Jagannath Rath Yatra / ବଡ଼ଦାଣ୍ଡରେ ଦିବ୍ୟ ତିନି ରଥ; କେଉଁ ରଥ ଦର୍ଶନ କଲେ ମିଳେ କେଉଁ ଲାଭ ?
·1 hour ago·4 min read

Key Points
ଗୁଣ୍ଡିଚା ଯାତ୍ରା ପାଳନର ଏକମାତ୍ର ଲକ୍ଷ୍ୟ ହେଉଛି ମହାପ୍ରଭୁଙ୍କ ପ୍ରୀତି ଓ ଭକ୍ତର ଅଖଣ୍ଡ ଆନନ୍ଦ ପ୍ରାପ୍ତି ପାଇଁ ହିଁ ଲୀଳାମୟ ମହାପ୍ରଭୁ ଭକ୍ତଙ୍କ ମଧ୍ୟରେ ଅପୂର୍ବ ଲୀଳା ।
ପୁରୀ: ଅଖିଳ ବ୍ରହ୍ମାଣ୍ଡନାଥ ଦାରୁବ୍ରହ୍ମରୂପୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପ୍ରସିଦ୍ଧ ଦ୍ଵାଦଶ ଯାତ୍ରା ଓ ସମସ୍ତ ଉପଯାତ୍ରା, ଉତ୍ସବ ମଧ୍ୟରେ ଶ୍ରୀଗୁଣ୍ଡିଚା ମହୋତ୍ସବ ହିଁ ସର୍ବଶ୍ରେଷ୍ଠ । ଶାସ୍ତ୍ରୀୟ ମତରେ ସୁସଜ୍ଜିତ ରଥରେ ନୀଳାଚଳ ସ୍ଥିତ ଶ୍ରୀମନ୍ଦିରରୁ ଆଡ଼ପ ମହାବେଦୀକୁ ଚତୁର୍ଦ୍ଧା ବିଗ୍ରହ ଯେଉଁ ବିଜୟ ଯାତ୍ରା କରନ୍ତି, ତାହା ଗୁଣ୍ଡିଚା ମହୋତ୍ସବ ବା ମହାବେଦୀ ମହୋତ୍ସବ ।
ଏହାର ମୁଖ୍ୟ ଆକର୍ଷଣ ହେଲା ସଂପୂର୍ଣ୍ଣ ଶିଳ୍ପଶାସ୍ତ୍ରାନୁମୋଦିତ ବିଶ୍ଵକର୍ମା ମହାରଣାଙ୍କ ଦ୍ୱାରା ନିର୍ମିତ ସୁଉଚ୍ଚ ରଥତ୍ରୟ । ଏଥିରେ ଚତୁର୍ଦ୍ଧା ବିଗ୍ରହଙ୍କ ସହ ତାଙ୍କର ଚଳନ୍ତି ପ୍ରତିମା ବା ଉତ୍ସବ ମୂର୍ତ୍ତି ଶ୍ରୀମଦନମୋହନ ଓ ରାମ, କୃଷ୍ଣ ମଧ୍ୟ ଆଷାଢ଼ ଶୁକ୍ଳ ଦ୍ଵିତୀୟା ତିଥିରେ ଅନୁଷ୍ଠିତ ରଥଯାତ୍ରାରେ ଆଡ଼ପ ମଣ୍ଡପ ତଥା ଗୁଣ୍ଡିଚା ମନ୍ଦିରକୁ ବିଜେ କରିଥାନ୍ତି ।
ନନ୍ଦିଘୋଷ ରଥ
ସଂପୂର୍ଣ ଶାସ୍ତ୍ରୀୟ ବିଧି ବିଧାନର ସହ ନିର୍ମିତ ହେଉଥୁବା ଶ୍ରୀଜଗନ୍ନାଥଙ୍କ ରଥର ନାମ ନନ୍ଦିଘୋଷ । 'ନନ୍ଦିଘୋଷ' ଶବ୍ଦର ଅନେକ ଅର୍ଥ ଅଛି । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଏହି ଶବ୍ଦର ଅର୍ଥ ହେଲା, ‘ଯେ କୌଣସି ଶୁଭ ଘୋଷଣା ଆନନ୍ଦଜନକ ଶବ୍ଦ ଯୁକ୍ତ’ । ‘ଘୋଷ’ର ଅର୍ଥ - ଗର୍ଜନ, ଉଚ୍ଚ ଧ୍ୱନି, ହର୍ଷ ସୃଷ୍ଟିକାରୀ ଧ୍ଵନି । ‘ନନ୍ଦିଘୋଷ’ ହେଲା ବିଜୟ ଧ୍ଵନି । ନନ୍ଦିଘୋଷ ରଥ ଏକ ଦିବ୍ୟ ରଥ, ଯାହାକି ସ୍ୱର୍ଗରେ ଦେବରାଜ ଇନ୍ଦ୍ରଙ୍କ ତତ୍ତ୍ୱାବଧାନରେ ରହିଥାଏ ।
ଏହି ରଥ ମୁଖ୍ୟତଃ ବିଷ୍ଣୁଙ୍କ ବ୍ୟବହାର ପାଇଁ ଉଦ୍ଦିଷ୍ଟ । ବିଷ୍ଣୁ ତାଙ୍କର କୃଷ୍ଣ ଓ ରାମ ଅବତାରରେ ମଧ୍ୟ ଏହି ରଥକୁ ବ୍ୟବହାର କରିଛନ୍ତି । ଦେବରାଜ ଇନ୍ଦ୍ର ତାଙ୍କ ପୁତ୍ର ଅର୍ଜୁନଙ୍କ ସାମୟିକ ବ୍ୟବହାର ପାଇଁ ଏହି ରଥ ପ୍ରଦାନ କରିଥିଲେ । ସୁତରାଂ ମହାବିଷ୍ଣୁ ସ୍ୱରୂପ ମହାପ୍ରଭୁ ଶ୍ରୀଜଗନ୍ନାଥ ଏହି ରଥରେ ଗୁଣ୍ଡିଚା ମହୋତ୍ସବ ଲୀଳା ସମ୍ପାଦନ କରିଥାନ୍ତି ।
ନନ୍ଦିଘୋଷ ରଥର ଅଧୂଶ୍ଵର ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ଚଳନ୍ତି ପ୍ରତିମା ତଥା ଉତ୍ସବ ମୂର୍ତ୍ତି ଶ୍ରୀ ମଦନମୋହନ । ଦାରୁକ ହେଉଛନ୍ତି ଏହି ରଥର ସାରଥୀ । ଶଙ୍ଖଚୂଡ଼ ନାମ୍ନୀ ନାଗୁଣୀ ରଥର ରଜ୍ଜୁ । ରଥ କଳସ ତ୍ରୟର ନାମ ନଭ, ବ୍ୟୋମ ଓ ଆକାଶ ଉପରେ ଥିବା ଶୂନ୍ୟ ଚକ୍ରର ନାମ ସୁଦର୍ଶନ ।
ଚକ୍ର ଉପରିସ୍ଥ ନେତର ନାମ ତ୍ରୈଲୋକ୍ୟମୋହିନୀ । ରଥ ଧ୍ଵଜାରେ ମହାବୀର ହନୁମାନ ବିରାଜିତ ହୋଇଥାନ୍ତି । ହିରଣ୍ୟଗର୍ଭ ନାମକ ଏହି ରଥ ଦଧିନଉତିର ଉଭୟ ପାର୍ଶ୍ବସ୍ଥ ଶୁକ ଯୁଗଳ ହେଉଛନ୍ତି ଜୀବ ଓ ପରମ । ରଥ ଦ୍ଵାରପାଳ ହେଲେ ଜୟ ଓ ବିଜୟ । ରଥର ପାର୍ଶ୍ଵ ଦେବତାମାନେ ହେଲେ ହରିହର, ପଣ୍ଡୁ ନୃସିଂହ, ଧାରୀ, ରାବଣ ଛତ୍ରଭଙ୍ଗ, ଚିନ୍ତାମଣି କୃଷ୍ଣ, ଗିରିଗୋବର୍ଦ୍ଧନଧାରୀ, ରାବଣ ଛତ୍ରଭଙ୍ଗ, ମଧୁସୂଦନ, ଲକ୍ଷ୍ମଣ, ପଞ୍ଚମୁଖୀ ମହାବୀର । ଜାତି, ଧର୍ମ, ବର୍ଣ୍ଣ, ସମ୍ପ୍ରଦାୟ ନିର୍ବିଶେଷରେ ଯେକୌଣସି ଭକ୍ତ ଏହି ରଥ ଦର୍ଶନ କଲେ ସାଯୁଜ୍ୟ ମୁକ୍ତି ଲାଭ କରିଥାଏ ।
ତାଳଧ୍ଵଜ ରଥ
ଶ୍ରୀ ବଳଭଦ୍ରଙ୍କ ଏହି ଦିବ୍ୟ ତାଳଧ୍ଵଜ ରଥକୁ ଦେବତାବୃନ୍ଦ ତାଳବନରେ ପ୍ରଦାନ କରିଥିଲେ । ଚତୁର୍ଦ୍ଦଶ ଭୁବନ ଅନୁପାତରେ ଏହି ରଥରେ ଚଉଦଟି ଚକ ସଂଯୁକ୍ତ । ରଥ ଦଧିନଉତିର ନାମ ଭୁବନକୋଷ, ଦଧିନଉତିର ଉଭୟ ପାର୍ଶ୍ଵସ୍ଥ ଶୁକ ଯୁଗଳଙ୍କର ନାମ ଶ୍ରଦ୍ଧା ଓ ବିଶ୍ୱାସ । ଦଧିନଉତି ଉପରେ ସଂସ୍ଥାପିତ କଳସ ତ୍ରୟର ନାମ ହେଉଛି ଭୁବନ, ବିଶ୍ଵ ଓ ପୃଥିବୀ । ମତାନ୍ତରେ ସୁଦ୍ୟୁମ୍ନ । ସୂର୍ଯ୍ୟ, ଚନ୍ଦ୍ର ଓ ବିଦ୍ୟୁତ୍। ଚକ୍ର ଉପରେ ଥିବା ନେତର ନାମ ଉନ୍ମନି ।
ତାଳଧ୍ଵଜ ରଥର ଅଧୀଶ୍ୱର ଶ୍ରୀ ବଳଭଦ୍ର ଓ ଉତ୍ସବ ବିଜେ ପ୍ରତିମା ମୂର୍ତ୍ତି ଦ୍ଵୟ ହେଲେ ରାମ କୃଷ୍ଣ । ରଥର ଦ୍ୱାରପାଳ ପାଳ ହେଲେ ନନ୍ଦ, ସୁନନ୍ଦ । ରଥର ଆୟୁଧ ହଳ, ମୂଷଳ । ରଥ ଦଉଡ଼ିର ନାମ ବାସୁକୀ । ରଥ ଦେବତା ଶେଷଶାୟୀ, ଶୀର୍ଷ ଦେବତା ଅନନ୍ତ ନାଗ, ଚର ଦେବତା ଶିବ ଓ ବିରଞ୍ଚି । ରଥର ପାର୍ଶ୍ୱ ଦେବତାମାନେ ହେଲେ ପ୍ରଳମ୍ବ ପ୍ରଳମ୍ବାରି ମହାଦେବ, ବାଇଶି ଭୁଜ ନୃସିଂହ, ବଳରାମ, ନଟବର ଗଣେଶ, ଅଙ୍ଗଦ, ନାଟାମ୍ବର, ରଥର ସାରଥ ହେଲେ ମାତଳି ମତାନ୍ତରେ ରଥ ରକ୍ଷକ ବାସୁଦେବ ଓ ଭାସ୍କର । ଶିଳ୍ପ ଶାସ୍ତ୍ରାନୁପଦ୍ଧତିରେ ଗଠିତ ଏହି ରଥ ଦର୍ଶନରେ ସର୍ବ ବିଘ୍ନ ନାଶ ଘଟେ ବୋଲି ବିଶ୍ଵାସ କରାଯାଏ ।
ଦର୍ପଦଳନ ରଥ
ଦେବୀ ସୁଭଦ୍ରାଙ୍କର ରଥର ନାମ ଦେବଦଳନ, ପଦ୍ମଧ୍ଵଜ ବା ଦର୍ପଦଳନ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଇନ୍ଦ୍ରଜିତଙ୍କ ରଥର ନାମ ଦେବଦଳନ ବୋଲି ଉଲ୍ଲେଖ ରହିଛି । ରଥ ମହୋତ୍ସବରେ ଆତ୍ମଶକ୍ତି ସୁଭଦ୍ରା ଦର୍ପଦଳନ କଲା ପରେ ଯାଇ ଦର୍ଶନ ମିଳେ ଦାରୁବ୍ରହ୍ମଙ୍କର । ଦେବତା ବୃନ୍ଦ ମାଣିକ୍ୟ ଖଚିତ ଓ ବାମଦେବଙ୍କ ଦ୍ୱାରା ନିର୍ମିତ ଏହି ଦିବ୍ୟ ରଥକୁ ରଥକୁ ସୁଭଦ୍ରା ଦେବୀଙ୍କୁ ପ୍ରଦାନ କରିଥିଲେ ।
