Heavy Crowd / ରତ୍ନବେଦୀରୁ ଓହ୍ଲାଇ ଆସିଛି କାଳିଆ; ଚକାନୟନକୁ ଟିକେ ଦେଖିବା ପାଇଁ ବଡ଼ଦାଣ୍ଡରେ ଜନସମୁଦ୍ର
·2 months ago·2 min read

Key Points
ପବିତ୍ର ରଥଯାତ୍ରାରେ ଜନସମୁଦ୍ର ବଡ଼ଦାଣ୍ଡ
ଅଟକାଇ ପାରିନି ଲଗାଣ ବର୍ଷା ପବନ
ସବୁ ବାଧାବିଘ୍ନକୁ ଏଡ଼ାଇ କାଳିଆ ପାଖରେ ଭକତ
ଅଟକାଇ ପାରିନି ଲଗାଣ ବର୍ଷା ପବନ
ସବୁ ବାଧାବିଘ୍ନକୁ ଏଡ଼ାଇ କାଳିଆ ପାଖରେ ଭକତ
ପୁରୀ: ଜଗାର ରଥଯାତ୍ରା ଦେଖିବାକୁ ଜନସମୁଦ୍ର ପାଲଟିଛି ବଡ଼ଦାଣ୍ଡ । ଭାବ ଓ ଭକ୍ତିରେ ଉଛୁଳି ପଡ଼ୁଛି ବଡ଼ଦାଣ୍ଡ । ଭଗବାନ ଓ ଭକ୍ତଙ୍କ ମଧ୍ୟରେ ବାଧକ ସାଜିପାରୁନି ବର୍ଷା । ଚକାଆଖିର ପ୍ରେମରେ ବିଭୋର ମନ ଓ ଆତ୍ମା । ରଥାରୂଢ଼ କଳାଶ୍ରୀମୁଖର ଦର୍ଶନ ଅପେକ୍ଷାରେ କୋଟି କୋଟି ଭକ୍ତ । ଚତୁର୍ଦ୍ଧାମୂର୍ତ୍ତିଙ୍କ ଝଲକ ପାଇବା ପାଇଁ ଭକ୍ତଙ୍କ ମଧ୍ୟରେ ଅଦ୍ଭୁତ ଶିହରଣ ଦେଖିବାକୁ ମିଳିଛି । ବର୍ଷା ଯୋଗୁଁ ବଡ଼ ଦାଣ୍ଡକୁ ଘୋଡ଼େଇଛି ଭକ୍ତଙ୍କ ମାଳମାଳ ଛତା, ଯାହାର ଦୃଶ୍ୟ ବେଶ ମନୋରମ ରହିଛି ।
- କଡ଼ା ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର
- ଶ୍ଵାସରୁଦ୍ଧ ହେଲେ ଯୁବକ
- ଦେଶବିଦେଶରେ ପାଳନ ହେଉଛି ରଥଯାତ୍ରା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ବଡ଼ଦାଣ୍ଡରେ ଦିବ୍ୟ ତିନି ରଥ; କେଉଁ ରଥ ଦର୍ଶନ କଲେ ମିଳେ କେଉଁ ଲାଭ ?
ଅନ୍ୟପଟେ, ନିର୍ଦ୍ଧାରିତ ସମୟରେ ଆରମ୍ଭ ହୋଇଛି ପହଣ୍ଡି । ଦିନ ୧୧ଟା ସୁଦ୍ଧା ବଡ଼ ଠାକୁର ବଳଭଦ୍ର, ଦେବୀ ସୁଭଦ୍ରାଙ୍କ ପହଣ୍ଡି ସରିଥିବାବେଳେ ଏବେ ଚାଲିଛି କାଳିଆ ଠାକୁରଙ୍କ ପହଣ୍ଡି । ପୂର୍ବାହ୍ନ ୧୧.୪୫ଟା ସୁଦ୍ଧା ଧାଡ଼ି ପହଣ୍ଡିରେ ଜଗା ।
ଅନ୍ୟପଟେ, ନିର୍ଦ୍ଧାରିତ ସମୟରେ ଆରମ୍ଭ ହୋଇଛି ପହଣ୍ଡି । ଦିନ ୧୧ଟା ସୁଦ୍ଧା ବଡ଼ ଠାକୁର ବଳଭଦ୍ର, ଦେବୀ ସୁଭଦ୍ରାଙ୍କ ପହଣ୍ଡି ସରିଥିବାବେଳେ ଏବେ ଚାଲିଛି କାଳିଆ ଠାକୁରଙ୍କ ପହଣ୍ଡି । ପୂର୍ବାହ୍ନ ୧୧.୪୫ଟା ସୁଦ୍ଧା ଧାଡ଼ି ପହଣ୍ଡିରେ ଜଗା ।
Related Topics
Explore more stories