Mumbai Ganesh Puja Time Travel / କେଶବଜୀ ନାୟକ ଚାଲ; ଯିଏ କହୁଛି ସମୟ ଯାତ୍ରାର କାହାଣୀ
·45 mins ago·3 min read

Key Points
ଦକ୍ଷିଣ ମୁମ୍ବାଇ ସ୍ଥିତ ଗିରଗାଓଁ କେଶବଜୀ ନାୟକ ଚାଲ୍, ଯାହା ଆପଣଙ୍କୁ ଦିନ ପାଇଁ ଉନବିଂଶ ଶତାବ୍ଦୀର ବମ୍ବେ ନଗରୀକୁ ଫେରାଇ ନେଇଯାଏ। ଏଠାରୁ ସାର୍ବଜନୀନ ଗଣେଶୋତ୍ସବ ଆରମ୍ଭ ହୋଇଥିଲା।
ଯଦିଓ ସମୟ ଯାତ୍ରାର ଧାରଣା ଏପର୍ଯ୍ୟନ୍ତ ବାସ୍ତବତାରେ ପରିଣତ ହୋଇନାହିଁ। ହେଲେ ଏବେ ଏହାର ଏକ ଉଦାହରଣ ମାୟାନଗରୀ ମୁମ୍ବାଇର ଏକ ଗଣପତି ମଣ୍ଡପରେ ଦେଖିବାକୁ ମିଳୁଛି। ଆପଣଙ୍କୁ ଏହି ଗଣେଶ ପୂଜା ମଣ୍ଡପ ଏହାର ୧୦ ଦିନିଆ ଉତ୍ସବ ସମୟରେ ଉନବିଂଶ (19th Century) ଶତାବ୍ଦୀକୁ ଫେରାଇ ନେଇଯାଏ। ଏଠାରେ ପରିଦର୍ଶକ ଐତିହାସିକ ବମ୍ବେ ଏବର ମୁମ୍ବାଇ ସହରର ସେହି ଅଂଶକୁ ଅନୁଭବ କରିପାରିବେ। ଯାହା ଏହି ସହରର ଅନ୍ୟ ଅଂଶଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଏଠାରେ ଆପଣ କଳା-ଧଳା ବଲିଉଡ୍ ଫିଲ୍ମ ଦ୍ୱାରା ରେ ଚିତ୍ରିତ ବମ୍ବେ ନଗରୀକୁ ପୁନର୍ବାର ଦେଖିପାରିବେ। ଦକ୍ଷିଣ ମୁମ୍ବାଇ ସ୍ଥିତ ଗିରଗାଓଁ କେଶବଜୀ ନାୟକ ଚାଲ୍ ଠାରେ ଅବସ୍ଥିତ ଗଣେଶ ପୂଜା ମଣ୍ଡପକୁ, ମହାରାଷ୍ଟ୍ରରେ ସାର୍ବଜନୀନ ଗଣେଶୋତ୍ସବ ଆରମ୍ଭ ହୋଇଥିବା ସ୍ଥାନ ଭାବରେ ମଧ୍ୟ ବିବେଚନା କରାଯାଏ।
ପୂର୍ବରୁ କେବଳ ଘରେ ଏବଂ ରାଜପରିବାର ସଦସ୍ୟ ପାଳନ କରୁଥିଲେ ଗଣେଶ ଉତ୍ସବ
୧୮୯୩ ମସିହା ପୂର୍ବରୁ ଗଣେଶ ଉତ୍ସବ ମୁଖ୍ୟତଃ ଘର ଏବଂ ରାଜପରିବାରରେ ପାଳନ କରାଯାଉଥିଲା। ହେଲେ ଲୋକମାନ୍ୟ ବାଲ ଗଙ୍ଗାଧର ତିଲକ ଗଣେଶ ଉତ୍ସବକୁ ଲୋକଙ୍କ ସାମ୍ନାକୁ ଆଣିଥିଲେ। ସେ ବିଶ୍ୱାସ କରୁଥିଲେ ଯେ ଭଗବାନ ଗଣେଶଙ୍କୁ ପୂଜା କରିବା ପାଇଁ ଏକାଠି ହେଉଥିବା ଲୋକ ସାମାଜିକ ସମସ୍ୟା ଏବଂ ବ୍ରିଟିଶ ସରକାରଙ୍କ ଅତ୍ୟାଚାରୀ ଶାସନ ବିଷୟରେ ଆଲୋଚନା କରିବାକୁ ପ୍ରେରଣା ପାଇବେ। ତାଙ୍କ ଉଦ୍ୟମ କ୍ରମେ ପୁଣେ ଏବଂ ମୁମ୍ବାଇ ଠାରେ ସାର୍ବଜନୀନ ଗଣେଶୋତ୍ସବ ଆୟୋଜନ କରାଯାଇଥିଲା। ପୁଣେରେ, ଏହି ଉତ୍ସବ ଡଗଡୁ ସେଠ୍ ହଲୱାଇଙ୍କ ଦ୍ୱାରା ଆୟୋଜିତ ହୋଇଥିଲା। ଯେତେବେଳେ ମାୟାନଗରୀ ମୁମ୍ବାଇରେ କେଶବଜୀ ନାଏକ ଚାଲ ବାସିନ୍ଦା ବାଲ ଗଙ୍ଗାଧର ତିଲକଙ୍କ ଡାକରା କ୍ରମେ ସାର୍ବଜନୀନ ଗଣେଶ ପୂଜା ପାଳନ ଆରମ୍ଭ କରିଥିଲେ।
ଏହା ସହ ପଢନ୍ତୁ: ମାୟାନଗରୀର ସବୁଠାରୁ ଧନୀ ବପ୍ପା! ଯାହାଙ୍କୁ ଲାଗି ହୋଇଛି ୭୦୩ କୋଟି ଟଙ୍କାର ବୀମା
କିପରି ପାଳିତ ହେଉଥିଲା ଗଣେଶୋତ୍ସବ?
ଚାଲ ହେଉଛି ଏକ କିମ୍ବା ଦୁଇ ମହଲା ବିଶିଷ୍ଟ କୋଠା ଘର। ଯାହାର ଛାତରେ ମାଙ୍ଗାଲୋରିଆନ୍ ଟାଇଲ୍ସ ଲଗାଯାଇଥାଏ। ଏଠାରେ ଲୋକ ଛୋଟ ଛୋଟ କୋଠରୀ ମଧ୍ୟରେ ରହିଥାନ୍ତି ଏବଂ ସେମାନେ ସେବା ନେଇଥାନ୍ତି। ଏପରି ଚାଲ ଠାରେ ରହୁଥିବା ଅଧିକାଂଶ ଲୋକ ନିମ୍ନ ଆୟକାରୀ ଗୋଷ୍ଠୀର ଥିଲେ। ଯେଉଁମାନେ ମିଲ୍, ପ୍ରିଣ୍ଟିଂ ପ୍ରେସ୍ କିମ୍ବା କାରଖାନା ଠାରେ କାମ କରି ନିଜର ଜୀବିକା ନିର୍ବାହ କରୁଥିଲେ। ଏହି ଚାଲ ବିଂଶ ଶତାବ୍ଦୀ ଶେଷ ପର୍ଯ୍ୟନ୍ତ ମୁମ୍ବାଇ ନଗରୀର ପରିଚୟର ଏକ ଅଂଶ ଥିଲା। ହେଲେ ତଥାପି ଦ୍ରୁତ ସ୍ଥାବର ସମ୍ପତ୍ତି ବିକାଶ ଯୋଗୁଁ, ସେଗୁଡ଼ିକୁ ଉଚ୍ଚ ଉଚ୍ଚ ଆବାସିକ କୋଠା ଦ୍ୱାରା ବଦଳା ଯାଇଥିଲା। କେଶବଜୀ ନାଏକ ଚାଲ୍ ହେଉଛି ଶେଷ ଚାଲ ମଧ୍ୟରୁ ଅନ୍ୟତମ। ଯାହା ଏପର୍ଯ୍ୟନ୍ତ ଏହାର ମୂଳ ରୂପରେ ରହିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଚାଲ୍ ଗଠନ କେବଳ ପ୍ରାଚୀନ ନୁହେଁ, ବରଂ ଏହାର ବାସିନ୍ଦା ମଧ୍ୟ ପର୍ବର ମୂଳ ଭାବନକୁ ସଂରକ୍ଷଣ କରି ରଖିଛନ୍ତି। ଯେପରି ଏହା ପ୍ରଥମ ଥର ପାଇଁ ୧୮୯୩ ମସିହାରେ ପାଳିତ ହୋଇଥିଲା। ଏଠାରେ ସ୍ଥାପିତ ୨ ଫୁଟ ଉଚ୍ଚ ଗଣେଶ ମୂର୍ତ୍ତି ଏବେ ମଧ୍ୟ ସମାନ ସ୍ୱରୂପରେ ପ୍ରତିଷ୍ଠା ହୋଇଥାଏ । ମୂର୍ତ୍ତିକୁ ପଣ୍ଡାଲ ପର୍ଯ୍ୟନ୍ତ ଆଣିବା ପାଇଁ ଏବଂ ବିସର୍ଜନ ପାଇଁ ଟ୍ରକ୍ ବଦଳରେ ପାରମ୍ପରିକ ପାଲଙ୍କି ବ୍ୟବହାର କରାଯାଏ। ଆଧୁନିକ ବ୍ୟାଣ୍ଡ ଏବଂ ପାଶ୍ଚାତ୍ୟ ବାଦ୍ୟଯନ୍ତ୍ର ପରିବର୍ତ୍ତେ ଢୋଲ, ତାଶା ଏବଂ ଝାଞ୍ଜର ତାଳେ ତାଳେ ଶୁଣାଯାଏ। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥାଏ।
ଏହା ସହ ପଢନ୍ତୁ: ଦର୍ଶନ ଦେଲେ ମାୟା ନଗରୀର ସବୁଠାରୁ ଧନୀ ବପ୍ପା
ଯଦିଓ ଗଣେଶୋତ୍ସବ ଏଠାରେ ଆରମ୍ଭ ହୋଇଥିଲା ଏବଂ ବର୍ତ୍ତମାନ ଏହା ଏକ ବିଶାଳ ବାଣିଜ୍ୟିକ କାର୍ଯ୍ୟକ୍ରମରେ ପରିଣତ ହୋଇଛି। କେଶବଜୀ ନାଏକ ଚାଲ ଠାରେ ଗଣେଶ ପୂଜା ପାଳନ ସରଳତାର ଏକ ଉଦାହରଣ ହୋଇ ରହିଛି। ଏହି ସରଳତା ଏହାର ସର୍ବୋତ୍ତମ ପରିଚୟ, ପିଢ଼ି ପରେ ପିଢ଼ି ସଂରକ୍ଷିତ ହୋଇ ରହିଆସିଛି। ଯଦିଓ କେଶବଜୀ ନାଏକ ଚାଲ ଗଣପତିଙ୍କୁ ଦେଖିବା ପାଇଁ 'ଲାଲବାଗଚା ରାଜା' ପରି ଲକ୍ଷ ଲକ୍ଷ ଭକ୍ତଙ୍କୁ ଆକର୍ଷିତ କରେ ନାହିଁ, ହେଲେ ତଥାପି ଏହି ସ୍ଥାନ ମୁମ୍ବାଇର ଆଧୁନିକ ଇତିହାସରେ ଆଗ୍ରହୀ ଲୋକଙ୍କ ପାଇଁ ବହୁତ ସ୍ୱତନ୍ତ୍ର। ଅନେକ ପୂର୍ବତନ ଚାଲ୍ ବାସିନ୍ଦା ବର୍ତ୍ତମାନ ସହରର ଅନ୍ୟ ସ୍ଥାନରେ ବସବାସ କରୁଛନ୍ତି। ହେଲେ ପ୍ରତିବର୍ଷ ଗଣେଶୋତ୍ସବ ସମୟର ସ୍ମୃତି ସେମାନଙ୍କୁ ଗିରଗାଓଁ ଫେରାଇ ଆଣେ। ଏଠାକୁ ପରିଦର୍ଶନ କରିବା ଦ୍ୱାରା କେବଳ ଭଗବାନ ଗଣେଶଙ୍କ ଏକ ଝଲକ ମିଳେ ନାହିଁ, ବରଂ ସେମାନଙ୍କର ଅତୀତ, ସେମାନଙ୍କର ସଂସ୍କୃତି ଏବଂ ପୁରୁଣା ବମ୍ବେ ସହିତ ପୁନର୍ବାର ସଂଯୋଗ ସ୍ଥାପିତ ହୋଇଥାଏ।

Related Topics
Explore more stories