Ratna Bhandar Opening / ଆଜି ପୁଣି ଖୋଲିବ ରତ୍ନ ଭଣ୍ଡାର; ଭିତର କାଠ ଦର୍ଶନ ବନ୍ଦ
·3 months ago·2 min read

Key Points
ମଧ୍ୟାହ୍ନ ଧୂପ ଶେଷ ହେବାପରେ ଭିତର ଭଣ୍ଡାରକୁ ଯିବେ ସ୍ବତନ୍ତ୍ର ଟିମ୍
ଦିନ ତମାମ ବାହାର କାଠରୁ ଦର୍ଶନ କରିବେ ଶ୍ରଦ୍ଧାଳୁ
ଦିନ ତମାମ ବାହାର କାଠରୁ ଦର୍ଶନ କରିବେ ଶ୍ରଦ୍ଧାଳୁ
ଆଜି ପୁଣି ଖୋଲିବ କାଳିଆ ସାଆନ୍ତଙ୍କ ରତ୍ନ ଭଣ୍ଡାର । ମଧ୍ୟାହ୍ନ ଧୂପ ଶେଷ ହେବା ପରେ ଭିତର ଭଣ୍ଡାରକୁ ଯିବେ ସ୍ବତନ୍ତ୍ର ଟିମ୍ । ଦିନ ତମାମ ବାହାର କାଠରୁ ଦର୍ଶନ ସାନିଧ୍ୟ ନେବେ ଶ୍ରଦ୍ଧାଳୁ । ମହାସ୍ନାନ ଭଳି ଅନାବଶ୍ୟକ ପ୍ରତିକୂଳ ପରିସ୍ଥିତି ଏଡ଼ାଇବା ପାଇଁ ଦିନ ତମାମ ଭିତର କାଠ ଦର୍ଶନ ବନ୍ଦ ପାଇଁ ଶ୍ରୀମନ୍ଦିର ପ୍ରଶାସନ ନେଇଛି ନିଷ୍ପତ୍ତି । କେବଳ ରତ୍ନ ଗଣତି ହେଉଥିବା ଦିନ ମାନଙ୍କରେ ବନ୍ଦ ରହିବ ଭିତର କାଠ ଦର୍ଶନ ।
ପଢନ୍ତୁ ଏହି ଖବର: ସାରା ରାତି ଅନିଦ୍ରା ରହିଲେ ମହାପ୍ରଭୁ, ବିଳମ୍ବିତ ନୀତି ପାଇଁ ହେଲାନି ପହୁଡ଼
- ୬ଦିନ ଭିତର ଭଣ୍ଡାରର ଗଣତି ମଣତି କାର୍ଯ୍ୟ
- ପ୍ରତ୍ୟେକ ବାକ୍ସରେ ଲାଗୁଛି ପିତ୍ତଳ ଟ୍ୟାଗ୍
ପଢନ୍ତୁ ଏହି ଖବର: ସାରା ରାତି ଅନିଦ୍ରା ରହିଲେ ମହାପ୍ରଭୁ, ବିଳମ୍ବିତ ନୀତି ପାଇଁ ହେଲାନି ପହୁଡ଼
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମହାପ୍ରଭୁଙ୍କ ରତ୍ନ ଅଳଙ୍କାରରେ ଥିବା ରତ୍ନର ଚିହ୍ନଟ ପାଇଁ ଜେମୋଲୋଜିଷ୍ଟ ବା ରତ୍ନବିଶାରଦ ମାନେ ସହଯୋଗ କରୁଛନ୍ତି । ସେମାନେ ଉନ୍ନତମାନର ଅତ୍ୟାଧୁନିକ ଯନ୍ତ୍ରପାତି ବ୍ୟବହାର କରୁଛନ୍ତି । ଗଣତି ମଣତି ୧୯୭୮ ମସିହା ତାଲିକା ଅନୁଯାୟୀ ଶତ ପ୍ରତିଶତ ସମାନ ହୋଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପୂର୍ବରୁ କହିଛନ୍ତି । ପ୍ରତ୍ୟେକ ଅଳଙ୍କାରରେ ଥିବା କ୍ରମିକ ସଂଖ୍ୟାକୁ ଲକ୍ଷ୍ୟ କରି ଅଳଙ୍କାରଗୁଡ଼ିକ ଚିହ୍ନଟ କରାଯାଉଛି । ଏହାର ଫଟୋଗ୍ରାଫି, ଭିଡିଓଗ୍ରାଫି, 3D ମ୍ୟାପିଙ୍ଗ ଓ E CATALOGUE କରାଯାଉଛି ।
Related Topics
Explore more stories