Videos
|
National

Crime News / ଦୀପାବଳି ପୂର୍ବରୁ କାର୍ବାଇଡ୍ ବନ୍ଧୁକ ଉପରେ ନିଆଗଲା ଆକ୍ସନ; ୬୪୫ କିଲୋଗ୍ରାମ କ୍ୟାଲସିୟମ କାର୍ବାଇଡ୍ ଜବତ

Subhramjit Ray
Browse all articles by Subhramjit Ray
·42 mins ago·3 min read
ଦୀପାବଳି ପୂର୍ବରୁ କାର୍ବାଇଡ୍ ବନ୍ଧୁକ ଉପରେ ନିଆଗଲା ଆକ୍ସନ; ୬୪୫ କିଲୋଗ୍ରାମ କ୍ୟାଲସିୟମ କାର୍ବାଇଡ୍ ଜବତ
Gwalior Dist Admin Action Diwali

Key Points

ଦୀପାବଳି ପୂର୍ବରୁ, ଗ୍ୱାଲିୟର ପୋଲିସ ୬୪୫ କିଲୋଗ୍ରାମ କ୍ୟାଲସିୟମ୍ କାର୍ବାଇଡ୍ ଜବତ କରିଥିଲା। ଏହି ନିଷିଦ୍ଧ ରାସାୟନିକ ପଦାର୍ଥ କାର୍ବାଇଡ୍ ବନ୍ଧୁକରେ ବ୍ୟବହୃତ ହୁଏ।
ଦୀପାବଳି ପୂର୍ବରୁ ମଧ୍ୟ ପ୍ରଦେଶ ଗ୍ୱାଲିୟର ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପକ୍ଷରୁ କାର୍ବାଇଡ୍ ବନ୍ଧୁକ ବିରୋଧରେ ଆରମ୍ଭ ହୋଇଯାଇଛି ଏକ ବଡ଼ ଅଭିଯାନ। ଜିଲ୍ଲାର ବାହୋଦାପୁର ଥାନା ଅଧିନସ୍ଥ ଟ୍ରାନ୍ସପୋର୍ଟ ନଗର ଠାରେ ଦୁଇଟି ଗୋଦାମରେ ଚଢାଉ କରି ପୋଲିସ ୬୪୫ କିଲୋଗ୍ରାମ କ୍ୟାଲସିୟମ କାର୍ବାଇଡ୍ ଜବତ କରିଛି। ଯାହା କାର୍ବାଇଡ୍ ବନ୍ଧୁକରେ ବିସ୍ଫୋରକ ତିଆରି କରିବା ପାଇଁ ବ୍ୟବହୃତ ରାସାୟନିକ ପଦାର୍ଥ। ପୋଲିସ ଏବଂ ପ୍ରଶାସନ କହୁଛି ଯେ କାର୍ବାଇଡ୍ ବନ୍ଧୁକ କାରଣରୁ ଅନେକ ଲୋକ ପୋଡ଼ିଯିବା, ଦୃଷ୍ଟିଶକ୍ତି ହରାଇବା ଏବଂ ଗୁରୁତର ଆହତ ହେବାର ଘଟଣା ପ୍ରତିବର୍ଷ ଘଟୁଛି। ଜିଲ୍ଲାରେ ଏହାର ମହଜୁଦ ଏବଂ ବିକ୍ରୟକୁ ନିଷିଦ୍ଧ କରାଯାଇଛି।

କାରବାଇଡ୍ ବନ୍ଧୁକ ଉପରେ ରହିଛି ଧ୍ୟାନ; ଜାରି ରହିଛି କାର୍ଯ୍ୟାନୁଷ୍ଠାନ
ଏନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଏହି ରାସାୟନିକ ପଦାର୍ଥ କାର୍ବାଇଡ୍ ବନ୍ଧୁକରେ ବ୍ୟବହୃତ ହୋଇଥାଏ। ଯେତେବେଳେ ଏହା ପାଣି ସଂସ୍ପର୍ଶରେ ଆସେ, ସେତେବେଳେ ଏହା ଏକ ଗ୍ୟାସ୍ ଉତ୍ପାଦନ କରିବା ସହ ଜୋରଦାର ବିସ୍ଫୋରଣ ସୃଷ୍ଟି କରିଥାଏ। ଏହି କାରଣରୁ ଅନେକ ଲୋକ ପର୍ବପର୍ବାଣୀ ସମୟରେ ଏହାକୁ ବାଣ ଭାବରେ ବ୍ୟବହାର କରିଥାନ୍ତି। ଦୀପାବଳି ସମୟରେ ଏହାର ବ୍ୟବହାର ରୋକିବା ପାଇଁ ଗ୍ୱାଲିୟର ପୋଲିସ ନିରନ୍ତର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।

