Videos
|
Crime

Shocking Case / ନିର୍ଭୟା କାଣ୍ଡଠୁ ଆହୁରି ଭୟଙ୍କର; ଗଣଦୁଷ୍କର୍ମ କଲେ, ପ୍ରତିବାଦ କରିବାରୁ ଶରୀରରେ ବ୍ଲେଡ୍ ମାରିଲେ

Debashree Debasmita Sahoo
Browse all articles by Debashree Debasmita Sahoo
·1 month ago·2 min read
ନିର୍ଭୟା କାଣ୍ଡଠୁ ଆହୁରି ଭୟଙ୍କର; ଗଣଦୁଷ୍କର୍ମ କଲେ, ପ୍ରତିବାଦ କରିବାରୁ ଶରୀରରେ ବ୍ଲେଡ୍ ମାରିଲେ
Sexual Assault

Key Points

ବିହାରରୁ ଆସିଛି ଛାତିଥରା ଘଟଣା
ମହିଳାଙ୍କୁ ଗଣଦୁଷ୍କର୍ମ କଲେ
ପ୍ରତିବାଦ କରିବାରୁ ଶରୀରରେ ବ୍ଲେଡ୍ ମାରିଲେ
ଏ ଖବର ପଢିଲେ ଆପଣ ବି କହିବେ ସେ ମଣିଷ ପଣିଆକୁ ଧିକ୍ । ଏପରି ହୀନ ଘଟଣା ଜାଣିଲେ, ସେ ମଣିଷ ନା ରାକ୍ଷସ ଆପଣ ବି ଚିନ୍ତା କରିବେ । ବିହାରରୁ ଆସିଥିବା ଏହି ଦୁଷ୍କର୍ମ ଘଟଣାଟି ଛାତି ଥରାଇ ଦେଇଛି । ମହିଳାଙ୍କୁ ଦୁଷ୍କର୍ମ କରିବା ପରେ ଅଭିଯୁକ୍ତମାନେ ଯେଉଁ ଶାରୀରିକ ଆଘାତ ଦେଇଛନ୍ତି ତାହା ସମସ୍ତଙ୍କୁ ଭୟଭୀତ କରିଛି । ଦୁଷ୍କର୍ମ କରିବା ପରେ ମହିଳାଙ୍କ ଶରୀରରେ ବ୍ଲେଡ୍ ମାରିଛନ୍ତି ୫ଜଣ ରାକ୍ଷସ ପ୍ରକୃତିର ମଣିଷ।

ବିହାରର ବେଗୁସରାଇରେ ୫ ଜଣ ବ୍ୟକ୍ତି ଏକ ଘରେ ପଶି ପ୍ରଥମେ ଘର ମାଲିକଙ୍କୁ ବନ୍ଦ କରିଦେଲେ ଏବଂ ତାଙ୍କ ସ୍ତ୍ରୀଙ୍କୁ ନିର୍ମମ ଭାବରେ ଗଣଦୁଷ୍କର୍ମ କଲେ । ଏହାପରେ ମହିଳା ଜଣକ ଅଚେତ୍ ହୋଇଯାଇଥିବାବେଳେ ତାଙ୍କ ତଳି ପେଟରେ ପ୍ରବଳ ଯନ୍ତ୍ରଣା ହୋଇଥିଲା । ଚିକିତ୍ସା ବେଳେ ଡାକ୍ତରମାନେ ହଠାତ୍ ଅବାକ୍ ହୋଇଯାଇଥିଲେ କାରଣ ପୀଡ଼ିତାଙ୍କ ଗୁପ୍ତାଙ୍ଗରୁ ଏକ ଅଫୁଟା ଗୁଳି, ପଥର ଏବଂ କାଠ ଖଣ୍ଡ ବାହାରିଥିଲା ।

  • ସେଦିନ ରାତିରେ କଣ ଘଟିଥିଲା ?
ଘଟଣାଟି ଜୁନ ୧୧ ତାରିଖରେ ଚକିୟା ପୋଲିସ ଷ୍ଟେସନ୍ ନିକଟରେ ଘଟିଥିଲା । ପୀଡିତା କହିଛନ୍ତି ଯେ ରାତି ପ୍ରାୟ ୧୧.୩୦ଟାରେ ସେ ଶୌଚାଳୟକୁ ଯାଇଥିବା ବେଳେ ହଠାତ୍ ୫ଜଣ ବ୍ୟକ୍ତି ଜୋରଜବରଦସ୍ତ ତାଙ୍କ ଘରେ ପ୍ରବେଶ କରିଥିଲେ । ଏହାପରେ ତାଙ୍କ ସ୍ୱାମୀଙ୍କୁ ଏକ କୋଠରୀରେ ବନ୍ଦ କରିଦେଇଥିଲେ । ପୀଡ଼ିତା ବାହାରକୁ ଆସିବା ପରେ ସେମାନେ ତାଙ୍କ କଣ୍ଠରୋଧ କରି ତାଙ୍କୁ ତାଙ୍କ ଘର ବାହାରେ ଏକ ନିର୍ଜନ ସ୍ଥାନକୁ ନେଇ ଯାଇଥିଲେ ଏବଂ ଗଣଦୁଷ୍କର୍ମ କରିଥିଲେ। ଯେତେବେଳେ ସେ ଚିତ୍କାର କରି ଆଖପାଖ ଲୋକଙ୍କୁ ଜଣାଇବାକୁ ଚେଷ୍ଟା କରିଥିଲେ, ସେମାନେ ତାଙ୍କ ଛାତି ଏବଂ ଜଙ୍ଘକୁ ଏକ ବ୍ଲେଡରେ କାଟିଥିଲେ ।