ଦ୍ଵାଦଶ ମାସ ବା ରାଶି ଅନୁସାରେ ଏହି ରଥ ଦ୍ଵାଦଶ ଚକ୍ର ବିଶିଷ୍ଟ । ଦଧିନଉତିର ନାମ ହରିଣ୍ମୟୀ, ଦଧିନଉତି ପାର୍ଶ୍ୱସ୍ଥ ଶୁକ ଯୁଗଳ ସୁପର୍ଣ୍ଣ ଓ ଦ୍ୱାସୁପର୍ଣ୍ଣ । ଚକ୍ର ଉପରିସ୍ଥ ନେତର ନାମ ନାଦାୟିକା, ଦଧିନଉତି ଉପରିସ୍ଥ କଳସତ୍ରୟର ନାମ ପରା, ଅପରା ଓ ବୈଖାରୀ, ରଥ ଦଉଡିର ନାମ ସୂର୍ଣ୍ଣଚୂଡ଼ । ରଥ ଚକ୍ରର ନାମ ଦିପ୍ତ, ରଥ ଧ୍ଵଜାରେ ତ୍ରିପୁରା ସିନ୍ଦୁରୀ । ରଥର ଅଧୀଶ୍ଵର ଦେବତା ଶ୍ରୀସୁଭଦ୍ରା ବା ଶ୍ରୀସୁଦର୍ଶନ ।
ରଥର ଦ୍ଵାରପାଳ ହେଲେ ଗଙ୍ଗା, ଯମୁନା ରଥପାଳ-ହରିହର, ସାରଥୀଙ୍କ ନାମ( ମତାନ୍ତରେ ଦେବଦତ୍ତ, ସାର୍ କୀ) । ରଥର ପାର୍ଶ୍ଵ ଦେବୀମାନେ ହେଲେ ବିମଳା, ମଙ୍ଗଳା, ବାରାହୀ, ଭଦ୍ରକାଳୀ (ମଣ୍ଡନରେ ଜୟଦୁର୍ଗା), ଉମା (ମତାନ୍ତରେ ବନଦୁର୍ଗା), ହରଚଣ୍ଡୀ, ରାମଚଣ୍ଡୀ ଓ ଅଘୋରା । ପଦ୍ମଧ୍ଵଜ ବା ଦର୍ପଦଳନ ରଥ ଦର୍ଶନରେ ମନୁଷ୍ୟର ଦର୍ପ ନାଶ ପୂର୍ବକ ସମସ୍ତ ରୋଗ ସନ୍ତାପ ନାଶ ହୋଇଥାଏ ।
ଏଥିସହ ପଢ଼ନ୍ତୁ: ବ୍ରହ୍ମ ହିଁ ଜଗତର ଏକମାତ୍ର ସତ୍ୟ ଓ ଅପରିବର୍ତ୍ତନୀୟ ତତ୍ତ୍ଵ
ଏଥିସହ ପଢ଼ନ୍ତୁ: ଶ୍ରୀଜଗନ୍ନାଥଙ୍କୁ ରଥରେ ଟାଣିବା ଦ୍ଵାରା ଦୃଢ଼ ହୁଏ ବିଶ୍ୱଭ୍ରାତୃତ୍ୱ ଓ ମାନବବାଦ
ପୁରାଣମାନଙ୍କରେ ଗୁଣ୍ଡିଚା ମହୋତ୍ସବର ବହୁଳ ପ୍ରସିଦ୍ଧି ତଥା ମାହାତ୍ମ୍ୟ ବର୍ଣ୍ଣିତ ହୋଇଅଛି । ଗୁଣ୍ଡିଚା ଯାତ୍ରା ପାଳନର ଏକମାତ୍ର ଲକ୍ଷ୍ୟ ହେଉଛି ମହାପ୍ରଭୁଙ୍କ ପ୍ରୀତି ଓ ଭକ୍ତର ଅଖଣ୍ଡ ଆନନ୍ଦ ପ୍ରାପ୍ତି ପାଇଁ ହିଁ ଲୀଳାମୟ ମହାପ୍ରଭୁ ଭକ୍ତଙ୍କ ମଧ୍ୟରେ ଅପୂର୍ବ ଲୀଳା । ବାସ୍ତବରେ ଗଣ ଦେବତା ରୂପରେ ରତ୍ନସିଂହାସନରୁ ଶ୍ରୀବିଗ୍ରହମାନେ ଗଣ ସମ୍ମୁଖକୁ ଆସି ରଥାରୂଢ଼ ପୂର୍ବକ ସର୍ବ ସମ୍ପ୍ରଦାୟ ଓ ଧର୍ମାବଲମ୍ବୀ ମାନବଙ୍କୁ ଦର୍ଶନ ଦେଇ ଅଖଣ୍ଡ ଆନନ୍ଦ ଓ ମୁକ୍ତି ପ୍ରଦାନ କରିଥାଆନ୍ତି ।

ବିଦ୍ର: ସମସ୍ତ ତଥ୍ୟ ଉତ୍କଳ ପ୍ରସଙ୍ଗରୁ ସଂଗୃହୀତ ଅଟେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories