Kedarnath Yatra Resumes / ହର ହର ମହାଦେବ; ପୁଣି କେଦାରନାଥ ଯାତ୍ରା ଆରମ୍ଭ, କାହିଁକି ବନ୍ଦ ଥିଲା ?
·3 months ago·2 min read

Key Points
୨୨ ଏପ୍ରିଲରେ କେଦାରନାଥ ଯାତ୍ରା ଆରମ୍ଭ ହୋଇଥିଲା
ହେଲେ ଗତ କିଛି ଦିନ ହେଲା ବନ୍ଦ ଥିଲା ଯାତ୍ରା
ଏବେ ପୁଣିଥରେ ବାବା କେଦାରଙ୍କ ଯାତ୍ରା ଆରମ୍ଭ ହୋଇଛି

ପୁଣି ଲାଗିଲା ଡୋରି । ଆସିଲା ବାବା କେଦାରନାଥଙ୍କ ଡାକରା । ମନରେ ଭକ୍ତି, ଶ୍ରଦ୍ଧାର ସହ ମହାଦେବଙ୍କ ଦର୍ଶନ ପାଇଁ ବାହାରିଛନ୍ତି ଶ୍ରଦ୍ଧାଳୁ । ମଝିରେ ଖରାପ ପାଗ ଯୋଗୁଁ କିଛି ସମୟ ପାଇଁ କେଦାରନାଥ ଯାତ୍ରା ବନ୍ଦ ହୋଇଯାଇଥିବାରୁ ଶ୍ରଦ୍ଧାଳୁମାନେ ଆଶା ଆଶଙ୍କାରେ ଥିଲେ । ଶେଷରେ ପାଗ ଅନୁକୂଳ ହୋଇଛି । ଶନିବାର ସକାଳେ ପୁଣି ଥରେ ଆରମ୍ଭ ହୋଇଛି କେଦାରନାଥ ଯାତ୍ରା ।
ତେବେ ଯାତ୍ରା ପୁଣି ଥରେ ଆରମ୍ଭ ହେବା ପରେ ଭକ୍ତମାନେ ଉତ୍ସାହିତ ହୋଇପଡ଼ିଛନ୍ତି । ବାବା କେଦାରଙ୍କ ଦର୍ଶନ ପାଇଁ ବହୁ ସଂଖ୍ୟକ ତୀର୍ଥଯାତ୍ରୀ ତୀର୍ଥପଥରେ ବାହାରିଥିଲେ । ଏପର୍ଯ୍ୟନ୍ତ ୧୧ ଲକ୍ଷ ଭକ୍ତ କେଦାରନାଥ ଯାତ୍ରାରେ ଦର୍ଶନ କରିସାରିଛନ୍ତି । ସୋନପ୍ରୟାଗ ଏବଂ ଗୌରୀକୁଣ୍ଡରୁ ୧୦,୦୦୦ରୁ ଅଧିକ ତୀର୍ଥଯାତ୍ରୀ କେଦାରନାଥ ଅଭିମୁଖେ ଯାତ୍ରା କରିଥିଲେ ।
ଚାରିଧାମ ଯାତ୍ରା ବି ସାମିଲ: କେଦାରନାଥ ହେଉଛି ଚାରିଧାମ ଯାତ୍ରାର ଚାରୋଟି ମୁଖ୍ୟ ତୀର୍ଥସ୍ଥଳ ମଧ୍ୟରୁ ଗୋଟିଏ।
ମହାଭାରତ ସହ ଜଡିତ ଇତିହାସ: ବିଶ୍ୱାସ କରାଯାଏ ଯେ ପାଣ୍ଡବମାନେ ମହାଭାରତ ଯୁଦ୍ଧ ପରେ ଭଗବାନ ଶିବଙ୍କ ଆଶୀର୍ବାଦ ପାଇବା ପାଇଁ ଏଠାକୁ ଆସିଥିଲେ।

- ଯାତ୍ରାରେ ବାଧା ଆଣିଥିଲା ଖରାପ ପାଗ
- କେଦାରନାଥ ଯାତ୍ରାର ଖାସ୍ କଥା
ଚାରିଧାମ ଯାତ୍ରା ବି ସାମିଲ: କେଦାରନାଥ ହେଉଛି ଚାରିଧାମ ଯାତ୍ରାର ଚାରୋଟି ମୁଖ୍ୟ ତୀର୍ଥସ୍ଥଳ ମଧ୍ୟରୁ ଗୋଟିଏ।
ମହାଭାରତ ସହ ଜଡିତ ଇତିହାସ: ବିଶ୍ୱାସ କରାଯାଏ ଯେ ପାଣ୍ଡବମାନେ ମହାଭାରତ ଯୁଦ୍ଧ ପରେ ଭଗବାନ ଶିବଙ୍କ ଆଶୀର୍ବାଦ ପାଇବା ପାଇଁ ଏଠାକୁ ଆସିଥିଲେ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଚାରିଧାମ ଆସୁଥିବା ଯାତ୍ରୀଙ୍କ ପାଇଁ ସ୍ୱାସ୍ଥ୍ୟ ପରାମର୍ଶ ଜାରି
ହିନ୍ଦୁ ଧର୍ମର ବିଶ୍ୱାସ ଅନୁସାରେ, କେଦାରନାଥ ଧାମକୁ ଯାଇ ଭଗବାନ ଶିବଙ୍କ ପୂଜା କରିବା ଦ୍ୱାରା ବ୍ୟକ୍ତିକୁ ଆଧ୍ୟାତ୍ମିକ ଶାନ୍ତି, ପୁଣ୍ୟ ଏବଂ ମୋକ୍ଷ ପ୍ରାପ୍ତିର ଆଶୀର୍ବାଦ ମିଳିଥାଏ । ସମୁଦ୍ର ପତ୍ତନଠାରୁ ପ୍ରାୟ ୧୧,୭୫୫ ଫୁଟ ଉଚ୍ଚତାରେ ଅବସ୍ଥିତ ଏହି ପବିତ୍ର ତୀର୍ଥସ୍ଥଳ ଭକ୍ତି, ତପସ୍ୟା ଏବଂ ବିଶ୍ୱାସର କେନ୍ଦ୍ରସ୍ଥଳୀ । ପ୍ରତିବର୍ଷ ଲକ୍ଷ ଲକ୍ଷ ଭକ୍ତ ବାବା କେଦାରଙ୍କ ଦର୍ଶନ ପାଇଁ ଅତ୍ୟନ୍ତ କଷ୍ଟକର ପର୍ବତ ପଥ ଦେଇ ଯାଆନ୍ତି । ଚଳିତ ବର୍ଷ ୨୨ ଏପ୍ରିଲରେ କେଦାରନାଥ ମନ୍ଦିରର ଦ୍ୱାର ଭକ୍ତମାନଙ୍କ ପାଇଁ ଖୋଲା ଯାଇଥିଲା ଏବଂ ଆଗାମୀ ୬ ମାସ ପାଇଁ ଖୋଲା ରହିବ।
ଚାରିଧାମ ଆସୁଥିବା ଯାତ୍ରୀଙ୍କ ପାଇଁ ସ୍ୱାସ୍ଥ୍ୟ ପରାମର୍ଶ ଜାରି

Related Topics
Explore more stories