King Ravan Village Bisrakh / ରାବଣର ଗାଁ; ଯେଉଁଠି ଶୋକରେ ପାଳନ ହୋଇଥାଏ ଦଶହରା
·1 hour ago·2 min read

Key Points
ଏବେ ଆମେ ଆପଣଙ୍କୁ ଏପରି ଏକ ଗାଁ ବିଷୟରେ କହୁଛୁ ଯେଉଁଠାରେ ଲୋକେ ଦଶହରାକୁ ଆନନ୍ଦରେ ନୁହେଁ ବରଂ ଶୋକର ସହ ପାଳନ କରିଥାନ୍ତି।
ଆରମ୍ଭ ହୋଇଯାଇଛି ନବରାତ୍ରି। ଯାହା ଏବେ ସମଗ୍ର ଦେଶର ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଉଛି। ନବରାତ୍ରୀର ଶେଷ ଦିନରେ ପାଳନ କରାଯିବ ଦଶହରା ବିଜୟା ଦଶମୀ। ଦେଶର କୋଣ ଅନୁକୋଣରେ ଦଶହରା ଅବସରରେ ରାବଣ ପୋଡ଼ି କାର୍ଯ୍ୟକ୍ରମ ଅୟୋଜିତ ହୋଇଥାଏ। ଏହି ଅବସରରେ ସାରା ଦେଶରେ ରାବଣର କୁଶ ପୁତ୍ତଳିକା ଦାହ କରାଯାଏ। ରାବଣ ପୋଡ଼ି ଉତ୍ସବକୁ ଅଧର୍ମ ଉପରେ ଧର୍ମର ବିଜୟ ଏବଂ ଅସୁର ରାଜ ରାବଣର ପରାଜୟର ପ୍ରତୀକ ଭାବେ ପାଳନ କରାଯାଇଥାଏ। ହେଲେ ତଥାପି, ଆଧ୍ୟାତ୍ମ ଭୂମି ଭାରତ ବର୍ଷରେ ଏପରି ଏକ ଗ୍ରାମ ରହିଛି ଯେଉଁଠାରେ ଦଶହରା ଉତ୍ସାହ ପରିବର୍ତ୍ତେ ଶୋକର ସହିତ ପାଳନ କରାଯାଏ।
କେଉଁଠି ରହିଛି ଏହି ଗ୍ରାମ? କ'ଣ ରହିଛି ଏହାର ଇତିହାସ?
ଏହି ଗ୍ରାମ ଉତ୍ତର ପ୍ରଦେଶର ଗୌତମ ବୁଦ୍ଧ ନଗର ଜିଲ୍ଲାର ଗ୍ରେଟର ନୋଏଡ଼ା ଅଞ୍ଚଳରେ ଅବସ୍ଥିତ। ଏହି ଗ୍ରାମର ନାଁ ହେଉଛି ବିସରଖ। ପୌରାଣିକ କଥା ଅନୁସାରେ ବିସରଖ ଗ୍ରାମ ଲଙ୍କାପତି ରାବଣଙ୍କ ପିତା ଋଷି ବିଶ୍ରବାଙ୍କ ନାମରେ ନାମିତ ହୋଇଥିଲା। ଏହି ଗ୍ରାମର ପ୍ରାଚୀନ ନାମ ବିଶ୍ୱେଶରା ରହିଥିଲା। ଯାହା ପରବର୍ତ୍ତୀ ସମୟରେ ବିସରଖରେ ପରିବର୍ତ୍ତନ ହୋଇଛି। ଆପଣଙ୍କ କହି ରଖୁଛୁ ଯେ ଏହି ସ୍ଥାନ ସମ୍ପର୍କରେ ଶିବ ପୁରାଣରେ ମଧ୍ୟ ଉଲ୍ଲେଖ ରହିଛି। କୁହାଯାଏ ଯେ ଋଷି ବିଶ୍ରବା ଏଠାରେ ଜନ୍ମଗ୍ରହଣ କରିଥିଲେ। ଯିଏ ଏଠାରେ ଏକ ଶିବଲିଙ୍ଗ ପ୍ରତିଷ୍ଠା କରିଥିଲେ।
ଏହା ସହ ପଡନ୍ତୁ: ଦେଶର ସେହି ସ୍ଥାନ ଯେଉଁଠି ହୁଏ ନାହିଁ ହନୁମାନଙ୍କ ପୂଜା
ଦଶହରା ଅବସରରରେ ହୋଇଥାଏ ବିଶେଷ ପୂଜାର୍ଚ୍ଚନା
ଦଶହରା ଅବସରରେ ସମଗ୍ର ଦେଶରେ ରାବଣ ପୋଡ଼ି ଆୟୋଜିତ ହୋଇଥାଏ। ହେଲେ ବିସରଖ ଗ୍ରାମରେ କିଛି ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥାଏ। ଯେଉଁଦିନ ଦିନ ଦଶହରା ପାଳିତ ହୋଇଥାଏ ସେହିଦିନ ଲଙ୍କାପତି ରାବଣର ମୃତ୍ୟୁ ପାଇଁ ଶୋକ ପାଳନ କରାଯାଏ। ମନ୍ଦିରର ମୁଖ୍ୟ ପୁରୋହିତଙ୍କ କହିବା ଅନୁଯାୟୀ ଦଶହରା ଅବସରରେ ବିସରଖ ଗ୍ରାମରେ ରାବଣ ପୋଡ଼ି ଆୟୋଜିତ ହୁଏ ନାହିଁ। ବରଂ ଯଜ୍ଞଶାଳା ସାମ୍ନାରେ ଅସୁର ରାଜ ରାବଣଙ୍କ ପ୍ରତିମା ରଖି ହୋମ ଯଜ୍ଞ ସହ ବିଶେଷ ପୂଜାର୍ଚ୍ଚନା କରାଯାଏ। ବିସରଖ ଗ୍ରାମର ବାସିନ୍ଦା ଲଙ୍କାପତି ରାବଣଙ୍କୁ ସେମାନଙ୍କର ପୂର୍ବପୁରୁଷ, ସେମାନଙ୍କର ପିତାମହ ବୋଲି ମାନିଥାନ୍ତି। ଏହି କାରଣରୁ ଏଠାରେ ଲଙ୍କାପତିଙ୍କ ବିଶେଷ ପୂଜାର୍ଚ୍ଚନା କରାଯାଏ।
ବିସରାଖ ଗାଁର କାହାଣୀ ବହୁ ଦୂରକୁ ବ୍ୟାପିଛି
ବିସରଖ ଗ୍ରାମ ସହ ଜଡ଼ିତ ଏହି ପ୍ରସିଦ୍ଧ ପୌରାଣିକ କାହାଣୀ ବିଷୟରେ ପୂର୍ବରୁ କେବଳ ସ୍ଥାନୀୟ ଜନସାଧାରଣ ଜାଣିଥିଲେ। ହେଲେ ତଥାପି ଆଜିର ସୋସିଆଲ ମିଡି଼ଆ ଏବଂ ଇଣ୍ଟରନେଟ୍ ଯୁଗରେ ରିଲ୍ ଏବଂ ଭିଡିଓ ଏହି ଗ୍ରାମର କାହାଣୀକୁ ବହୁ ଦୂରକୁ ପ୍ରସାରିତ କରିଛି। ଯାହା ଦୂରଦୂରାନ୍ତରୁ ଲୋକଙ୍କୁ ଆକର୍ଷିତ କରିଛି। ଏହା ବ୍ୟତୀତ ଏହି ମନ୍ଦିର କେବଳ ବିଶ୍ୱାସର କେନ୍ଦ୍ର ନୁହେଁ ବରଂ ପର୍ଯ୍ୟଟକଙ୍କ ପାଇଁ ଏକ ଆକର୍ଷଣର କେନ୍ଦ୍ର ମଧ୍ୟ ପାଲଟିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories