|
logo
Live
Argus News App
GET APP

Argus News - ଘରେ ଛାଡ଼ିଦେବେ କହି ଚଳନ୍ତା କାର୍‌ରେ ଗଣଦୁଷ୍କର୍ମ ! ବନ୍ଧାହେଲେ IT କମ୍ପାନୀର CEO

Crime

Crime / ଘରେ ଛାଡ଼ିଦେବେ କହି ଚଳନ୍ତା କାର୍‌ରେ ଗଣଦୁଷ୍କର୍ମ ! ବନ୍ଧାହେଲେ IT କମ୍ପାନୀର CEO

Sushanta Sahoo
Browse all articles by Sushanta Sahoo
·3 months ago·2 min read
ଘରେ ଛାଡ଼ିଦେବେ କହି ଚଳନ୍ତା କାର୍‌ରେ ଗଣଦୁଷ୍କର୍ମ ! ବନ୍ଧାହେଲେ IT କମ୍ପାନୀର CEO
Birthday Party Turns Horror

Key Points

ରାତି ୯ଟାରୁ ଆରମ୍ଭ ହୋଇ ଜନ୍ମଦିନ ପାର୍ଟି ରାତି ସାଢ଼େ ଗୋଟାଏ ପର୍ଯ୍ୟନ୍ତ ଚାଲିଥିଲା । ସମସ୍ତେ ପେଟେ ପେଟେ ମଦ ପିଇଥିଲେ । ପୀଡ଼ିତା ବି ଅତ୍ୟଧିକ ମଦ୍ୟପାନ କରିଥିଲେ ।
ନୂଆଦିଲ୍ଲୀ: ଜନ୍ମଦିନ ପାଳିଲେ, ତଣ୍ଟି ପର୍ଯ୍ୟନ୍ତ ପିଇଲେ । ଅଧ ରାତିରେ ଘର ଛାଡ଼ି ଦେବେ କହି ସହକର୍ମୀ ଯୁବତୀଙ୍କୁ କାର୍‌ରେ ବସାଇଲେ ଆଇଟି କମ୍ପାନୀର ସିଇଓ । ଆଉ ଚଳନ୍ତା କାର୍‌ରେ କଲେ ଗୁଣଦୁଷ୍କର୍ମ । ଏଭଳି ଅଭିଯୋଗ ଆସିଛି ରାଜସ୍ଥାନର ଉଦୟପୁରରୁ ।

ଅଭିଯୋଗ ଅନୁସାରେ, ଏକ ଘରୋଇ ଆଇଟି କମ୍ପାନୀରେ କାର୍ଯ୍ୟ କରୁଥିବା ଯୁବତୀଙ୍କ ଜନ୍ମଦିନ ଥିଲା ଡିସେମ୍ବର ୨୦ରେ । ଜନ୍ମଦିନ ପାର୍ଟି ପାଇଁ କମ୍ପାନୀ ସିଇଓଙ୍କ ସହ ମହିଳା ପରିଚାଳନା ମୁଖ୍ୟ ଏବଂ ତାଙ୍କ ସ୍ଵାମୀ ଆସିଥିଲେ । ରାତି ୯ଟାରୁ ଆରମ୍ଭ ହୋଇ ଜନ୍ମଦିନ ପାର୍ଟି ରାତି ସାଢ଼େ ଗୋଟାଏ ପର୍ଯ୍ୟନ୍ତ ଚାଲିଥିଲା । ସମସ୍ତେ ପେଟେ ପେଟେ ମଦ ପିଇଥିଲେ । ପୀଡ଼ିତା ବି ଅତ୍ୟଧିକ ମଦ୍ୟପାନ କରିଥିଲେ ।

ଏଥିସହ ପଢ଼ନ୍ତୁ: ସ୍ତ୍ରୀ ଉପରେ ପେଟ୍ରୋଲ ଢାଳି ଲଗାଇଦେଲା ନିଆଁ; କୁନି ଝିଅକୁ ବି ଠେଲିଦେଲା ନୃଶଂସ

ସୂଚନା ଅନୁସାରେ, ମଦ୍ୟପାନ ପରେ ଯୁବତୀଙ୍କ ସ୍ଵାସ୍ଥ୍ୟ ବିଗିଡ଼ିବାରେ ଲାଗିଥିଲା । ପାର୍ଟିରେ ସାଥିରେ ଥିବା ସିଇଓ ଓ ସହକର୍ମୀ ଦମ୍ପତି ଯୁବତୀଙ୍କୁ ଘରେ ଛାଡ଼ି ଦେବେ ବୋଲି କହିଥିଲେ ।

କିନ୍ତୁ ପୀଡ଼ିତାଙ୍କୁ ଘରେ ଛାଡ଼ିବା ପରିବର୍ତ୍ତେ ଚଳନ୍ତା କାର୍‌ରେ ଗଣଦୁଷ୍କର୍ମ କରିଥିବା ପୋଲିସରେ ଅଭିଯୋଗ ହୋଇଛି । ବାଟରେ ସିଇଓ କାର୍ ଅଟକାଇବା ସହ ଏକ ସିଗାରେଟ୍ କିଣି ଯୁବତୀଙ୍କୁ ଦେଇଥିଲେ । ଯାହା ପରେ ସେ ଅଚେତ୍ ହୋଇ ପଡ଼ିଥିଲେ । ସକାଳୁ ଉଠିବା ପରେ ତାଙ୍କ ସହ ଅସଦାଚରଣ କରାଯାଇଥିବା ସେ ଏତଲାରେ ଲେଖିଛନ୍ତି ।

ଏଥିସହ ପଢ଼ନ୍ତୁ: ପଶୁ ବୋଲି... ପ୍ରାଣୀ ଚିକିତ୍ସାଳୟରେ ରାତିରେ ବିଲେଇ ଉପରେ ଢାଳିଦେଲେ ଥଣ୍ଡା ପାଣି ! ଚାଲିଗଲା ଜୀବନ

ପୀଡ଼ିତାଙ୍କ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଉଦୟପୁର ଏସ୍‌ପି ଯୋଗେଶ ଗୋୟଲ କହିଛନ୍ତି, "ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ ୩ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଅଭିଯୁକ୍ତ ଅଟକ ଅଛନ୍ତି, ଜେରା କରାଯାଉଛି । ପୀଡ଼ିତା ଓ ଅଭିଯୁକ୍ତଙ୍କ ଡାକ୍ତରୀମାଇନା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ।"

ଉକ୍ତ କାର୍‌ରେ ଲାଗିଥିବା ୱେବକାମକୁ ପୋଲିସ ତଦନ୍ତ ପରିସରକୁ ନେଇଛି । ମିଳିଥିବା ପ୍ରମାଣ ଆଧାରରେ କମ୍ପାନୀ ସିଇଓ ଜିତେଶ ସିସୋଡିଆ, ପରିଚାଳନା ମୁଖ୍ୟ ଶିଳ୍ପା ସିରୋହି ଏବଂ ଶିଳ୍ପାଙ୍କ ସ୍ଵାମୀ ଗୌରବଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଉଦୟପୁର ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Crime: ଘରେ ଛାଡ଼ିଦେବେ କହି ଚଳନ୍ତା କାର୍‌ରେ ଗଣଦୁଷ୍କର୍ମ ! ବନ୍ଧାହେଲେ IT କମ୍ପାନୀର CEO | Argus News