Jagannath Temple Ritual Delay / ସାରା ରାତି ଅନିଦ୍ରା ରହିଲେ ମହାପ୍ରଭୁ, ବିଳମ୍ବିତ ନୀତି ପାଇଁ ହେଲାନି ପହୁଡ଼
·1 hour ago·1 min read

Key Points
ପୁରୀରେ ସାରା ରାତି ଅନିଦ୍ରା ରହିଲେ ମହାପ୍ରଭୁ
ବିଳମ୍ବିତ ନୀତି ପାଇଁ ହେଲାନି ପହୁଡ଼
ରାତି ୮ଟା ୫ ସୁଦ୍ଧା ଜଳକ୍ରୀଡ଼ା ସାରି ବିଜେ କରିଥିଲେ ଠାକୁର

ରାତି ସାରା ଅନିଦ୍ରା ମହାପ୍ରଭୁ । ହେଲା ନାହିଁ ରାତ୍ର ପହୁଡ଼ ନୀତି । ଗତକାଲି ସାବିତ୍ରୀ ଅମାବାସ୍ୟା ଓ ସାଗର ବିଜେ ନୀତି ସହ ରହିଥିଲା ଭିତର ଚନ୍ଦନ ଯାତ୍ରାର ଜଳକ୍ରୀଡା । ରାତ୍ର ୮ଟା ୫ ସୁଦ୍ଧା ଜଳକ୍ରୀଡା ସାରି ବିଜେ କରିଥିଲେ ମଦନ ମୋହନ, ଶ୍ରୀଦେବୀ ଓ ଭୂଦେବୀ । ଏହା ପରେ ମଧ୍ୟାହ୍ନ ଧୂପ ହୋଇଥିଲା । ରାତ୍ର ପ୍ରାୟ ୧୨ ଟା ୩୦ ବେଳକୁ ହୋଇଥିଲା ସନ୍ଧ୍ୟା ଧୂପ ନୀତି ।
ତେବେ ପରେ ପଣା ଭୋଗ, ଚନ୍ଦନ ଲାଗି ହୋଇ ବଡ଼ ସିଂହାର ବେଳକୁ ଭୋର୍ ୪ ଟା ୨୪ ହୋଇଥିଲା । ଏହାପରେ ମହାପ୍ରଭୁଙ୍କ ପହୁଡ଼ ନୀତି କରାଯାଇ ନାହିଁ । ଆଗକୁ ନୀତି ତ୍ୱରାନ୍ୱିତ କରାଯିବା ସହ ମଙ୍ଗଳ ଆଳତୀ ନୀତି ବଢ଼ିଛି ।
ଅଧିକ ପଢ଼ନ୍ତୁ: ଓଡ଼ିଶା ଆସୁଛନ୍ତି BJP ରାଷ୍ଟ୍ରୀୟ ଅଧ୍ୟକ୍ଷ, ସୋମବାର ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ
ତେବେ ଏହା ପୂର୍ବରୁ ବାହାର ଚନ୍ଦନ ଯାତ୍ରା ନୀତିରେ କେତେ ସେବକ ଚାପ ଉପରେ ରହିବେ ତାକୁ ନେଇ ବିଶୃଙ୍ଖଳା ଦେଖା ଦେଇଥିଲା । ଏବେ ଭିତର ଚନ୍ଦନ ଯାତ୍ରା ନୀତିରେ ଅବେହଳା ମଧ୍ୟ ଦେଖାଯାଉଛି । ବିଗତ ୪ ଦିନ ହେବ ରାତି ପ୍ରାୟ ୨ ଟା ୩୦ରୁ ୩ ଟା ୩୦ ବେଳକୁ ପହୁଡ଼ ହେଉଥିବା ବେଳେ ଗତକାଲି ରାତିରେ ରାତ୍ର ପହୁଡ଼ ହୋଇନାହିଁ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories