Pariksha Pe Charcha / 'ପରୀକ୍ଷା ପେ ଚର୍ଚ୍ଚା' ଛାତ୍ରଛାତ୍ରୀଙ୍କ ପାଇଁ ସର୍ବଶ୍ରେଷ୍ଠ ମାର୍ଗଦର୍ଶକ ସାଜିଛି: ଧର୍ମେନ୍ଦ୍ର ପ୍ରଧାନ
·5 months ago·2 min read

Key Points
ପ୍ରଧାନମନ୍ତ୍ରୀଙ୍କ ଛୋଟ ଛୋଟ ଟିପ୍ସ ଏବଂ ସରଳ ଉଦାହରଣ ଛାତ୍ରଛାତ୍ରୀଙ୍କ ମନରୁ ପରୀକ୍ଷା ଭୟ ଦୂର କରି ସେମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିଛି । ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ପାଇଁ ସବୁଠୁ ବଡ଼ ମାର୍ଗଦର୍ଶକ ସାଜିବାରେ ସହାୟକ ହୋଇଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ।
ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 'ପରୀକ୍ଷା ପେ ଚର୍ଚ୍ଚା' ଦେଶର କୋଟି କୋଟି ବିଦ୍ୟାର୍ଥୀଙ୍କୁ ନୂଆ ରାସ୍ତା ଦେଖାଉଛି । ପ୍ରଧାନମନ୍ତ୍ରୀଙ୍କ ଛୋଟ ଛୋଟ ଟିପ୍ସ ଏବଂ ସରଳ ଉଦାହରଣ ଛାତ୍ରଛାତ୍ରୀଙ୍କ ମନରୁ ପରୀକ୍ଷା ଭୟ ଦୂର କରି ସେମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିଛି । ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ପାଇଁ ସବୁଠୁ ବଡ଼ ମାର୍ଗଦର୍ଶକ ସାଜିବାରେ ସହାୟକ ହୋଇଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏଥିସହ ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କୁ ଆତ୍ମବିଶ୍ୱାସ ସହ ଅଗ୍ରଗତିର ପ୍ରେରଣା ଦିଏ ବ୍ୟକ୍ତିଗତ ସ୍ପର୍ଶ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ
ଆଜି ନୂଆଦିଲ୍ଲୀ ସ୍ଥିତ ଜିଏମସି ବାଲୟୋଗୀ ଅଡ଼ିଟୋରିୟମ ଠାରେ ଆୟୋଜିତ 'ପରୀକ୍ଷା ପେ ଚର୍ଚ୍ଚା-୨୦୨୬' ର ସ୍ପେଶାଲ ସ୍କ୍ରିନିଂ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମନ୍ତ୍ରୀ, ସହଯୋଗୀ ସାଂସଦ ଏବଂ ବହୁ ସଂଖ୍ୟାରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କ ସହ ବସି ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାଷ୍ଟରକ୍ଲାସକୁ ଉପଭୋଗ କରିବା ସହ ପିଲାମାନଙ୍କୁ ଉତ୍ସାହିତ କରିଥିଲେ ।
ପରୀକ୍ଷା ପେ ଚର୍ଚ୍ଚାର ନବମ ସଂସ୍କରଣରେ ଉପାଦେୟ ପରାମର୍ଶ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି, "ପରୀକ୍ଷା ପେ ଚର୍ଚ୍ଚା କେବଳ ପରୀକ୍ଷା ରେଜଲ୍ଟ ପାଇଁ ନୁହେଁ, ବରଂ ଏହା ଶିଶୁର ବୌଦ୍ଧିକ ଓ ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱାରୋପ କରେ । ଏହା ବିଦ୍ୟାର୍ଥୀଙ୍କ ବ୍ୟକ୍ତିତ୍ୱକୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ଭୟମୁକ୍ତ ପରିବେଶରେ ଭଲ ପ୍ରଦର୍ଶନ ପାଇଁ ପ୍ରୋତ୍ସାହିତ କରିଛି । ଏହି କାର୍ଯ୍ୟକ୍ରମ ଆଜି ଦେଶବ୍ୟାପୀ ଏକ ଜନଆନ୍ଦୋଳନରେ ପରିଣତ ହୋଇଛି ।"
ଏହି କାର୍ଯ୍ୟକ୍ରମରେ ଟାଇମ ମ୍ୟାନେଜମେଣ୍ଟ ବା ସମୟ ପରିଚାଳନା, ମାନସିକ ସ୍ୱାସ୍ଥ୍ୟ ଏବଂ ପୁଷ୍ଟିକର ଖାଦ୍ୟ ଉପରେ ପ୍ରଧାନମନ୍ତ୍ରୀ ଦେଇଥିବା ପରାମର୍ଶ କେବଳ ଛାତ୍ରଛାତ୍ରୀ ନୁହେଁ, ବରଂ ଶିକ୍ଷକ ଓ ଅଭିଭାବକମାନଙ୍କ ପାଇଁ ମଧ୍ୟ ଅତ୍ୟନ୍ତ ପ୍ରାସଙ୍ଗିକ ।
ଏଥିସହ ପଢ଼ନ୍ତୁ: ଅବସରର ମାସ ପରେ ଧରାପଡ଼ିଲେ ଯନ୍ତ୍ରୀ; ମିଳିଲା ୫୦ କୋଟିରୁ ଅଧିକ ସମ୍ପତ୍ତି, ରଖିଥିଲେ ନଗଦ ୬୨ ଲକ୍ଷ
ଏହି ଅନନ୍ୟ ମାର୍ଗଦର୍ଶନ ଛାତ୍ରଛାତ୍ରୀଙ୍କୁ 'ବିକଶିତ ଭାରତ' ର ସାରଥି ଭାବେ ଗଢ଼ି ତୋଳିବାରେ ମୁଖ୍ୟ ଭୂମିକା ଗ୍ରହଣ କରିବ । ଶେଷରେ, କେନ୍ଦ୍ରମନ୍ତ୍ରୀ ଆଗାମୀ ପରୀକ୍ଷା ପାଇଁ ସମସ୍ତ 'ଏଗଜାମ ୱାରିୟର୍ସ' ବା ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନେ ଦୃଢ଼ ଆତ୍ମବିଶ୍ୱାସର ସହ ପରୀକ୍ଷାର ସମ୍ମୁଖୀନ ହେବେ ବୋଲି ଆଶା ପ୍ରକଟ କରିଛନ୍ତି ।

A delight to attend PM Shri @narendramodi ji’s masterclass with Parliamentary colleagues and dear students at GMC Balayogi Auditorium.
— Dharmendra Pradhan (@dpradhanbjp) February 6, 2026
Not just our #ExamWarriors, Pariksha Pe Charcha has something to offer to everyone. Driven by PM Modi ji’s vision, PPC has truly evolved into a… pic.twitter.com/SAdoUtlNaC
ପରୀକ୍ଷା ପେ ଚର୍ଚ୍ଚାର ନବମ ସଂସ୍କରଣରେ ଉପାଦେୟ ପରାମର୍ଶ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି, "ପରୀକ୍ଷା ପେ ଚର୍ଚ୍ଚା କେବଳ ପରୀକ୍ଷା ରେଜଲ୍ଟ ପାଇଁ ନୁହେଁ, ବରଂ ଏହା ଶିଶୁର ବୌଦ୍ଧିକ ଓ ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱାରୋପ କରେ । ଏହା ବିଦ୍ୟାର୍ଥୀଙ୍କ ବ୍ୟକ୍ତିତ୍ୱକୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ଭୟମୁକ୍ତ ପରିବେଶରେ ଭଲ ପ୍ରଦର୍ଶନ ପାଇଁ ପ୍ରୋତ୍ସାହିତ କରିଛି । ଏହି କାର୍ଯ୍ୟକ୍ରମ ଆଜି ଦେଶବ୍ୟାପୀ ଏକ ଜନଆନ୍ଦୋଳନରେ ପରିଣତ ହୋଇଛି ।"
Smiles, warmth and the perfect dose of positivity. #ParikshaPeCharcha26 pic.twitter.com/35b8qqMRNs
— Dharmendra Pradhan (@dpradhanbjp) February 6, 2026
ଏହି କାର୍ଯ୍ୟକ୍ରମରେ ଟାଇମ ମ୍ୟାନେଜମେଣ୍ଟ ବା ସମୟ ପରିଚାଳନା, ମାନସିକ ସ୍ୱାସ୍ଥ୍ୟ ଏବଂ ପୁଷ୍ଟିକର ଖାଦ୍ୟ ଉପରେ ପ୍ରଧାନମନ୍ତ୍ରୀ ଦେଇଥିବା ପରାମର୍ଶ କେବଳ ଛାତ୍ରଛାତ୍ରୀ ନୁହେଁ, ବରଂ ଶିକ୍ଷକ ଓ ଅଭିଭାବକମାନଙ୍କ ପାଇଁ ମଧ୍ୟ ଅତ୍ୟନ୍ତ ପ୍ରାସଙ୍ଗିକ ।
ଏଥିସହ ପଢ଼ନ୍ତୁ: ଅବସରର ମାସ ପରେ ଧରାପଡ଼ିଲେ ଯନ୍ତ୍ରୀ; ମିଳିଲା ୫୦ କୋଟିରୁ ଅଧିକ ସମ୍ପତ୍ତି, ରଖିଥିଲେ ନଗଦ ୬୨ ଲକ୍ଷ
ଏହି ଅନନ୍ୟ ମାର୍ଗଦର୍ଶନ ଛାତ୍ରଛାତ୍ରୀଙ୍କୁ 'ବିକଶିତ ଭାରତ' ର ସାରଥି ଭାବେ ଗଢ଼ି ତୋଳିବାରେ ମୁଖ୍ୟ ଭୂମିକା ଗ୍ରହଣ କରିବ । ଶେଷରେ, କେନ୍ଦ୍ରମନ୍ତ୍ରୀ ଆଗାମୀ ପରୀକ୍ଷା ପାଇଁ ସମସ୍ତ 'ଏଗଜାମ ୱାରିୟର୍ସ' ବା ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନେ ଦୃଢ଼ ଆତ୍ମବିଶ୍ୱାସର ସହ ପରୀକ୍ଷାର ସମ୍ମୁଖୀନ ହେବେ ବୋଲି ଆଶା ପ୍ରକଟ କରିଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories