Pantheon Thirakna Thailand / କିଏ ଏହି ପାନ୍ଥୋନ୍ ଥିରଖାନୋନ୍? ଯିଏ ଆୟୋଜନ କରିଥାନ୍ତି ଅଷ୍ଟବିନାୟକ ଯାତ୍ରା? ଯାହାଙ୍କ ବିଷୟରେ କହିଲେ ପ୍ରଧାନମନ୍ତ୍ରୀ ମୋଦି
·1 hour ago·3 min read

Key Points
ପ୍ରଧାନମନ୍ତ୍ରୀ ମୋଦି ତାଙ୍କର "ମନ କି ବାତ" କାର୍ଯ୍ୟକ୍ରମରେ ଥାଇଲ୍ୟାଣ୍ଡର ପାନ୍ଥୋନ୍ ଥିରଖାନନ୍ ଙ୍କ ବିଷୟରେ ଉଲ୍ଲେଖ କରିଥିଲେ। ଯିଏ ଭଗବାନ ଗଣେଶଙ୍କ ଭକ୍ତ ଥିଲେ। ସେ ପ୍ରତିବର୍ଷ ଅଷ୍ଟବିନାୟକ ଯାତ୍ରା ଆୟୋଜନ କରନ୍ତି, ଯାହାକୁ ବହୁତ ଲୋକପ୍ରିୟ ବୋଲି ବିବେଚନା କରାଯାଏ।
ସଦ୍ୟ ଦେଶର କୋଣ ଅନୁକୋଣରେ ବେଶ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି ଗଣେଶ ପୂଜା। ରବିବାର (ସେପ୍ଟମ୍ବର ୨୭) ନିଜର 'ମନ କି ବାତ' କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣେ ଅନନ୍ୟ ବିଦେଶୀ ଗଣପତି ଭକ୍ତଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି। ସେ ଥାଇଲ୍ୟାଣ୍ଡର ପାନ୍ଥୋନ୍ ଥିରଖାନନ୍, ଯିଏ ଭଗବାନ ଶ୍ରୀଗଣେଶଙ୍କ ଜଣେ ପରମ ଭକ୍ତ (Thai Ganesh Devotee Pantheon Thirakna)। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ତାଙ୍କ ପ୍ରୟାସ ଯୋଗୁଁ ଅଷ୍ଟବିନାୟକ ଯାତ୍ରା (Ashtavinayak Yatra Thailand) ଥାଇ ଭକ୍ତଙ୍କ (Thai Ganesh Devotees) ମଧ୍ୟରେ ଲୋକପ୍ରିୟ ହୋଇଛି। ସେ ପ୍ରତିବର୍ଷ ଏହି ଯାତ୍ରା ଆୟୋଜନ କରିଥାନ୍ତି। ଯାହା ଏବେ ସମଗ୍ର ଥାଇଲ୍ୟାଣ୍ଡରେ ଲୋକପ୍ରିୟ ହୋଇଉଠିଛି। ଏଠାରେ ଉଲ୍ଲେଖନୀୟ ଯେ ପ୍ରଭୁ ଶ୍ରୀଗଣେଶଙ୍କୁ ଥାଇଲ୍ୟାଣ୍ଡରେ ମଧ୍ୟ ପୂଜା (Lord Ganesha Worshipped in Thailand) କରାଯାଏ। ଏଠାରେ ଗଣେଶ ଉତ୍ସବ ମହା ଆଡମ୍ବରରେ ପାଳିତ ହୋଇଥାଏ। ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ କିପରି ପାନ୍ଥୋନ୍ ଥିରଖାନୋନ୍ ଙ୍କ ଅଷ୍ଟବିନାୟକ ଯାତ୍ରା ଥାଇଲ୍ୟାଣ୍ଡରେ ପ୍ରସିଦ୍ଧି ଏବଂ ଲୋକପ୍ରିୟତା ହାସଲ କରିଛି।
ଥାଇଲ୍ୟାଣ୍ଡରେ "ଫ୍ରା ଫିକାନେତ୍" ରୂପରେ ହୋଇଥିଲା ପୂଜା
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, "ଆମେ ସମସ୍ତେ ଚଳିତ ମାସରେ ଗଣେଶ ଉତ୍ସବକୁ ବହୁତ ଭକ୍ତି ଏବଂ ଉତ୍ସାହ ସହିତ ପାଳନ କରିଥିଲୁ। ସମଗ୍ର ଦେଶରେ ଗଣପତି ବପ୍ପାଙ୍କୁ ବହୁତ ଭକ୍ତି ସହିତ ସ୍ୱାଗତ କରାଯାଇଥିଲା।" ଏହି ପବିତ୍ର ଅବସର ସମଗ୍ର ପରିବେଶକୁ ଉତ୍ସାହ ଏବଂ ଆନନ୍ଦରେ ଭରିଦିଏ। ବିଘ୍ନ ବିନାଶକ ଭଗବାନ ଗଣେଶ ଜ୍ଞାନ, ବିଦ୍ୟା, ବୁଦ୍ଧି, ଶୁଭ କାର୍ଯ୍ୟର ଆରମ୍ଭ କରିବାର ପ୍ରତୀକ ଭାବରେ ଜଣାଶୁଣା। ସେ କେବଳ ଭାରତ ନୁହେଁ ବରଂ ସମଗ୍ର ବିଶ୍ୱରେ ପୂଜିତ। ଥାଇଲ୍ୟାଣ୍ଡର ପାନ୍ଥୋନ୍ ଥିରଖାନୋନ୍ ଙ୍କ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ସେ ହେଉଛନ୍ତି ଥାଇଲ୍ୟାଣ୍ଡ ଲୋକ, ଯେଉଁଠାରେ ଭଗବାନ ଗଣେଶଙ୍କୁ "ଫ୍ରା ଫିକାନେତ୍" ଭାବରେ ପୂଜା କରାଯାଏ। ଯେତେବେଳେ ସେ ୧୯ ବର୍ଷ ବୟସର ଥିଲେ, ତାଙ୍କ ପିତା ତାଙ୍କୁ ଭଗବାନ ଶ୍ରୀଗଣେଶଙ୍କ ଏକ ଫଟୋ ଉପହାର ଦେଇଥିଲେ। ଏଠାରୁ ହିଁ ଶ୍ରୀଗଣେଶଙ୍କ ପତି ତାଙ୍କର ଗଭୀର ଭକ୍ତି ଜାଗ୍ରତ ହୋଇଥିଲା
ଚାରି ଦଶନ୍ଧିରୁ ଅଧିକ ସମୟ ଧରି ଚାଲିଛି ଯାତ୍ରା
ପାନ୍ଥୋନ୍ ଥିରଖାନୋନ୍ ଭଗବାନ ଗଣେଶଙ୍କ ସହିତ ଜଡି଼ତ ପରମ୍ପରା ଅଧ୍ୟୟନ କରିବାରେ ଚାରି ଦଶନ୍ଧିରୁ ଅଧିକ ସମୟ ବିତାଇଛନ୍ତି। ସେ ଭାରତ ଏବଂ ନେପାଳ ସମେତ ଅନେକ ଏସୀୟ ଦେଶ ଭ୍ରମଣ କରି ସାରିଛନ୍ତି। ତାଙ୍କର ମହାରାଷ୍ଟ୍ର ପ୍ରତି ଏକ ବିଶେଷ ଆଗ୍ରହ ରହିଛି। ଅଷ୍ଟବିନାୟକ ପରମ୍ପରା ବିଷୟରେ ଜାଣିବା ପରେ, ସେ ଅନେକ ଥର ମହାରାଷ୍ଟ୍ର ଗସ୍ତ କରିଛନ୍ତି। ତାଙ୍କ ପ୍ରୟାସ ଥାଇ ଭକ୍ତଙ୍କ ମଧ୍ୟରେ ମଧ୍ୟ ଅଷ୍ଟବିନାୟକ ଯାତ୍ରାକୁ ଲୋକପ୍ରିୟ କରିଛି। ୨୦୦୨ ମସିହାରେ, ସେ ଉତ୍ତର ଥାଇଲ୍ୟାଣ୍ଡର ଚିଆଙ୍ଗ ମାଇ (Chiang Mai Area of North Thailand) ଠାରେ ଗଣେଶ ହିମାଳ ସଂଗ୍ରହାଳୟ (Ganesha Himal Museum) ପ୍ରତିଷ୍ଠା କରିଥିଲେ। ଆଜି ଏଠାରେ ୧୦ ହଜାରରୁ ଅଧିକ ଗଣେଶ ମୂର୍ତ୍ତି ରହିଛି।
ଏହା ସହ ପଢନ୍ତୁ: ବିଦେଶରେ ମଧ୍ୟ ବିରାଜମାନ କରିଛନ୍ତି ଗଣପତି ବପ୍ପା; ୭୦୦ ବର୍ଷ ଧରି କରୁଛନ୍ତି ରକ୍ଷା
ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ମନ କି ବାତ କାର୍ଯ୍ୟକ୍ରମରେ କହିଥିଲେ ଯେ ସଂଗ୍ରହାଳୟରେ ଭାରତ ଯାତ୍ରା କରିପାରୁନଥିବା ଭକ୍ତଙ୍କ ପାଇଁ ଅଷ୍ଟବିନାୟକ ମୂର୍ତ୍ତି ମଧ୍ୟ ରଖାଯାଇଛି। ପ୍ରତି ରବିବାର ସକାଳ ପ୍ରାୟ ଦଶଟାରେ ଏଠାରେ ଶ୍ରୀଗଣେଶଙ୍କ ଆରାଧନା କରାଯାଏ। ଗଣେଶଙ୍କ ସହ ଜଡି଼ତ ବିଶେଷ ଅବସରରେ ମଧ୍ୟ ପୂଜାର୍ଚ୍ଚନା କରାଯାଏ। ଏହା ଦର୍ଶାଏ ଯେ ଭାରତର ବିଶ୍ୱାସ, କଳା ଏବଂ ସାଂସ୍କୃତିକ ପରମ୍ପରା ଅନ୍ୟ ଦେଶରେ କିପରି ଲୋକପ୍ରିୟ ହେଉଛି

Bhagwan Shri Ganesh's devotion goes beyond India... In Thailand, the Ganesh Himal Museum has over 10,000 Ganesh idols, reflecting the deep cultural ties shared between the two countries.#MannKiBaat pic.twitter.com/RSSGBGqwYB
— PMO India (@PMOIndia) September 27, 2026
ଚାରି ଦଶନ୍ଧିରୁ ଅଧିକ ସମୟ ଧରି ଚାଲିଛି ଯାତ୍ରା
ପାନ୍ଥୋନ୍ ଥିରଖାନୋନ୍ ଭଗବାନ ଗଣେଶଙ୍କ ସହିତ ଜଡି଼ତ ପରମ୍ପରା ଅଧ୍ୟୟନ କରିବାରେ ଚାରି ଦଶନ୍ଧିରୁ ଅଧିକ ସମୟ ବିତାଇଛନ୍ତି। ସେ ଭାରତ ଏବଂ ନେପାଳ ସମେତ ଅନେକ ଏସୀୟ ଦେଶ ଭ୍ରମଣ କରି ସାରିଛନ୍ତି। ତାଙ୍କର ମହାରାଷ୍ଟ୍ର ପ୍ରତି ଏକ ବିଶେଷ ଆଗ୍ରହ ରହିଛି। ଅଷ୍ଟବିନାୟକ ପରମ୍ପରା ବିଷୟରେ ଜାଣିବା ପରେ, ସେ ଅନେକ ଥର ମହାରାଷ୍ଟ୍ର ଗସ୍ତ କରିଛନ୍ତି। ତାଙ୍କ ପ୍ରୟାସ ଥାଇ ଭକ୍ତଙ୍କ ମଧ୍ୟରେ ମଧ୍ୟ ଅଷ୍ଟବିନାୟକ ଯାତ୍ରାକୁ ଲୋକପ୍ରିୟ କରିଛି। ୨୦୦୨ ମସିହାରେ, ସେ ଉତ୍ତର ଥାଇଲ୍ୟାଣ୍ଡର ଚିଆଙ୍ଗ ମାଇ (Chiang Mai Area of North Thailand) ଠାରେ ଗଣେଶ ହିମାଳ ସଂଗ୍ରହାଳୟ (Ganesha Himal Museum) ପ୍ରତିଷ୍ଠା କରିଥିଲେ। ଆଜି ଏଠାରେ ୧୦ ହଜାରରୁ ଅଧିକ ଗଣେଶ ମୂର୍ତ୍ତି ରହିଛି।
ଏହା ସହ ପଢନ୍ତୁ: ବିଦେଶରେ ମଧ୍ୟ ବିରାଜମାନ କରିଛନ୍ତି ଗଣପତି ବପ୍ପା; ୭୦୦ ବର୍ଷ ଧରି କରୁଛନ୍ତି ରକ୍ଷା
ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ମନ କି ବାତ କାର୍ଯ୍ୟକ୍ରମରେ କହିଥିଲେ ଯେ ସଂଗ୍ରହାଳୟରେ ଭାରତ ଯାତ୍ରା କରିପାରୁନଥିବା ଭକ୍ତଙ୍କ ପାଇଁ ଅଷ୍ଟବିନାୟକ ମୂର୍ତ୍ତି ମଧ୍ୟ ରଖାଯାଇଛି। ପ୍ରତି ରବିବାର ସକାଳ ପ୍ରାୟ ଦଶଟାରେ ଏଠାରେ ଶ୍ରୀଗଣେଶଙ୍କ ଆରାଧନା କରାଯାଏ। ଗଣେଶଙ୍କ ସହ ଜଡି଼ତ ବିଶେଷ ଅବସରରେ ମଧ୍ୟ ପୂଜାର୍ଚ୍ଚନା କରାଯାଏ। ଏହା ଦର୍ଶାଏ ଯେ ଭାରତର ବିଶ୍ୱାସ, କଳା ଏବଂ ସାଂସ୍କୃତିକ ପରମ୍ପରା ଅନ୍ୟ ଦେଶରେ କିପରି ଲୋକପ୍ରିୟ ହେଉଛି
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories