Videos
|
Crime

Bhubaneswar Sword Attack / ରାଜଧାନୀରେ ପୁଣି ବୁଲିଲା ଖଣ୍ଡା, ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

Santosh Kumar Sahoo
Browse all articles by Santosh Kumar Sahoo
·2 months ago·1 min read
ରାଜଧାନୀରେ ପୁଣି ବୁଲିଲା ଖଣ୍ଡା, ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ
Sword Attack

Key Points

ରାଜଧାନୀରେ ପୁଣି ବୁଲିଲା ଖଣ୍ଡା
ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ
କ୍ୟାପିଟାଲ ଥାନା ଫାଳିକିଆ ବସ୍ତିରେ ପୂର୍ବ ଶତ୍ରୁତାରୁ ଆକ୍ରମଣ
ପୁଣି ରକ୍ତରଞ୍ଜିତ ହେଲା ଭୁବନେଶ୍ବର । ରାଜଧାନୀରେ ପୁଣି ବୁଲିଲା ଖଣ୍ଡା । ଦିନ ଦ୍ୱିପ୍ରହରରେ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । କ୍ୟାପିଟାଲ ଥାନା ଫାଳିକିଆ ବସ୍ତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକକୁ ଗୋଡାଇ ଗୋଡାଇ ଖଣ୍ଡାରେ ଆକ୍ରମଣ ହୋଇଛି । ଖଣ୍ଡା ଆକ୍ରମଣରେ ଗୁରୁତର ଯୁବକ ଜଣକ ହେଉଛନ୍ତି ଡି. ହାରି କ୍ରିଷ୍ଣା ।

ଅଧିକ ପଢ଼ନ୍ତୁ: ସୌମ୍ୟ ଭିଡ ହତ୍ୟା ମାମଲା, ଗିରଫ ହେଲା ପ୍ରଦୀପ, ସଂଖ୍ୟା ପହଞ୍ଚିଲା ୧୮ରେ


ତେବେ ଏହି ମରଣାନ୍ତକ ଆକ୍ରମଣରେ ଯୁବକ ଜଣକ ଗୁରୁତର ଆହତ ହୋଇଥିବାବେଳେ, ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣା ପରେ ଥାନାରେ ଅଭିଯୋଗ ହେବା ପରେ କ୍ୟାପିଟାଲ ଥାନା ପୋଲିସ୍‌ ତଦନ୍ତ ଆରମ୍ଭ କରିଛି । ଦିନ ଦ୍ବିପ୍ରହରରେ ଏଭଳି ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିବା ଆକ୍ରମଣକାରୀଙ୍କୁ ଧରିବା ପାଇଁ ପୋଲିସ ତନାଘନା ଜାରି ରଖିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sword Attack in Bhubaneswar: Youth Chased and Assaulted in Broad Daylight | Argus News