଜୀବନ ଜେଲ୍

Crime

MLA Gets Life Sentence / ବିଜେପି ନେତାଙ୍କୁ ହତ୍ୟା ମାମଲାରେ ବଡ଼ ରାୟ; କଂଗ୍ରେସ ବିଧାୟକଙ୍କ ସହ ୧୬ ଜଣଙ୍କୁ ଆଜୀବନ ଜେଲ୍

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ବିଜେପି ନେତାଙ୍କୁ ହତ୍ୟା ମାମଲାରେ ବଡ଼ ରାୟ; କଂଗ୍ରେସ ବିଧାୟକଙ୍କ ସହ ୧୬ ଜଣଙ୍କୁ ଆଜୀବନ ଜେଲ୍
Karnataka MLA Among 16 Sentenced for Life

Key Points

କଂଗ୍ରେସ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବିନୟ କୁଲକର୍ଣ୍ଣିଙ୍କ ସମେତ ୧୬ ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ବିଜେପି ନେତା ଯୋଗେଶ ଗୌଡ଼ା ହତ୍ୟାକାଣ୍ଡ ମାମଲାରେ କୋର୍ଟ ଏହି ରାୟ ଦେଇଛନ୍ତି ।
ବେଙ୍ଗାଳୁରୁ: ବିଜେପି ନେତା ଯୋଗେଶ ଗୌଡ଼ା ହତ୍ୟାକାଣ୍ଡ କର୍ଣ୍ଣାଟକ ରାଜନୀତିକୁ ଦୋହଲାଇ ଦେଇଥିଲା । ଏବେ ଉକ୍ତ ମାମଲାରେ ବେଙ୍ଗାଳୁରୁର ଏକ ସ୍ଵତନ୍ତ୍ର କୋର୍ଟ ଶୁକ୍ରବାର ଐତିହାସିକ ନିଷ୍ପତ୍ତି ଶୁଣାଇଛନ୍ତି । କଂଗ୍ରେସ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବିନୟ କୁଲକର୍ଣ୍ଣିଙ୍କ ସମେତ ୧୬ ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।

ବିଜେପି ନେତା ତଥା ଜିଲ୍ଲା ପଞ୍ଚାୟତ ସଦସ୍ୟ ଯୋଗଶ ଗୌଡ଼ାଙ୍କୁ ୨୦୧୬ ଜୁନ୍ ୧୫ରେ ହତ୍ୟା କରାଯାଇଥିଲା । ଧାରୱାଡ଼ରେ ଯୋଗଶଙ୍କୁ ତାଙ୍କ ଜିମ୍ ବାହାରେ ଅତି ବୀଭତ୍ସ ଭାବେ ହତ୍ୟା କରିଥିଲେ ଦୁର୍ବୃତ୍ତ ।

ଏଥିସହ ପଢ଼ନ୍ତୁ: ବାହାଘର ଭୋଜିରେ ହଜିଗଲା ମାନବିକତା; ୧୧ ବର୍ଷର ଛୁଆକୁ ତନ୍ଦୁର୍ ଚୁଲିକୁ ଫିଙ୍ଗିଦେଲା କ୍ୟାଟରିଂ ବୟ୍ !

ଯୋଗେଶଙ୍କୁ ହତ୍ୟା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତେବେ ପରିବାରର ଦାବି ଓ ରାଜନୈତିକ ଚାପରେ ପରେ ମାମଲାକୁ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା । ଏବେ ୧୦ ବର୍ଷ ପରେ କଂଗ୍ରେସ ବିଧାୟକଙ୍କ ସହ ୧୬ ଜଣଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ହୋଇଛି ।

ହତ୍ୟା ପାଇଁ ଯୋଜନାବଦ୍ଧ ଷଡ଼ଯନ୍ତ୍ର

ରାୟ ଶୁଣାଇବା ବେଳେ କୋର୍ଟ କହିଛନ୍ତି, "ଏହା କେବଳ ଏକ ହତ୍ୟାକାଣ୍ଡ ନୁହେଁ, ବରଂ ଯୋଜନାବଦ୍ଧ ଅପରାଧିକ ଷଡ଼ଯନ୍ତ୍ର ।" କୋର୍ଟ ଏହି ମାମଲାକୁ ହତ୍ୟା ଓ ଗମ୍ଭୀର ଅପରାଧିକ ଷଡ଼ଯନ୍ତ୍ର କହିଛନ୍ତି । ଦୋଷୀଙ୍କୁ ଆଜୀବନ ଜେଲ୍ ସହ କୋର୍ଟ ଜରିମାନା କରିଛନ୍ତି ।

କଂଗ୍ରେସ ବିଧାୟକ ବିନୟ କୁଲକର୍ଣ୍ଣିଙ୍କ ସହ ଆଉ ୧୫ ଜଣଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ହୋଇଛି । ସମସ୍ତ ଦୋଷୀଙ୍କୁ କୋର୍ଟ ୩୦ ହଜାର ଲେଖାଏଁ ଜରିମାନା କରିଛନ୍ତି । ମାମଲାରେ ଦୋଷୀ ସାବ୍ୟସ୍ତ ଅନ୍ୟ ଜଣଙ୍କୁ ୭ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି । ସ୍ଵତନ୍ତ୍ର କୋର୍ଟଙ୍କ ଏହି ରାୟ ବିରୋଧରେ ଦୋଷୀ ହାଇକୋର୍ଟ ଯାଇପାରିବେ ।

ଏଥିସହ ପଢ଼ନ୍ତୁ: କାଳ ହେଲା ସୋସିଆଲ ମିଡିଆ ପ୍ରେମ, ହଷ୍ଟେଲରୁ ଅପହରଣ...ହୋଟେଲରେ ଦୁଷ୍କର୍ମ

ରଦ୍ଦ ହେବ ବିଧାୟକ ପଦ !

ବିଜେପି ନେତା ଯୋଗେଶ ଗୌଡ଼ା ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ କଂଗ୍ରେସ ନେତା ବିନୟ କୁଲକର୍ଣ୍ଣି ଜଣେ ଜଣାଶୁଣା ନେତା । ସେ ସିଦ୍ଧରମୈୟା ସରକାରରେ ପୂର୍ବରୁ ମନ୍ତ୍ରୀ ବି ଥିଲେ । ଏବେ କୋର୍ଟଙ୍କ ଏହି ରାୟ ପରେ ତାଙ୍କ ବିଧାୟକ ପଦ ଉପରେ ଖଣ୍ଡା ଝୁଲୁଛି । ଆଇନ୍ ଅନୁସାରେ, କୌଣସି ନିର୍ବାଚିତ ପ୍ରତିନିଧିଙ୍କୁ ୨ ବର୍ଷରୁ ଅଧିକ ଜେଲ୍ ଦଣ୍ଡ ହେଲେ ତାଙ୍କର ସଦସ୍ୟତା ରଦ୍ଦ ହୋଇଥାଏ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
MLA Gets Life Sentence: ବିଜେପି ନେତାଙ୍କୁ ହତ୍ୟା ମାମଲାରେ ବଡ଼ ରାୟ; କଂଗ୍ରେସ ବିଧାୟକଙ୍କ ସହ ୧୬ ଜଣଙ୍କୁ ଆଜୀବନ ଜେଲ୍ | Argus News