Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ରହସ୍ୟମୟ ଶିବ ମନ୍ଦିର; ଯାହାକୁ ଗୋଟିଏ ରାତିରେ ନିର୍ମାଣ କରିଥିଲେ ଭୂତ

National

Kakanmath Shiv Mandir / ରହସ୍ୟମୟ ଶିବ ମନ୍ଦିର; ଯାହାକୁ ଗୋଟିଏ ରାତିରେ ନିର୍ମାଣ କରିଥିଲେ ଭୂତ

Subhramjit Ray
Browse all articles by Subhramjit Ray
·1 hour ago·2 min read
ରହସ୍ୟମୟ ଶିବ ମନ୍ଦିର; ଯାହାକୁ ଗୋଟିଏ ରାତିରେ ନିର୍ମାଣ କରିଥିଲେ ଭୂତ
Kakanmath Shiv Mandir

Key Points

କୁହାଯାଏ ଯେ ଭୂତ ପିଶାଚ ହେଉଛି ଭଗବାନ ଶିବଙ୍କ ଅନୁଗାମୀ।ହେଲେ ମଧ୍ୟପ୍ରଦେଶର ମୁରୈନା ଜିଲ୍ଲାରେ ଏପରି ଏକ ଶିବ ମନ୍ଦିର ରହିଛି, ଯାହା ମଣିଷ ଦ୍ୱାରା ନୁହେଁ ବରଂ ଭୂତଙ୍କ ଦ୍ୱାରା ରାତାରାତି ନିର୍ମିତ ହୋଇଥିଲା।
Kakanmath Shiv Mandir Mystery: ଦେଶର କୋଣ ଅନୁକୋଣରେ ଅନେକ ଅନନ୍ୟ ଶିବ ମନ୍ଦିର ରହିଛି। ଯାହାର ରହସ୍ୟ ଏବେ ମଧ୍ୟ ଲୋକଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଥାଏ। ଏପରି ମନ୍ଦିର ମଧ୍ୟରୁ ଅନ୍ୟତମ ହେଉଛି ମଧ୍ୟ ପ୍ରଦେଶର ମୁରୈନା ଜିଲ୍ଲାରେ ଅବସ୍ଥିତ କକନମଠ ମନ୍ଦିର। ଏହି ମନ୍ଦିର ନିର୍ମାଣ ପାଇଁ କୌଣସି ସିମେଣ୍ଟ କିମ୍ବା ଚୂନ ବ୍ୟବହାର ହୋଇନଥିଲା। ବରଂ ଗୋଟିଏ ଉପରେ ଗୋଟିଏ ପଥରକୁ ରଖି ଭଗବାନ ଶିବଙ୍କ ଏହି ମନ୍ଦିର ନିର୍ମିତ ହୋଇଥିଲା।

କକନମଠ ମନ୍ଦିର ସହ ଏକ ରହସ୍ୟ ଯୋଡ଼ି ହୋଇରହିଛି। ସ୍ଥାନୀୟ ମାନ୍ୟତା ଅନୁସାରେ ଏହି ମନ୍ଦିର ଗୋଟିଏ ରାତିରେ ଭୂତଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ହେଲେ ମନ୍ଦିର ନିର୍ମାଣ ବେଳେ ରାତି ପାହି ସକାଳ ହୋଇ ଯାଇଥିଲା। ଯାହା ଫଳରେ ମନ୍ଦିରକୁ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ଛାଡ଼ି ଦିଆଯାଇଥିଲା। ଏହି ମନ୍ଦିରକୁ ଭୂତଙ୍କ ମନ୍ଦିର ବୋଲି ମଧ୍ୟ କୁହାଯାଏ। ଯଦି ଆପଣ ଏହି ମନ୍ଦିରକୁ ଦେଖନ୍ତି, ତାହେଲେ ଆପଣ ଅନୁଭବ ହେବ ଯେ ବର୍ତ୍ତମାନ ସମୟରେ ମଧ୍ୟ ଏହା ଅସମ୍ପୂର୍ଣ୍ଣ ହୋଇ ରହିଛି।

କକନମଠ ମନ୍ଦିର ମନ୍ଦିର ଭୂତଙ୍କ ଦ୍ୱାରା ନିର୍ମିତ ହୋଇଥିଲା। କୁହାଯାଏ ଯେ ଅଲୌକିକ ଶକ୍ତି ଏହି ମନ୍ଦିରକୁ ରାତାରାତି ନିର୍ମାଣ କରିଥିଲେ। ହେଲେ ସକାଳେ ହୋଇଯିବାରୁ ଏହାକୁ ଅସମ୍ପୂର୍ଣ୍ଣ ଛାଡି ଦିଆଯାଇଥିଲା। କୁହାଯାଏ ଯେ କକନମଠ ମନ୍ଦିରର ଏପରି ଅନନ୍ୟ ଗଠନ ହେଉଛି ଏହାର ପରିଣାମ। କାରଣ ମନ୍ଦିର ନିର୍ମାଣ ସେବେଠାରୁ ଅସମ୍ପୂର୍ଣ୍ଣ ହୋଇ ରହିଛି। ଶତାବ୍ଦୀ ଶତାବ୍ଦୀ ଧରି ଏହାର ସ୍ଥାୟୀତ୍ୱ ଇଞ୍ଜିନିୟରିଂ ଦକ୍ଷତାର ଏକ ଉଲ୍ଲେଖନୀୟ ଉଦାହରଣ।

ଏହା ସହ ପଢନ୍ତୁ: ରହସ୍ୟମୟ ଗାଁ ଯେଉଁଠି ଚାଲେ ଭୂତଙ୍କ ରାଜୁତି

ଐତିହାସିକଙ୍କ କହିବା ଅନୁସାରେ କକନମଠ ମନ୍ଦିର ଏକାଦଶ ଶତାବ୍ଦୀରେ ରାଜା କୀର୍ତ୍ତିରାଜଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ଏହି ମନ୍ଦିର ଭଗବାନ ଶିବଙ୍କୁ ସମର୍ପିତ। ଯାହା ଏକ ବିଶାଳ ମନ୍ଦିରର ଅଂଶ ରହିଥିଲା। ହେଲେ ଆଜିର ଦିନରେ ଏହାର ଆଖପାଖରେ ଅନେକ ମନ୍ଦିର ଧ୍ୱଂସପ୍ରାୟ ଅବସ୍ଥାରେ ପଡ଼ିରହିଛି। ହେଲେ ମୁଖ୍ୟ ମନ୍ଦିର ଏବେ ମଧ୍ୟ ମଜବୁତ ଭାବରେ ଛିଡା଼ ହୋଇରହିଛି। ପ୍ରାୟ ୨ କିଲୋମିଟର ଦୂରରୁ ଆପଣ ଏହି ମନ୍ଦିରକୁ ଦେଖିପାରିବେ। ଲୋକ ଆଜି ମଧ୍ୟ ଏଠାକୁ ଭଗବାନ ଶିବଙ୍କ ଦର୍ଶନ ପାଇଁ ଆସିଥାନ୍ତି।

ପ୍ରାୟ ୧୧୫ ଫୁଟ ଉଚ୍ଚ କକନମଠ ମନ୍ଦିରର ସବୁଠାରୁ ଉଲ୍ଲେଖନୀୟ ବୈଶିଷ୍ଟ୍ୟ ରହିଛି। ତାହା ହେଉଛି ଏହି ମନ୍ଦିର ଗୁରୁତ୍ୱାକର୍ଷଣ ନିୟମକୁ ବିରୋଧ କରୁଥିବା ପରି ମନେହୁଏ। କାରଣ ଏହାର ଉଚ୍ଚତା ଅଧିକ ହେବା ସତ୍ତ୍ୱେ, ପ୍ରାୟ ୧୦୦୦ ବର୍ଷରୁ ଅଧିକ ସମୟ ଧରି ଏହି ମନ୍ଦିର ଝଡ଼ ତୋଫାନକୁ ସହ୍ୟ କରି ଆସିଛି। ଏହି ହଜାରେ ବର୍ଷର ପୁରୁଣା ମନ୍ଦିରରେ ଆପଣଙ୍କୁ ହିନ୍ଦୁ ଦେବଦେବୀଙ୍କ ମୂର୍ତ୍ତି ଦର୍ଶନ କରିବାକୁ ମିଳିବ। ଯାହା ମଧ୍ୟରୁ ଅନେକ ଧ୍ୱଂସପ୍ରାୟ ଅବସ୍ଥାରେ ରହିଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Kakanmath Temple: The Mysterious 'Floating' Shiva Temple in Morena | Argus News