Videos
|
Crime

Crime News / ଦୁଷ୍କର୍ମ ପରେ ନାବାଳିକାକୁ ହ*ତ୍ୟା; ଖସି ପଳାଇବା ବେଳେ ଅଭିଯୁକ୍ତକୁ ଗୁଳି କଲା ପୋଲିସ

Sushanta Sahoo
Browse all articles by Sushanta Sahoo
·52 mins ago·2 min read
ଦୁଷ୍କର୍ମ ପରେ ନାବାଳିକାକୁ ହ*ତ୍ୟା; ଖସି ପଳାଇବା ବେଳେ ଅଭିଯୁକ୍ତକୁ ଗୁଳି କଲା ପୋଲିସ
Accused Killed in Police Encounter

Key Points

ଗର୍ଜିଲା ପୋଲିସ ବନ୍ଧୁକ । ନିହତ ହେଲା ଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତ । ପଶ୍ଚିମବଙ୍ଗ ୨୪ ପ୍ରଗଣାରେ ମଙ୍ଗଳବାର ପୋଲିସ ଦୁଷ୍କର୍ମ ଓ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତକୁ ଗୁଳି କରିଛି ।
କୋଲକାତା: ୧୭ ବର୍ଷର ନାବାଳିକାଙ୍କୁ ପ୍ରଥମେ ଦୁଷ୍କର୍ମ ପରେ ହତ୍ୟା ମାମଲା । ଗର୍ଜିଲା ପୋଲିସ ବନ୍ଧୁକ । ନିହତ ହେଲା ଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତ । ପଶ୍ଚିମବଙ୍ଗ ୨୪ ପ୍ରଗଣାରେ ମଙ୍ଗଳବାର ପୋଲିସ ଦୁଷ୍କର୍ମ ଓ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତକୁ ଗୁଳି କରିଛି ।

ପୋଲିସ ସୂଚନା ଅନୁସାରେ, ଘଟଣାସ୍ଥଳରେ କ୍ରାଇମ୍ ସିନ ରିକ୍ରିଏସନ୍ ବେଳେ ଅଭିଯୁକ୍ତ ପୋଲିସ ଠାରୁ ବନ୍ଧୁକ ଛଡ଼ାଇ ନେଇ ପ୍ରଥମେ ଗୁଳିମାଡ଼ କରିଥିଲା । ଅଭିଯୁକ୍ତର ଗୁଳିମାଡ଼ରେ ୨ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଆତ୍ମରକ୍ଷା କରିବାକୁ ପୋଲିସର ପାଲଟା ଗୁଳିମାଡ଼ରେ ଅଭିଯୁକ୍ତ ପ୍ରହ୍ଳାଦ ଦାସ ନିହତ ହୋଇଛି ।

ଏଥିସହ ପଢ଼ନ୍ତୁ: ଦୀପାବଳି ପୂର୍ବରୁ କାର୍ବାଇଡ୍ ବନ୍ଧୁକ ଉପରେ ନିଆଗଲା ଆକ୍ସନ; ୬୪୫ କିଲୋଗ୍ରାମ କ୍ୟାଲସିୟମ କାର୍ବାଇଡ୍ ଜବତ 

ଅଭିଯୋଗ ଅନୁସାରେ, ଅକ୍ଟୋବର ୨୪ ତାରିଖ (ଶନିବାର) ଏକାଦଶ ଶ୍ରେଣୀରେ ପଢ଼ୁଥିବା ନାବାଳିକା ଜଣଙ୍କ ନିଖୋଜ ହୋଇଥିଲେ । ରବିବାର ନାବାଳିକାଙ୍କ ମୃତଦେହ ମିଳିବା ପରେ ପୋଲିସ ମୁଖ୍ୟ ଅଭିଯୁକ୍ତ ପ୍ରହ୍ଳାଦ ଦାସକୁ ଗିରଫ କରିଥିଲା । ସୋମବାର ରାତି ୨ଟା ୫୦ ସମୟରେ ଅଭିଯୁକ୍ତକୁ ପୋଲିସ ଗାଇଘାଟ ନେଇଥିଲା । କ୍ରାଇମ୍ ସିନ୍ ରିକ୍ରିଏସନ୍ କରି ଫେରିବା ବାଟରେ ପ୍ରହ୍ଳାଦ ପୋଲିସ ଠାରୁ ବନ୍ଧୁକ ଛଡ଼ାଇ ଗୁଳିମାଡ଼ କରିଥିଲା ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପୋଲିସ ଅନୁସାରେ, ଅଭିଯୁକ୍ତ ପ୍ରହ୍ଳାଦ ଜଣେ ପୋଲିସ ଏସ୍ ଆଇଙ୍କ ଠାରୁ ସର୍ଭିସ୍ ଗନ୍ ଛଡ଼ାଇ ନେଇ ଗୁଳିମାଡ଼ କରିଥିଲା । ଯେଉଁଥିରେ ୨ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ପୋଲିସ ଆତ୍ମରକ୍ଷା ପାଇଁ କରିଥିବା ଗୁଳିମାଡ଼ରେ ପ୍ରହ୍ଳାଦ ଗୁରୁତର ଆହତ ହୋଇଥିଲା । ତାକୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ତାର ମୃତ୍ୟୁ ହୋଇଛି ।

୪ ମାସରେ ଦ୍ଵିତୀୟ ଘଟଣା

ତେବେ ପଶ୍ଚିମବଙ୍ଗରେ ଦୁଷ୍କର୍ମ ଅଭିଯୁକ୍ତକୁ ଏନ୍‌କାଉଣ୍ଟରର ଏହା ଗତ ୪ ମାସ ମଧ୍ୟରେ ଦ୍ଵିତୀୟ ଘଟଣା । ଏହା ପୂର୍ବରୁ ଗତ ଜୁଲାଇ ମାସରେ ଦକ୍ଷିଣ ୨୩ ପ୍ରଗଣାର ବାରୁଈପୁରରେ ଜଣେ ୧୧ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା ।

ଏଥିସହ ପଢ଼ନ୍ତୁ: ହୋଟେଲ୍‌ରେ ହଠାତ୍ ଫୁଟିଲା ଗୁଳି; ୪ ଜଣଙ୍କ ମୃ*ତ୍ୟୁ, ଏକାଧିକ ଗୁରୁତର 

ସେତେବେଳେ ମଧ୍ୟ ଅଭିଯୁକ୍ତ ଜଣଙ୍କ କ୍ରାଇମ୍ ସିନ ରିକ୍ରିଏସନ୍ ପାଇଁ ଯିବା ବେଳେ ପୋଲିସ ଠାରୁ ବନ୍ଧୁକ ଛଡ଼ାଇ ଗୁଳିମାଡ଼ କରିଥିଲା । ପୋଲିସ ଆତ୍ମରକ୍ଷା ପାଇଁ ପାଲଟା ଗୁଳି କରିଥିଲା । ଯେଉଁଥିରେ ଅଭିଯୁକ୍ତ ପ୍ରଭାସ ମଣ୍ଡଳ ଆଖି ବୁଜିଥିଲା ।

ଏବେ ୧୭ ବର୍ଷର ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ମଧ୍ୟ ପୋଲିସ ଅଭିଯୁକ୍ତକୁ ଏନକାଉଣ୍ଟର କରିଛି । ଯାହାକୁ ନେଇ ପୀଡ଼ିତାଙ୍କ ବାପାମାଆ ପ୍ରତିକ୍ରିୟା ରଖିଛନ୍ତି । ସେମାନେ କହିଛନ୍ତି, "ପୋଲିସ ଯାହା କରିଛି, ଠିକ୍ କରିଛି ।"