Videos
|
Devotion

Janmashtami Dahi Handi / ଜନ୍ମାଷ୍ଟମୀ ପରଦିନ କାହିଁକି ଭଙ୍ଗାଯାଏ ଦହିହାଣ୍ଡି? କ'ଣ ରହିଛି ଏହି ପରମ୍ପରା ପଛର କାହାଣୀ?

Subhramjit Ray
Browse all articles by Subhramjit Ray
·2 hours ago·2 min read
ଜନ୍ମାଷ୍ଟମୀ ପରଦିନ କାହିଁକି ଭଙ୍ଗାଯାଏ ଦହିହାଣ୍ଡି? କ'ଣ ରହିଛି ଏହି ପରମ୍ପରା ପଛର କାହାଣୀ?
Janmashtami Dahi Handi Human pyramid festival India

Key Points

ଜନ୍ମାଷ୍ଟମୀ ପରଦିନ ବଡ଼ ଉତ୍ସାହର ସହିତ ପାଳିତ ହୋଇଥାଏ ଦହି ହାଣ୍ଡି ଭାଙ୍ଗିବା ପରମ୍ପରା।
ଜନ୍ମାଷ୍ଟମୀ ପର୍ବ ଭଗବାନ ଶ୍ରୀକୃଷ୍ଣଙ୍କ ପିଲା ଦିନର ବାଲ୍ୟ ଲୀଳାକୁ ପୁନର୍ବାର ମନେ ପକାଇ ଦେଇଥାଏ। ତାଙ୍କର ବାଲ୍ୟ କାଳର ଲୀଳା, ଗୋପୀଙ୍କ ଠାରୁ ଲହୁଣୀ ଚୋରି କରିବା ଏବଂ ନିଜର ବନ୍ଧୁଙ୍କ ସହ ମାଟି ନିର୍ମିତ ଦହି ହାଣ୍ଡି ଭାଙ୍ଗିବା ଘଟଣା ଆଜି ମଧ୍ୟ ସ୍ମରଣୀୟ। ଭଗବାନଙ୍କ ବାଳ୍ୟକାଳ ସହିତ ଜଡି଼ତ ଦହି ହାଣ୍ଡିର ପରମ୍ପରା, ଯାହା ଜନ୍ମାଷ୍ଟମୀ ପରଦିନ ବହୁତ ଆନନ୍ଦ ଉଲ୍ଲାସର ପାଳିତ ହୋଇଥାଏ। ମାନ୍ୟତା କରାଯାଏ ଯେ ଭଗବାନ ଶ୍ରୀକୃଷ୍ଣ କ୍ଷୀର ଦହି ଲହୁଣୀ ଖାଇବାକୁ ଭଲ ପାଉଥିଲେ। ପିଲାଦିନେ ସେ ତାଙ୍କ ବନ୍ଧୁଙ୍କ ସହିତ ଗୋକୁଳ ରାସ୍ତାରେ ବୁଲୁଥିଲେ। ଯେତେବେଳେ ସେ ଘରେ ଦହି ଲହୁଣୀ ପାତ୍ର ରଖା ଯାଇଥିବାର ଦେଖୁଥିଲେ, ସେ ସୁଯୋଗ ଦେଖି ତାହାକୁ ଚୋରି କରୁଥିଲେ। ସେ ତାଙ୍କର ଏହି ଲୀଳାରେ ଗୋପୀଙ୍କୁ ଅସୁବିଧାରେ ପକାଉଥିଲା।

ଜନ୍ମାଷ୍ଟମୀ ପରଦିନ କାହିଁକି ଭଙ୍ଗାଯାଏ ଦହି ହାଣ୍ଡି?
କୁହାଯାଏ ଯେ ଗୋପୀ କୃଷ୍ଣଙ୍କ ଠାରୁ ନିଜର ଲହୁଣୀ ଲୁଚାଇ ରଖିବା ପାଇଁ ମାଟି ନିର୍ମିତ ହାଣ୍ଡିକୁ ବହୁ ଉଚ୍ଚରେ ଟାଙ୍ଗିବାକୁ ଲାଗିଲେ। ହେଲେ ଅଧିକ ଉଚ୍ଚରେ ଟାଙ୍ଗିବା ସତ୍ତ୍ୱେ ସେମାନଙ୍କ ମାଟି ଭଗବାନ ଶ୍ରୀକୃଷ୍ଣଙ୍କ କବଳରୁ ବର୍ତ୍ତି ପାରୁନଥିଲେ। ସେ ତାଙ୍କ ବନ୍ଧୁଙ୍କୁ ଏକାଠି କରୁଥିଲେ ଏବଂ ସେମାନେ ଏକାଠି ହୋଇ ପରସ୍ପର ଉପରେ ଚଢ଼ିଯାଇ ଏକ ମାନବ ନିର୍ମିତ ପିରାମିଡ୍ ତିଆରି କରୁଥିଲେ। ଯିଏ ଶୀର୍ଷରେ ପହଞ୍ଚିବ ସେ ହାଣ୍ଡି ଭାଙ୍ଗିବ ଏବଂ ଏହା ପରେ ସମସ୍ତେ ଏକାଠି ଦହି ଲହୁଣୀ ଖାଇବେ।

ଏହା ସହ ପଢନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ; ରାମ ମନ୍ଦିରରେ ସ୍ଵତନ୍ତ୍ର ନୀତିକାନ୍ତି; କେତେବେଳେ କୃଷ୍ଣ ଜନ୍ମ ନୀତି ଜାଣନ୍ତୁ...

ଦହି ହାଣ୍ଡି ପରମ୍ପରା
ଦହି ହାଣ୍ଡି ମହୋତ୍ସବକୁ ବାଲ୍ୟକାଳର ଲୀଳା ଭାବରେ ଉପସ୍ଥାପିତ କରାଯାଇଛି। ଜନ୍ମାଷ୍ଟମୀ ପାଳନ ଅବସରରେ ବିଭିନ୍ନ ସ୍ଥାନରେ ଦହି ହାଣ୍ଡି ଭଙ୍ଗାଯିବାର ପରମ୍ପରା ରହିଛି। ଏଥିପାଇଁ ଏକ ହାଣ୍ଡିରେ କ୍ଷୀର, ଦହି, ଲହୁଣୀ ସମେତ ଅନ୍ୟାନ୍ୟ ସାମଗ୍ରୀରେ ପୂର୍ଣ୍ଣ କରାଯାଏ। ଏହି ହାଣ୍ଡିକୁ ଏକ ଉଚ୍ଚ ସ୍ଥାନରେ ରଖି ଏହାକୁ ଏକ ରଶିରେ ବାନ୍ଧି ଦିଆଯାଏ। ଏହା ପରେ ଯୁବକଙ୍କର ଏକ ଦଳ, ଯାହାକୁ ପ୍ରାୟତଃ ଗୋବିନ୍ଦା କୁହାଯାଏ, ସେମାନେ ଏକ ମାନବ ପିରାମିଡ୍ ଗଠନ କରନ୍ତି ଏବଂ ହାଣ୍ଡି ପାଖରେ ପହଞ୍ଚିବାକୁ ଚେଷ୍ଟା କରନ୍ତି। ଶୀର୍ଷକୁ ଚଢ଼ିଥିବା ଗୋବିନ୍ଦ ଶେଷରେ ହାଣ୍ଡି ଭାଙ୍ଗିଥାଏ। ହାଣ୍ଡି ଭାଙ୍ଗିବା ମାତ୍ରେ, ଦହି ଏବଂ ଅନ୍ୟାନ୍ୟ ସାମଗ୍ରୀ ତଳେ ପଡ଼ିଯାଏ। ସମଗ୍ର ପରିବେଶ ଜୟଧ୍ୱନି, ଢୋଲ, ମୃଦଙ୍ଗ ଏବଂ ଭଜନ କୀର୍ତ୍ତନରେ ଗୁଞ୍ଜରିତ ହୋଇଥାଏ।

ଦହି ହାଣ୍ଡି ଉତ୍ସବ ମହାରାଷ୍ଟ୍ରରେ ବିଶେଷ ଭାବରେ ପ୍ରସିଦ୍ଧ। ଏହି ସମୟରେ ବହୁ ଉଚ୍ଚତା ବିଶିଷ୍ଟ ଦହି ହାଣ୍ଡି ବନ୍ଧା ଯାଇଥାଏ। ଏହାକୁ ଭାଙ୍ଗିବା ପାଇଁ ଏକ ଦଳ ଗଠନ କରାଯାଏ। ଦହି ହାଣ୍ଡି ଭାଙ୍ଗିଥିବା ବିଜେତାଙ୍କୁ ଏକ ବିଶେଷ ପୁରସ୍କାର ଦିଆଯାଏ। ହେଲେ ତଥାପି ଏବେ ଜନ୍ମାଷ୍ଟମୀ ଏବେ ଦେଶର ଅନେକ ସ୍ଥାନରେ ବହୁତ ଉତ୍ସାହର ସହିତ ଦହି ହାଣ୍ଡି ଭାଙ୍ଗିବା ଉତ୍ସବ ପାଳିତ ହୋଇଥାଏ। ଅନେକ ସ୍ଥାନରେ ଏହାକୁ ଗୋପାଳକଳା ମଧ୍ୟ କୁହାଯାଏ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: