Videos
|
International

Indonesia Ganesh Idol / ବିଦେଶରେ ମଧ୍ୟ ବିରାଜମାନ କରିଛନ୍ତି ଗଣପତି ବପ୍ପା; ୭୦୦ ବର୍ଷ ଧରି କରୁଛନ୍ତି ରକ୍ଷା

Subhramjit Ray
Browse all articles by Subhramjit Ray
·3 weeks ago·2 min read
ବିଦେଶରେ ମଧ୍ୟ ବିରାଜମାନ କରିଛନ୍ତି ଗଣପତି ବପ୍ପା; ୭୦୦ ବର୍ଷ ଧରି କରୁଛନ୍ତି ରକ୍ଷା
Indonesia Ganesh Idol

Key Points

କାହିଁକି ଏକ ମୁସଲିମ ଦେଶର ଲୋକମାନେ 700 ବର୍ଷ ଧରି ବାପ୍ପାଙ୍କୁ ନିଜର ରକ୍ଷକ ବୋଲି ମାନି ଆସିଛନ୍ତି। କ'ଣ ରହିଛି ଏହା ପଛର କାହାଣୀ?
ସୋମବାର (ସେପ୍ଟମ୍ବର ୧୪) ସମଗ୍ର ଦେଶର ଆରମ୍ଭ ବିଘ୍ନ ବିନାଶକ ଗଣପତିଙ୍କ ଆରଧନା। କେବଳ ଭାରତ ନୁହେଁ ବରଂ ବିଦେଶରେ ମଧ୍ୟ ଆନନ୍ଦ ଉଲ୍ଲାସର ସହ କରାଯାଉଛି ଗଣପତିଙ୍କ ବପ୍ପାଙ୍କ ପୂଜାର୍ଚ୍ଚନା। ଗୋଟିଏ ପଟେ ଉତ୍ତପ୍ତ ଜ୍ୱାଳାମୁଖୀ, ଏହାର ଭୟଙ୍କର ଗର୍ଜନ ଏବଂ ବିସ୍ଫୋରଣର ଆଶଙ୍କା ଅନ୍ୟପଟେ କାହିଁ କେଉଁ କାଳରୁ ବିରାଜମାନ କରିଛନ୍ତି ଭଗବାନ ଶ୍ରୀଗଣେଶ। ସେହି ଧ୍ୱଂସର ଧାର ମଧ୍ୟରେ ଶାନ୍ତିର ସହ ଏବେ ମଧ୍ୟ ବିରାଜମାନ କରିଛନ୍ତି। ଏହା କୌଣସି କଳ୍ପନା ନୁହେଁ ବରଂ ଏହା ବାସ୍ତବତା। ଏହି ଚମତ୍କାର ଦୃଶ୍ୟ ଭାରତରେ ନୁହେଁ ବରଂ ବିଶ୍ୱର ସର୍ବବୃହତ୍ତ ମୁସଲିମ ଦେଶ ଇଣ୍ଡୋନେସିଆ ଠାରେ ଦେଖିବାକୁ ମିଳେ। ବାପ୍ପାଙ୍କ ଏହି ମୂର୍ତ୍ତି ମାଉଣ୍ଟ ବ୍ରୋମୋ ନାମକ ଏକ ଅତ୍ୟନ୍ତ ସକ୍ରିୟ ଜ୍ୱାଳାମୁଖି ଧାରରେ ସ୍ଥାପିତ ହୋଇଛି। ଭାରତରୁ ହଜାର ହଜାର କିଲୋମିଟର ଦୂରରେ ଗଣେଶ ଚତୁର୍ଥୀ ଅବସରରେ, ଇଣ୍ଡୋନେସିଆ ସ୍ଥିତ ମାଉଣ୍ଟ ବ୍ରୋମୋ ଠାର ଅବସ୍ଥାନ କରିଛନ୍ତି ଭଗବାନ ଗଣେଶ।

୭୦୦ ବର୍ଷ ପୁରୁଣା ରକ୍ଷାକର୍ତ୍ତାଙ୍କ ରହସ୍ୟ
ଆଶ୍ଚର୍ଯ୍ୟର କଥା ହେଉଛି ଏହି ମୂର୍ତ୍ତି ନୂଆ ନୁହେଁ। ଐତିହାସିକ କୁହନ୍ତି ଯେ ଏହି ମୂର୍ତ୍ତି ପ୍ରାୟ ୭୦୦ ବର୍ଷ ପୁରୁଣା। ଏହାକୁ ସ୍ଥାନୀୟ ଟେଙ୍ଗର ଆଦିବାସୀ ସମ୍ପ୍ରଦାୟ ଦ୍ୱାରା ସ୍ଥାପିତ କରାଯାଇଥିଲା। ମାଉଣ୍ଟ ବ୍ରୋମୋ ଚାରିପାଖରେ ପ୍ରାୟ ୪୮ ଗ୍ରାମରେ କେବଳ ୩ ଜଣ ହିନ୍ଦୁ ବସବାସ କରିଥାନ୍ତି। ଏହି ପର୍ବତର ନିକଟତମ ଗ୍ରାମ ହେଉଛି ଲୱାଙ୍ଗ। ସେମାନେ ନିଜକୁ ଦ୍ୱାଦଶ ଶତାବ୍ଦୀର ମାଜାପାହିତ ଶାସକଙ୍କ ବଂଶଧର ବୋଲି ମାନିଥାନ୍ତି।

ଏହା ସହ ପଢନ୍ତୁ: ୧୧୦୦ ବର୍ଷ ପୁରୁଣା ଶିବ ମନ୍ଦିରର ପୁନଃନିର୍ମାଣ କରିବ ଭାରତ; କ'ଣ ରହିଛି ଏହାର କାହାଣୀ

ଆପଣ ଭାବୁଥିବେ କାହିଁକି ବାପ୍ପାଙ୍କୁ ଏତେ ବିପଦପୂର୍ଣ୍ଣ ଜ୍ୱାଳାମୁଖୀର ମୁହାଣରେ ରଖାଯାଇଥିଲା? ଏହା ପଛରେ ଏକ ଆକର୍ଷଣୀୟ କାହାଣୀ ଏବଂ ଅଟଳ ବିଶ୍ୱାସ ରହିଛି। ସ୍ଥାନୀୟ ଲୋକ ବିଶ୍ୱାସ କରନ୍ତି ଯେ ବପ୍ପା ଏଠାରେ କେବଳ ଏକ ମୂର୍ତ୍ତି ଭାବରେ ନୁହେଁ ବରଂ ସେମାନଙ୍କର ରକ୍ଷକ ଭାବରେ ବିଦ୍ୟମାନ। ଶତାବ୍ଦୀ ଧରି, ବିଶ୍ୱାସ ରହିଛି ଯେ ଯେପର୍ଯ୍ୟନ୍ତ ବପ୍ପା ଏହି ଜ୍ୱାଳାମୁଖୀ ଶିଖରକୁ ଜଗି ରହିଛନ୍ତି, ସେପର୍ଯ୍ୟନ୍ତ ଏହି ଆଗ୍ନେୟଗିରି ସେମାନଙ୍କ ଗ୍ରାମର କୌଣସି କ୍ଷତି କରିପାରିବ ନାହିଁ। ଯଦି ବପ୍ପାଙ୍କ ପୂଜାରେ କେବେ ବିଭ୍ରାଟ ହୁଏ, ତାହେଲେ ଜ୍ୱାଳାମୁଖି ଏହାର ଭୟଙ୍କର ରୂପ ପ୍ରକାଶ କରିବ।

ବ୍ରହ୍ମାଙ୍କ ନାମରେ ନାମିତ ପର୍ବତ ଏବଂ ମୁସଲିମ ଦେଶରେ ବପ୍ପାଙ୍କ ପ୍ରତିଧ୍ୱନି
ଇଣ୍ଡୋନେସିଆ ଏକ ମୁସଲିମ ବହୁଳ ଦେଶ। ହେଲେ ହିନ୍ଦୁ ସଂସ୍କୃତି ଏବଂ ପରମ୍ପରାର ସୁଗନ୍ଧ ଏବେ ମଧ୍ୟ ଏହାର ମାଟିରେ ବ୍ୟାପି ରହିଛି। ବପ୍ପା ଯେଉଁ ପର୍ବତରେ ବସିଛନ୍ତି ତାହାକୁ "ବ୍ରୋମୋ" କୁହାଯାଏ। ଯାହା ପ୍ରକୃତରେ ଜାଭାନି ଭାଷାରେ ବ୍ରହ୍ମାଣ୍ଡର ସୃଷ୍ଟିକର୍ତ୍ତା ଭଗବାନ ବ୍ରହ୍ମାଙ୍କ ନାମ। ଯେଉଁଠାରୁ ଚଢ଼ିବା ଆରମ୍ଭ ହୋଇଥାଏ, ସେଠାରେ କଳା ପଥରରେ ନିର୍ମିତ ନବମ ଶତାବ୍ଦୀର ବ୍ରହ୍ମାଙ୍କ ମନ୍ଦିର ଅଛି। ଏଠାରେ ପ୍ରତିଦିନ ପୂଜା ଅନୁଷ୍ଠିତ ହୁଏ। ଲୋକେ ପାହାଡ଼ ଚଢ଼ିବା ଏବଂ ବପ୍ପାଙ୍କୁ ଫୁଲ, ଫଳ ଏବଂ ଧୂପ ଅର୍ପଣ କରିବା ପାଇଁ ନିଜ ଜୀବନକୁ ବାଜି ଲଗାଇଥାନ୍ତି। ଆଜି ଯେତେବେଳେ ବିଶ୍ୱ ପ୍ରଯୁକ୍ତିବିଦ୍ୟା ପଛରେ ଦୌଡ଼ୁଛି, ପ୍ରକୃତି ଏବଂ ବିଶ୍ୱାସ ମଧ୍ୟରେ ଏହି ଅନନ୍ୟ ସନ୍ତୁଳନ ଆମକୁ ଆଶ୍ଚର୍ଯ୍ୟ କରିଥାଏ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
700-Year-Old Ganesha Idol Protects Indonesia's Mount Bromo | Argus News Odia