Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Devotion

Chandra Grahan Fasting / ଚନ୍ଦ୍ର ଗ୍ରହଣ ବେଳେ କାହିଁକି କରନ୍ତି ଉପବାସ ? କଣ ଖାଇବା ଉଚିତ...

Debashree Debasmita Sahoo
Browse all articles by Debashree Debasmita Sahoo
·4 months ago·2 min read
ଚନ୍ଦ୍ର ଗ୍ରହଣ ବେଳେ କାହିଁକି କରନ୍ତି ଉପବାସ ? କଣ ଖାଇବା ଉଚିତ...
Chandra Grahan Fasting

Key Points

ଗ୍ରହଣ କି ସୂର୍ଯ୍ୟପରାଗ ବେଳେ ଘର ମାହୋଲ ବଦଳେ
ପୂଜାପାଠ, ଖାଇବା ପିଇବା ବନ୍ଦ ରଖାଯାଏ
ତେବେ କାହିଁକି ଗ୍ରହଣ ବେଳେ ଉପବାସ ରୁହନ୍ତି ?
ଯେତେବେଳେ ଚନ୍ଦ୍ର ଗ୍ରହଣ ଲାଗେ ସେତେବେଳେ ଆମମାନଙ୍କ ଘରେ ଏକ ଅଲଗା ପ୍ରକାର ମାହୋଲ ରହିଥାଏ । ଅନେକ ମନ୍ଦିରରେ ଦର୍ଶନ ବନ୍ଦ ରହେ, ଅନେକ ଲୋକ ମନ୍ତ୍ର ଜପ କରନ୍ତି । ଏପରିକି ଅନେକ ଲୋକ ଉପବାସ ମଧ୍ୟ ରଖନ୍ତି । ଏକ ନିର୍ଦ୍ଦିଷ୍ଟ ସମୟ ପରେ ଖାଇବା ପାଇଁ ମଧ୍ୟ ବାରଣ କରାଯାଏ । ଆଜି ବି ଅନେକ ଲୋକ ଅଛନ୍ତି ଯିଏ କି ଏହା ପଛର କାରଣ ନ ଜାଣି କେବଳ ପୂର୍ବ ପରମ୍ପରାକୁ ପାଳନ କରନ୍ତି । ତେବେ ଏଠାରେ ପ୍ରଶ୍ନ କଣ ବାସ୍ତବରେ ଗ୍ରହଣ ସମୟରେ ଖାଦ୍ୟ ଖାଇବା ଉଚିତ ନୁହେଁ ?

ତେବେ ଚନ୍ଦ୍ର ଗ୍ରହଣ ଆମ ସୌରମଣ୍ଡଳର ଗ୍ରହଣ ନକ୍ଷତ୍ର ମଧ୍ୟରେ ଘଟୁଥିବା ଏକ ଘଟଣା ନୁହେଁ, ଆୟୁର୍ବେଦରେ ଏହାର ଖାସ ମହତ୍ତ୍ଵ ରହିଛି । ଉପବାସ ପରମ୍ପରା ଧାର୍ମିକ ମହତ୍ତ୍ଵ ସହିତ ସ୍ଵାସ୍ଥ୍ୟ ସମ୍ବନ୍ଧୀୟ ଦୃଷ୍ଟିକୋଣ ସହ ଜଡ଼ିତ । ବର୍ଷରେ ଯେତେବେଳେ ଗ୍ରହଣ କିମ୍ବା ପରାଗ ଆସିଥାଏ, କେଉଁଠି ନା କେଉଁଠି କିଛି ବ୍ୟକ୍ତିଙ୍କ ମନରେ ଏହେ ସମାନ ପ୍ରଶ୍ନ ଆସିଥାଏ । ତେବେ ଆସନ୍ତୁ ଆଜି ଏହି ସରଳ ପ୍ରଶ୍ନର ଉତ୍ତରକୁ ବୁଝିବା ।

  • ଉପବାସ ପଛରେ ଧାର୍ମିକ କାରଣ
ହିନ୍ଦୁ ଧର୍ମରେ ବିଶ୍ଵାସ କରାଯାଏ ଯେ ଗ୍ରହଣ ସମୟରେ ପରିବେଶ ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ । ଶାସ୍ତ୍ର ଅନୁସାରେ, ଏହି ସମୟରେ ଖାଦ୍ୟ ରାନ୍ଧିବା ଓ ଭୋଜନ କରିବା ଶୁଭ ନୁହେଁ । ଏହି ସମୟରେ ରନ୍ଧା ଖାଦ୍ୟ ଦୂଷିତ ହୋଇଯାଏ ବୋଲି ବିଶ୍ଵାସ ରହିଛି । ଏଥିଲାଗି ଗ୍ରହଣ ପୂର୍ବରୁ ଖାଦ୍ୟ ରନ୍ଧାଯାଇ ଏଥିରେ ପବିତ୍ର ତୁଳସୀ ପତ୍ର ପକାଯାଏ, ଯାହାଦ୍ଵାରା ଏହା ଶୁଦ୍ଧ ରହିଥାଏ । ଧାର୍ମିକ ବିଶ୍ଵାସ ଅନୁସାରେ, ଏହି ସମୟରେ ସାଧନା, ମନ୍ତ୍ରଜପ ଓ ଧ୍ୟାନ ଲାଗି ସବୁଠୁ ଭଲ । ଏଣୁ ଶରୀରକୁ ହାଲୁକା ରଖିବା ଲାଗି ଉପବାସ ରଖିବା ଉଚିତ, ଯାହାଦ୍ଵାରା ମନ ଓ ଧ୍ୟାନ ସଠିକ ସ୍ଥାନରେ ରହିବ ।

  • ଗ୍ରହଣ ବେଳେ କଣ ଖାଇବେ ?
ଚନ୍ଦ୍ର ଗ୍ରହଣ ସମୟରେ ଅନ୍ନ ଭୋଜନ ନିଷେଧ କରିବା ସହ ହାଲୁକା ଓ ଶୁଖିଲା ଖାଦ୍ୟ ଖାଇବେ । ଆମିଷଯୁକ୍ତ ଖାଦ୍ୟ ଖାଇବେ ନାହିଁ । ଏହାସହିତ ହାଲୁକା ଖାଦ୍ୟ ଯେପରି ଫଳ ଓ ଶୁଖିଲା ଖାଦ୍ୟ ଖାଇବା ଉଚିତ । ଏହି ନିୟମ ରୋଗୀ, ବୃଦ୍ଧବୃଦ୍ଧା ଓ ଗର୍ଭବତୀଙ୍କଠାରେ ଲାଗୁ ହୁଏନାହିଁ ।

  • ଗ୍ରହଣ ପରେ କଣ ଖାଇବା ଉଚିତ
ପରମ୍ପରା ଅନୁସାରେ, ଗ୍ରହଣ ପରେ ସ୍ନାନ କରି ଶୁଦ୍ଧ ଭୋଜନ କରିବା ଉଚିତ । ଶୁଭ ଖାଦ୍ୟ ଯେପରିକି ଖେଚୁଡି, ମୁଗ ଡାଲି, ଫଳ, ସାତ୍ତ୍ଵିକ ଭୋଜନ ଖାଇବା ଉଚିତ । ଭାରି କିମ୍ବା ବାସି ଖାଦ୍ୟଠାରୁ ଦୂରେଇ ରହିବା ଉଚିତ । ଅନେକ ଘରେ ଗ୍ରହଣ ପରେ ଘରକୁ ସଫା କରାଯାଇ ଗଙ୍ଗାଜଳ ସିଞ୍ଚନ କରାଯାଏ । ସ୍ନାନ ପରେ ସାତ୍ତ୍ଵିକ ଭୋଜନ ଗ୍ରହଣ କରାଯାଏ ।

ସୂଚନା ଥାଉ କି, ଆଜି ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହହଣ । ଭାରତୀୟ ସମୟ ସକାଳ ୬ଟା ୮ରୁ ହାଣ୍ଡିଛାଡ଼ ହୋଇଛି । ଦିନ ୩ଟା ୨୫ ମିନିଟରେ ଚନ୍ଦ୍ର ଗ୍ରହଣ ଆରମ୍ଭ ହୋଇଛି । ଗ୍ରହଣ ୬ଟା ୪୭ ମିନିଟରେ ଶେଷ ହେବ । ଏହି ଗ୍ରହଣ ମୋଟ ୩ ଘଣ୍ଟା ୨୭ ମିନିଟ୍‌ ପାଇଁ ଗ୍ରହଣ ଲାଗିବ । ଭାରତରେ ଗ୍ରହଣ ମାତ୍ର ୫୭ ମିନିଟ୍‌ ଦୃଶ୍ୟମାନ ହେବ ବୋଲି ଜ୍ୟୋତିର୍ବିଦମାନେ କହିଛନ୍ତି ।

ଅଧିକ ଖବର ପଢନ୍ତୁ...
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Lunar Eclipse 2026 Chandra Grahan fasting reasons health tips | Argus News