Man Climbs Tower / ବାପଘରୁ ଫେରିଲାନି ସ୍ତ୍ରୀ; ଟାୱାର ଉପରେ ଚଢି ୩ ଘଣ୍ଟା ସ୍ଵାମୀର ହାଇଡ୍ରାମା
·3 hours ago·2 min read

Key Points
ସ୍ତ୍ରୀ ଘରକୁ ନଫେରିବାରୁ ହାଇଡ୍ରାମା
ଟାୱାର ଉପରେ ଚଢିଗଲା ସ୍ଵାମୀ
ଟାୱାର ଉପରେ ଚଢିଗଲା ସ୍ଵାମୀ
ଉତ୍ତରପ୍ରଦେଶ କୌଶାମ୍ବୀ ଜିଲ୍ଲାରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ସ୍ତ୍ରୀ ବାପଘରୁ ନ ଫେରିବା ପରେ ଜଣେ ଯୁବକ ବିଦ୍ୟୁତ ଟାୱାର ଉପରେ ଚଢି ହଙ୍ଗାମା ସୃଷ୍ଟି କରିଛନ୍ତି । ହଠାତ୍ ଜଣେ ଯୁବକଙ୍କୁ ବହୁ ଉଚ୍ଚ ଟାୱାର ଉପରେ ଦେଖି ଲୋକେ ଚକିତ ହୋଇପଡ଼ିଥିଲେ । ଦେଖୁଦେଖୁ ଟାୱାର ନିକଟରେ ବହୁ ସଂଖ୍ୟାରେ ଲୋକେ ଭିଡ଼ ଜମାଇଥିଲେ । ଯୁବକ ଜଣକ ପ୍ରାୟ ୩ ଘଣ୍ଟା ପର୍ଯ୍ୟନ୍ତ ଟାୱାର ଉପରେ ବସି ରହିଥିଲେ । ଗାଁଲୋକେ ଯେତେ କହିଲା ପରେ ବି ତଳକୁ ଓହ୍ଲାଇନଥିଲେ । ଶେଷରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ।
ଏହି ଘଟଣାଟି ପିପରି ଥାନା ଅଞ୍ଚଳର ମଖଦୁମପୁର ଗାଁରୁ ଆସିଛି । ଏଠାକାର ସ୍ଥାନୀୟ ଅଧିବାସୀ ଅନୁପ ପୁତ୍ର ମାଝିଲଙ୍କ ପତ୍ନୀ ଗୁଡ୍ଡି ଦେବୀ ରାକ୍ଷୀ ପୂର୍ଣ୍ଣିମା ପାଇଁ ବାପଘରକୁ ଯାଇଥିଲେ । ବୁଧବାର ଅପରାହ୍ନ ସମୟରେ ଅନୁପ ଫୋନ କରି ସ୍ତ୍ରୀକୁ ଘରକୁ ଫେରି ଆସିବାକୁ କହିଥିଲେ । ମାତ୍ର ଗୁଡ୍ଡୀ କୌଣସି କାରଣବଶତଃ ଶାଶୂଘରକୁ ଫେରିବେ ନାହିଁ ବୋଲି କହିଥିଲେ । ସ୍ତ୍ରୀ ଘରକୁ ଫେରିବାକୁ ସିଧାସିଧା ମନା କରିବା ପରେ ଯୁବକ ଜଣକ ରାଗିଯାଇଥିଲେ ।
ପଢନ୍ତୁ ଏହି ଖବର: ଚାକିରି ପାଇଁ ମୋବାଇଲ୍ ଟାୱାର ଉପରେ ଚଢ଼ି ଯୁବକଙ୍କ ଜୀବନ ହାରିବାକୁ ଧମକ

- ଟାୱାର ଉପରେ ଚଢିଗଲା ଯୁବକ
ପଢନ୍ତୁ ଏହି ଖବର: ଚାକିରି ପାଇଁ ମୋବାଇଲ୍ ଟାୱାର ଉପରେ ଚଢ଼ି ଯୁବକଙ୍କ ଜୀବନ ହାରିବାକୁ ଧମକ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ୩ ଘଣ୍ଟା ପର୍ଯ୍ୟନ୍ତ ଟାୱାର ଉପରେ ଯୁବକ
Related Topics
Explore more stories