  • ପୀଡ଼ିତା ବଖାଣିଲେ ଛାତିଥରା ମୁହୂର୍ତ୍ତ
ନିର୍ମମ ଘଟଣାର ଶିକାର ହୋଇଥିବା ପୀଡ଼ିତା କହିଛନ୍ତି, "ମୁଁ ମୋ ସାନ ବୋହୂକୁ ଫୋନ୍ କଲି ଏବଂ ସେ ଆସି ମୋ ସ୍ୱାମୀଙ୍କୁ ବାହାର କରି ପୋଲିସକୁ ଡାକିଲେ । ଆମକୁ ଡାକ୍ତରଖାନା ନେଲେ । ମୋର ଚିକିତ୍ସା କରାଯାଇଥିଲା, କିନ୍ତୁ ମୋର ଗୁପ୍ତାଙ୍ଗରେ ନିରନ୍ତର ଯନ୍ତ୍ରଣା ହେଉଥିଲା। ସେହି ଡାକ୍ତରୀ ପରୀକ୍ଷା ସମୟରେ ଡାକ୍ତରମାନେ କହିଥିଲେ ଯେ ଅପରାଧ ସମୟରେ ହୋଇଥିବା ଆଘାତ ଯୋଗୁଁ ଯନ୍ତ୍ରଣା ହେଉଛି । ତା'ପରେ ଆମେ ଘରକୁ ଗଲୁ । ମୁଁ ବହୁତ ଯନ୍ତ୍ରଣା ଅନୁଭବ କରୁଥିଲି, ତେଣୁ ଆମେ ପୁଣି ସଦର ଡାକ୍ତରଖାନାକୁ ଆସିଲୁ । ଡାକ୍ତରୀ ପରୀକ୍ଷା ସମୟରେ ଗୋଟିଏ ଗୁଳି, ଗୋଟିଏ ପଥର ଏବଂ କାଠ ଖଣ୍ଡ ବାହାର କରାଯାଇଥିଲା ।" ପୀଡ଼ିତା ଜଣକ ଅଚେତ ହୋଇଯାଇଥିବାରୁ ଏସବୁ ଜାଣିପାରିନଥିଲେ ।

ପଢନ୍ତୁ ଏହି ଖବର: ମିଛ ଖବର ଦେଇ ହୋଟେଲକୁ ନେଲା; ଦୁଷ୍କର୍ମ କଲା ପଡ଼ୋଶୀ

  • ମାସେ ପୂର୍ବରୁ ୩ଜଣ ତାଙ୍କ ଘରେ ପଶିଥିଲେ
ସେ କହିଛନ୍ତି ଯେ ଗତ ୩ ମାସ ପୂର୍ବରୁ, ତିନି ଜଣ ଅପରାଧୀ ତାଙ୍କ ଘରେ ପଶି ତାଙ୍କୁ ମାଡ଼ ମାରିଥିଲେ । ସେମାନେ ଟଙ୍କା ଏବଂ ଅଳଙ୍କାର ନେଇ ପଳାଇବା ପୂର୍ବରୁ ତାଙ୍କ ସହିତ ଯୌନ ନିର୍ଯାତନା କରିବାକୁ ମଧ୍ୟ ଚେଷ୍ଟା କରିଥିଲେ । ପୀଡ଼ିତା ଅଭିଯୋଗ କରିଛନ୍ତି ଯେ ପୋଲିସକୁ ଖବର ଦିଆଯାଇଥିଲା, କିନ୍ତୁ ସେମାନେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲେ । ଅନ୍ୟପଟେ ଡିଏସପି ଆନନ୍ଦ କୁମାର ପାଣ୍ଡେ ଘଟଣାର ସାଇଣ୍ଟିଫିକ୍ ତଦନ୍ତ ହେଉଥିବା କହିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Bihar Horror: Woman Gang-Raped, Bullet Inserted in Private Parts; Brutal Assault Shocks State | Argus News