Kollam Temple Monkey Feast / ମଣିଷ ପୂର୍ବରୁ ମାଙ୍କଡ଼ଙ୍କୁ ପରସାଗଲା 'ଓଣମ୍ ସାଧ୍ୟା'; କେରଳମ୍ ମନ୍ଦିରରେ ଦେଖିବାକୁ ମିଳିଲା ୫୩ ବର୍ଷ ପୁରୁଣା ପରମ୍ପରା
·16 mins ago·2 min read

Key Points
କେରଳମ୍ ର ଗଣ ପର୍ବ କୁହାଯାଉଥିବା "ଓଣମ୍" ଅବସରରେ ସାସ୍ତାମକୋଟ୍ଟା ଶ୍ରୀ ଧର୍ମ ସଂସ୍ଥା ମନ୍ଦିରରେ ଦେଖିବାକୁ ମିଳିଛି ୫୩ ବର୍ଷ ଧରି ଚାଲି ଆସୁଥିବା ପୁରୁଣା ପରମ୍ପରା।
Onam Sadya offers to monkey in Keralam: ନିକଟରେ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଥିଲା କେରଳମ୍ ର ଗଣ ପର୍ବ କୁହାଯାଉଥିବା "ଓଣମ୍"। ହେଲେ ରାଜ୍ୟର କୋଲ୍ଲମ୍ ଜିଲ୍ଲାର ସାସ୍ତାମକୋଟ୍ଟା ଶ୍ରୀ ଧର୍ମ ସଂସ୍ଥା ମନ୍ଦିରରେ, ଗଣ ପର୍ବ ଟିକେ ଭିନ୍ନ ଢଙ୍ଗରେ ପାଳିତ ହୋଇଥାଏ। କୁହାଯାଏ ଯେ "ସାଧ୍ୟ" ବିନା "ଓଣମ୍" ପାଳନ ହେଉଛି ଅଧୁରା। ଏହି ଅବସରରେ ଧର୍ମ ସଂସ୍ଥା ମନ୍ଦିରରେ ଏକ ଅନନ୍ୟ ପରମ୍ପରା ଦେଖିବାକୁ ମିଳିଥିଲା। ଏହି ମନ୍ଦିରରେ ମାଙ୍କଡ଼ଙ୍କୁ ମଣିଷଙ୍କ ପୂର୍ବରୁ କଦଳୀ ପତ୍ରରେ ପାରମ୍ପରିକ "ଓଣମ୍ ସାଧ୍ୟା" ପରିବେଷଣ କରାଯାଉଥିଲା। ୫୩ ବର୍ଷ ଧରି ଚାଲି ଆସୁଥିବା ଏହି ପୁରୁଣା ପରମ୍ପରା ମାନବତା ଏବଂ ପଶୁଙ୍କ ପ୍ରତି ପ୍ରେମର ଏକ ଉଦାହରଣ।
କଦଳୀ ପତ୍ରରେ ପରିବେଷଣ କରାଗଲା ପାରମ୍ପରିକ ସ୍ୱାଦିଷ୍ଟ "ଓଣମ୍ ସାଧ୍ୟା"
ସାସ୍ତମକୋଟ୍ଟା ଶ୍ରୀ ଧର୍ମ ସଂସ୍ଥା ମନ୍ଦିରର ଉତ୍ତର ଭାଗରେ କଦଳୀ ପତ୍ର ବିଛା ଯାଇଥାଏ। ଏହି ପତ୍ରରେ ପଚଡ଼ି, ପାୟସମ୍, ଭାତ ଏବଂ ବିଭିନ୍ନ ପ୍ରକାରର ପାରମ୍ପରିକ ଖାଦ୍ୟ ପରିବେଷଣ କରାଯାଏ। ପ୍ରତିବର୍ଷ, ଉଥରାଡମ୍ (Uthradam) ଏବଂ ଥିରୁୱୋଣମ୍ (Thiruvonam) ଅବସରରେ, ମନ୍ଦିରରେ ରହୁଥିବା ମାଙ୍କଡ଼ଙ୍କୁ ପାରମ୍ପରିକ "ଓଣମ୍ ସାଧ୍ୟା" ପରିବେଷଣ କରାଯାଏ। ଏହି ପରମ୍ପରା ୫ ଦଶନ୍ଧିରୁ ଅଧିକ ସମୟ ଧରି ଚାଲିଆସୁଛି। ଏହାର ଏକ ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହି ମନ୍ଦିରର ଉତ୍ତର ଭାଗରେ ରହିଥିବା ଡାଇନିଂ ହଲ ଠାରେ କଦଳୀ ପତ୍ର ଧାଡିରେ ବିଛାଯାଉଥିଲା ଏବଂ ଏହା ପରେ ବିଭିନ୍ନ ପ୍ରକାରର ପାରମ୍ପରିକ ଖାଦ୍ୟ ଗୋଟିଏ ପରେ ଗୋଟିଏ ପରିବେଷଣ କରାଯାଉଥିଲା। ଏହି ସମୟରେ ମାଙ୍କଡ଼ ନିକଟସ୍ଥ ଗଛ, କାନ୍ଥ ଏବଂ ଛାତ, ଡାଳରେ ବସି ଭୋଜି ପ୍ରସ୍ତୁତ ହେବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ।
ଏହା ସହ ପଢନ୍ତୁ: ରହସ୍ୟମୟ ମନ୍ଦିର; ଯେଉଁଠି ମଧ୍ୟାହ୍ନ ସମୟରେ ପଡ଼଼େନାହିଁ ଶିଖରର ଛାଇ
ନିଜ ପାଳି ଆସିବା ପର୍ଯ୍ୟନ୍ତ ମଣିଷଙ୍କ ଭଳି ଅପେକ୍ଷା କରି ରହିଲେ ମାଙ୍କଡ଼
ଖାଦ୍ୟ ପ୍ରସ୍ତୁତି ଏବଂ ପରିବେଷଣ ସମୟରେ ମାଙ୍କଡ଼ ଯେଉଁ ଶୃଙ୍ଖଳା ଦେଖାଇଥିଲା ତାହା ଉଲ୍ଲେଖନୀୟ। ସେମାନେ ଗଛ, ଛାତ ଏବଂ କାନ୍ଥର ଡାଳରେ ବସି ନୀରବରେ ଦେଖୁଥିଲେ। ଯେପର୍ଯ୍ୟନ୍ତ ସମସ୍ତ ପାରମ୍ପରିକ ଖାଦ୍ୟ କଦଳୀ ପତ୍ରରେ ପରସା ଯାଇନଥିଲା ଏବଂ ଲୋକେ ଯେପର୍ଯ୍ୟନ୍ତ ଦୂରକୁ ଯାଇନଥିଲେ ସେପର୍ଯ୍ୟନ୍ତ ସେମାନେ ତଳକୁ ଆସନଥିଲେ। ପ୍ରଥମେ, ମାଙ୍କଡ଼ ପଲର ସବୁଠାରୁ ବୟସ୍କ ମାଙ୍କଡ଼ ମୁରିଭାଲନ୍ (Murivaalan), ପ୍ରଥମେ ତଳକୁ ଓହ୍ଲାଇ "ସାଧ୍ୟା" ଗ୍ରହଣ କରିଥାନ୍ତି। ଏହା ପରେ ଅନ୍ୟ ମାଙ୍କଡ଼ ତଳକୁ ଓହ୍ଲାଇ ଆସି ନିଜ ଆସନ ଗ୍ରହଣ କରି ମଣିଷଙ୍କ ଭଳି ଭୋଜନ ଗ୍ରହଣ କରିଥାନ୍ତି।
୫୩ ବର୍ଷ ଧରି ଚାଲି ଆସୁଛି ଏହି ଅନନ୍ୟ ଏବଂ ପବିତ୍ର ପରମ୍ପରା
ସ୍ଥାନୀୟ ମାନ୍ୟତା ଅନୁସାରେ ଏହି ମାଙ୍କଡ଼ୁ ଭଗବାନ ରାମଙ୍କ ସମୟ ସହିତ ଯୋଡ଼ା ଯାଇଥାଏ। ଏହି ଅନନ୍ୟ ପ୍ରୟାସର ପରିକଳ୍ପନା କରିଥିଲେ ଅରବିନ୍ଦାକ୍ଷନ ନାୟାର (Aravindakshan Nair)। ଯିଏ ୫୩ ବର୍ଷ ପୂର୍ବେ ଭୋକିଲା ବୁଲୁଥିବା ମାଙ୍କଡ଼ଙ୍କୁ ଦେଖିବା ପରେ ଏହି ଭୋଜ ଆରମ୍ଭ କରିଥିଲେ। ତାଙ୍କର ବିଶ୍ୱାସ ଥିଲା ଯେ ଯେତେବେଳେ ଆମେ "ଓଣମ" ସମୟରେ ସ୍ୱାଦିଷ୍ଟ ଭୋଜନ ଗ୍ରହଣ କରିଥାଉ, ସେତେବେଳେ ଆମ ସହିତ ରହୁଥିବା ଏହି ମୂକ ପ୍ରାଣୀ ଭୋକିଲା ରହିବା ଉଚିତ୍ ନୁହେଁ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories