Bhubaneswar Crime / ବନ୍ଧୁକ ସହ ଖେଳ ହେଲା କାଳ ! ଭୋଜି ମଝିରେ ଗୁଳି ଫୁଟି ଯୁବକ ମୃ*ତ
·18 mins ago·2 min read

Key Points
ନୂଆ ବନ୍ଧୁକ ଆଣିବା ଖୁସିରେ ଭୋଜି
ଗୁଳି ଫୁଟି ଚାଲିଗଲା ଯୁବକଙ୍କ ଜୀବନ
ପୋଲିସ ତଦନ୍ତରେ ଖୋଲିଲା ରହସ୍ୟ
ଗୁଳି ଫୁଟି ଚାଲିଗଲା ଯୁବକଙ୍କ ଜୀବନ
ପୋଲିସ ତଦନ୍ତରେ ଖୋଲିଲା ରହସ୍ୟ
ନୂଆ ବନ୍ଧୁକ ଆଣିବାର ଖୁସିରେ ଚାଲିଥିଲା ଭୋଜିଭାତ ଓ ମଉଜମଜଲିସ୍ । ସମସ୍ତେ ଖୁସିରେ ମସଗୁଲ୍ ଥିବା ବେଳେ ହଠାତ୍ ଘଟିଗଲା ଏକ ଅଘଟଣ । ବନ୍ଧୁକରୁ ଫୁଟିଲା ଗୁଳି, ଆଉ ଚାଲିଗଲା ଜଣେ ଯୁବକଙ୍କ ଜୀବନ । ଖୁସିର ମାହୋଲ୍ କ୍ଷଣକ ମଧ୍ୟରେ ପାଲଟିଗଲା ଶୋକର ଛାୟା । ଏଭଳି ଏକ ଦୁଃଖଦ ଘଟଣାରେ ମୃତ୍ୟୁବରଣ କରିଛନ୍ତି ତପୁ ନାମକ ଜଣେ ଯୁବକ।
ପୋଲିସର ତଦନ୍ତ ଅନୁସାରେ, ରାତିରେ ଏକ ସ୍ଥାନରେ ଭୋଜିଭାତର ଆସର ଜମିଥିଲା। ଏହି ସମୟରେ ପିକୁନ୍ ନାମକ ଜଣେ ଅଭିଯୁକ୍ତ ନୂଆ ବନ୍ଧୁକ ଆଣିଥିଲେ । ବନ୍ଧୁକ ଆଣିବା ଖୁସିରେ ସେଠାରେ ସେଲିବ୍ରେସନ୍ ଚାଲିଥିଲା। ସମସ୍ତେ ବନ୍ଧୁକକୁ ଧରି ଦେଖାଦେଖି ଓ ଖେଳାଖେଳି କରୁଥିବା ବେଳେ ହଠାତ୍ ବନ୍ଧୁକର ଟ୍ରିଗର୍ ଚାପି ହୋଇଯାଇଥିଲା । ଫଳରେ ଗୁଳିଟି ସିଧା ଯାଇ ତପୁଙ୍କ ଛାତିରେ ବାଜିଥିଲା। ଗୁଳିମାଡ଼ରେ ତପୁ ଗୁରୁତର ଆହତ ହୋଇଥିଲେ ।
ଘଟଣା ପରେ ତପୁ ଜୀବିତ ଥିବାରୁ ଅଭିଯୁକ୍ତମାନେ ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ। ହେଲେ ତାଙ୍କ ଅବସ୍ଥା ଅଧିକ ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ କହିଥିଲେ। ତେବେ ଘରୋଇ ହସ୍ପିଟାଲକୁ ନେବା ବାଟରେ ହିଁ ତପୁଙ୍କ ମୃତ୍ୟୁ ହୋଇଯାଇଥିଲା। ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ତେବେ ଘଟଣା ଏତିକିରେ ସରିନଥିଲା। ତପୁଙ୍କ ମୃତ୍ୟୁ ପରେ ଅଭିଯୁକ୍ତମାନେ ହସ୍ପିଟାଲରୁ ଫେରାର ହେବାକୁ ଉଦ୍ୟମ କରୁଥିଲେ। ହେଲେ ପୋଲିସ ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଅଟକ ରଖିବାରେ ସଫଳ ହୋଇଥିଲା। ଆରମ୍ଭରୁ ପୋଲିସକୁ ଭ୍ରମିତ କରିବା ପାଇଁ ଅଭିଯୁକ୍ତମାନେ ଏକ ମିଛ କାହାଣୀ ରଚିଥିଲେ। ରାସ୍ତାକଡ଼ରେ କେହି ଦୁର୍ବୃତ୍ତ ଆକ୍ରମଣ କରି ତପୁଙ୍କୁ ଗୁଳି ମାରିଥିବା ସେମାନେ ପୋଲିସକୁ କହିଥିଲେ ।

ଅଧିକ ପଢ଼ନ୍ତୁ: ରାଜଧାନୀରେ ପୁଣି ଫୁଟିଲା ଗୁଳି… ଗୁଳିମାଡ଼ରେ ଜେସିବି ମାଲିକ ତପୁ ନାୟକ ମୃତ
ତେବେ ଘଟଣା ଏତିକିରେ ସରିନଥିଲା। ତପୁଙ୍କ ମୃତ୍ୟୁ ପରେ ଅଭିଯୁକ୍ତମାନେ ହସ୍ପିଟାଲରୁ ଫେରାର ହେବାକୁ ଉଦ୍ୟମ କରୁଥିଲେ। ହେଲେ ପୋଲିସ ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଅଟକ ରଖିବାରେ ସଫଳ ହୋଇଥିଲା। ଆରମ୍ଭରୁ ପୋଲିସକୁ ଭ୍ରମିତ କରିବା ପାଇଁ ଅଭିଯୁକ୍ତମାନେ ଏକ ମିଛ କାହାଣୀ ରଚିଥିଲେ। ରାସ୍ତାକଡ଼ରେ କେହି ଦୁର୍ବୃତ୍ତ ଆକ୍ରମଣ କରି ତପୁଙ୍କୁ ଗୁଳି ମାରିଥିବା ସେମାନେ ପୋଲିସକୁ କହିଥିଲେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କିନ୍ତୁ ପୋଲିସର କଡ଼ା ପଚରାଉଚରା ଓ ତଦନ୍ତ ଆଗରେ ସେମାନଙ୍କ ମିଛ ତିଷ୍ଠି ପାରିନଥିଲା। ଶେଷରେ ଅଭିଯୁକ୍ତମାନେ ନିଜ ମୁହଁରେ ପୂରା ଘଟଣା ସମ୍ପର୍କରେ ସତ ମାନିଥିବା ଜଣାପଡ଼ିଛି ।
ନୂଆ ବନ୍ଧୁକ ଆଣିବାର ଖୁସିରେ ଆରମ୍ଭ ହୋଇଥିବା ଭୋଜି ଶେଷରେ ଜଣେ ଯୁବକଙ୍କ ଜୀବନ ନେଇଗଲା। ଅନ୍ୟପଟେ ଘଟଣାର ପ୍ରକୃତ କାରଣ ଓ ଏଥିରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

Related Topics
Explore more stories