ରାଜା ଷ୍ଟିଲ୍ ଗୋଦାମରୁ ୬୦୦ କିଲୋଗ୍ରାମ ରାସାୟନିକ ପଦାର୍ଥ ଜବତ
ଟ୍ରାନ୍ସପୋର୍ଟ ନଗର ରାଜା ଷ୍ଟିଲ୍ ଗୋଦାମରେ ବିପୁଳ ପରିମାଣର କ୍ୟାଲସିୟମ୍ କାର୍ବାଇଡ୍ ଗଚ୍ଛିତ ରହିଥିବାର ପୋଲିସ ଖବର ପାଇଥିଲା। ଏହା ପରେ, ପୋଲିସ ପ୍ରଭାରୀଜୟରାଜ କୁବେରଙ୍କ ନିର୍ଦ୍ଦେଶକ୍ରମେ ଏକ ଦଳ ଗଠନ କରାଯାଇଥିଲା। ସିଏସପି କୃଷ୍ଣ ପାଲ ସିଂହଙ୍କ ନେତୃତ୍ୱରେ ପୋଲିସ ଗୋଦାମରେ ତଲାସି କରିଥିଲା। ତଦନ୍ତ ସମୟରେ ସିଲ୍ ହୋଇଥିବା ୬ ଲୁହା ଡ୍ରମ୍‌ ମଧ୍ୟରେ ୬୦୦ କିଲୋଗ୍ରାମ କ୍ୟାଲସିୟମ୍ କାର୍ବାଇଡ୍ ମିଳିଥିଲା। ଗୋଦାମ ପରିଚାଳକ ରାକେଶ ପସରିଜାଙ୍କୁ ଷ୍ଟୋରେଜ୍ ଲାଇସେନ୍ସ ମାଗିଥିଲେ। ହେଲେ ସେ କୌଣସି ବୈଧ କାଗଜପତ୍ର ଦେଖାଇ ପାରିନଥିଲେ। ପରବର୍ତ୍ତୀ ସମୟରେ, ପୋଲିସ ସମ୍ପୂର୍ଣ୍ଣ ଷ୍ଟକ୍ ଜବତ କରିଥିଲା। ତାଙ୍କ ବିରୁଦ୍ଧରେ ବିଏନଏସ ଧାରା ୨୨୩ (A) ଅନୁଯାୟୀ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଥିଲା।

ଏଥି ସହ ପଢନ୍ତୁ:   ସ୍ପଷ୍ଟ ଦିବାଲୋକରେ ମନ୍ଦିରରୁ ଚୋରି; ଭକ୍ତ ବେଶରେ ଆସି ମହିଳା ଲୁଟି ନେଲେ ଦେବୀଙ୍କ ଅଳଙ୍କାର

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅନ୍ୟ ଏକ ଗୋଦାମରୁ ମଧ୍ୟ ଜବତ ହୋଇଥିଲା କାର୍ବାଇଡ୍
ଅପରେସନ ସମୟରେ ପୋଲିସ ଟ୍ରାନ୍ସପୋର୍ଟ ନଗର ସ୍ଥିତ ଛରିଆ ହାର୍ଡୱେର୍ ଷ୍ଟୋର ଠାରେ କ୍ୟାଲସିୟମ୍ କାର୍ବାଇଡ୍ ଗଚ୍ଛିତ ରହିଥିବାର ଖବର ପାଇଥିଲା। ଗୋଦାମରେ ଖୋଜାଖୋଜି କରିବା ପରେ ପୋଲିସ ଏକ ଲୁହା ଡ୍ରମ୍ ମଧ୍ୟ‌ରେ ୪୫ କିଲୋଗ୍ରାମ କ୍ୟାଲସିୟମ୍ କାର୍ବାଇଡ୍ ପାଇଥିଲା। ଷ୍ଟୋର ମାଲିକ ଅନିଲ କୁମାର ଛରିଆ ମଧ୍ୟ ଲାଇସେନ୍ସ ଦେଖାଇପାରି ନଥିଲେ। ପୋଲିସ ସାମଗ୍ରୀ ଜବତ କରି ତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏପରି ଭାବରେ ମୋଟ ୬୪୫ କିଲୋଗ୍ରାମ କ୍ୟାଲସିୟମ କାର୍ବାଇଡ୍ ଜବତ କରିଥିଲା।

ଜିଲ୍ଲାରେ ପୂର୍ବରୁ କାର୍ଯ୍ୟକାରୀ ହୋଇଛି ନିଷେଧାଦେଶ
ଗତ ଗୁରୁବାର (ଅକ୍ଟୋବର ୨୨) ଗ୍ୱାଲିୟର ଜିଲ୍ଲାପାଳ, ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS) ଧାରା ୧୬୩ ଅନୁଯାୟୀ କ୍ୟାଲସିୟମ କାର୍ବାଇଡ୍ ପ୍ରସ୍ତୁତି, ସଂରକ୍ଷଣ ଏବଂ ବିକ୍ରୟ ଉପରେ ନିଷେଧାଦେଶ ଜାରି କରିଥିଲେ। ଏହା ସତ୍ତ୍ୱେ, ଉଭୟ ଗୋଦାମରେ ବହୁ ପରିମାଣର ରାସାୟନିକ ପଦାର୍ଥ ଗଚ୍ଛିତ ହୋଇଥିଲା। ପୋଲିସ ଏବେ ତଦନ୍ତ କରୁଛି ଯେ ଏହି ସାମଗ୍ରୀ କେଉଁଠାରେ ଯୋଗାଣ କରାଯିବା ଏବଂ କାହାକୁ ଯୋଗାଇବା ପାଇଁ ଉଦ୍ଦିଷ୍ଟ ଥିଲା।

କାର୍ବାଇଡ୍ ବନ୍ଧୁକ ବଡ଼ ଦୁର୍ଘଟଣାର କାରଣ ପାଲଟିଥାଏ
ପ୍ରଶାସନ କହିଛି ଯେ କାର୍ବାଇଡ୍ ବନ୍ଧୁକ ବ୍ୟବହାର ଯୋଗୁଁ ପ୍ରତିବର୍ଷ ଦୀପାବଳିରେ ଗୁରୁତର ଦୁର୍ଘଟଣା ଘଟିଥାଏ। ଜୋରଦାର ବିସ୍ଫୋରଣ ହେବାରୁ ଅନେକ ଲୋକଙ୍କ ହାତ, ମୁହଁ ଏବଂ ଆଖିରେ ଆଘାତ ଲାଗିଥାଏ। ଅନେକ କ୍ଷେତ୍ରରେ ଦୃଷ୍ଟିଶକ୍ତି ହରାଇବା ଭଳି ସ୍ଥାୟୀ କ୍ଷତି ହୋଇଥାଏ। ଏହି ବିପଦକୁ ଦୃଷ୍ଟିରେ ରଖି ପ୍ରଶାସନ ଜିଲ୍ଲାରେ କାର୍ବାଇଡ୍ ବନ୍ଧୁକ ଏବଂ ସମ୍ପର୍କିତ ରାସାୟନିକ ପଦାର୍ଥ ବିରୋଧରେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି।

ପୂର୍ବରୁ ନିଆଯାଇଥିବା ପ୍ରମୁଖ କାର୍ଯ୍ୟାନୁଷ୍ଠାନ
ପୂର୍ବରୁ ଜିଲ୍ଲା ପ୍ରଶାସନ ସହ ମିଶି ପୋଲିସ ଟିମ୍ କାର୍ବାଇଡ୍ ବନ୍ଧୁକ ବିରୋଧରେ ଏକ ଅଭିଯାନ ଆରମ୍ଭ କରିଥିଲେ। ଚଢାଉ ବେଳେ ୫୭ କାର୍ବାଇଡ୍ ବନ୍ଧୁକ ଏବଂ ୫ ପ୍ୟାକେଟ ପୋଟାସ୍ ଜବତ କରିଥିଲେ। ପୋଲିସ କହିଛି ଯେ ଏହି ଅଭିଯାନ ଦୀପାବଳି ପର୍ଯ୍ୟନ୍ତ ଜାରି ରହିବ। ନିଷିଦ୍ଧ ସାମଗ୍ରୀ ସଂରକ୍ଷଣ, ବିକ୍ରୟ କିମ୍ବା ବ୍ୟବହାର କରୁଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।