Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Big Corruption Bust / ଅବସରର ମାସ ପରେ ଧରାପଡ଼ିଲେ ଯନ୍ତ୍ରୀ; ମିଳିଲା ୫୦ କୋଟିରୁ ଅଧିକ ସମ୍ପତ୍ତି, ରଖିଥିଲେ ନଗଦ ୬୨ ଲକ୍ଷ

Sushanta Sahoo
Browse all articles by Sushanta Sahoo
·5 months ago·2 min read
ଅବସରର ମାସ ପରେ ଧରାପଡ଼ିଲେ ଯନ୍ତ୍ରୀ; ମିଳିଲା ୫୦ କୋଟିରୁ ଅଧିକ ସମ୍ପତ୍ତି, ରଖିଥିଲେ ନଗଦ ୬୨ ଲକ୍ଷ
₹50 Crore Assets Found at Retired Engineer’s House

Key Points

ନଗଦ ୬୧ ଲକ୍ଷ ୮୭ ହଜାର ଟଙ୍କା ସାଙ୍ଗକୁ ଅଢ଼େଇ କେଜି ସୁନା, ୨୦ କେଜିରୁ ଅଧିକ ରୁପା ଏବଂ ୧୮.୫୭ ଏକର ଜମି, ୨ଟି ଫ୍ଲାଟ୍, ୩ଟି ପ୍ଲଟ୍ ସାଙ୍ଗକୁ ଏକାଧିକ ଗାଡ଼ି ରହିଛି ଯନ୍ତ୍ରୀଙ୍କ ପାଖରେ ।
ବିଶାଖାପାଟଣା: ମାସେ ହେଲା ଅବସର ନେଇଥିଲେ ଯନ୍ତ୍ରୀ । ମିଳିଲା ୫୦ କୋଟିରୁ ଅଧିକ ସମ୍ପତ୍ତି । ନଗଦ ୬୧ ଲକ୍ଷ ୮୭ ହଜାର ଟଙ୍କା ସାଙ୍ଗକୁ ଅଢ଼େଇ କେଜି ସୁନା, ୨୦ କେଜିରୁ ଅଧିକ ରୁପା ଏବଂ ୧୮.୫୭ ଏକର ଜମି, ୨ଟି ଫ୍ଲାଟ୍, ୩ଟି ପ୍ଲଟ୍ ସାଙ୍ଗକୁ ଏକାଧିକ ଗାଡ଼ି ରହିଛି ଯନ୍ତ୍ରୀଙ୍କ ପାଖରେ ।

ଏହି ବାବୁ ଜଣଙ୍କ ହେଉଛନ୍ତି ଅବସରପ୍ରାପ୍ତ ଅଧୀକ୍ଷଣ ଯନ୍ତ୍ରୀ କଲ୍ଲେପଲ୍ଲୀ ଶ୍ରୀନିବାସ ରାଓ । ଗତମାସରେ ଶ୍ରୀନିବାସ ରାଓ ବିଶାଖାପାଟଣାରେ ପଞ୍ଚାୟତିରାଜ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଭାବେ ଅବସର ନେଇଥିଲେ । ୧୯୯୦ରେ ସରକାରୀ ଚାକିରିରେ ଭର୍ତ୍ତି ହୋଇଥିଲେ ।

ଏଥିସହ ପଢ଼ନ୍ତୁ: କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ; ବୋମା ନିଷ୍କ୍ରିୟକାରୀ ଟିମ୍‌ର ଛାନଭିନ୍

୨୦୨୫ ଡିସେମ୍ବର ୩୧ ତାରିଖରେ ଚାକିରିରୁ ଅବସର ନେଇଥିଲେ ଶ୍ରୀନିବାସ ରାଓ । ଆଉ ଅବସରର ଠିକ୍ ମାସକ ପରେ ଯନ୍ତ୍ରୀଙ୍କ ଘରୁ ମିଳିଛି ୫୦ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଏକକାଳୀନ ବିଶାଖାପାଟଣା ସହ ସାଲୁର ଓ ହାଇଦ୍ରାବାଦରେ ରେଡ୍ ହୋଇଛି ।

ଆନ୍ଧ୍ରପ୍ରଦେଶର ଦୁର୍ନୀତି ନିର୍ବାରଣ ବିଭାଗ ACB ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଶ୍ରୀନିବାସ ରାଓଙ୍କ ଠିକଣାରେ ଚଢ଼ାଉ କରିଥିଲା । ଶ୍ରୀନିବାସଙ୍କ ସମ୍ପର୍କୀୟ ଓ ଘନିଷ୍ଠଙ୍କ ଘରେ ଏକକାଳୀନ ରେଡ୍ କରିଥିଲା ABC । ଚଢ଼ାଉ ବେଳେ ABC ଅଧିକାରୀ ବିପୁଳ ସୁନା, ରୁପା ସହ ନଗଦ ଟଙ୍କା ଓ ଜମି କାଗଜପତ୍ର ପାଇଥିଲେ ।

ଏଥିସହ ପଢ଼ନ୍ତୁ: ଆପ୍ ନେତା ଲକ୍କି ଓବେରୋଇଙ୍କୁ ହତ୍ୟା; ଗୁରୁଦ୍ଵାର ସମ୍ମୁଖରେ ୫ ରାଉଣ୍ଡ ଫାୟାରିଂ

ଯନ୍ତ୍ରୀଙ୍କ ସମ୍ପତ୍ତି ୫୦ କୋଟି

  • ଅଢ଼େଇ କେଜି ସୁନା ସହ ୨୦.୩ କେଜିର ରୁପା ଅଳଙ୍କାର ମିଳିଛି ।
  • ABCର ଚଢ଼ାଉ ବେଳେ ୬୧ ଲକ୍ଷ ୮୭ ହଜାର ନଦଗ ଟଙ୍କା ମିଳିଛି ।
  • ୩ଟି ପ୍ଲଟ୍ ସହ ୨ଟି ଫ୍ଲାଟ୍ ଠାବ ହୋଇଛି ।
  • ୧୮.୫୭ ଏକର ଚାଷ ଭୂମି ଠାବ କରିଛି ABC ।
  • ୫ଟି ବ୍ୟାଙ୍କ ଲକର୍ ମିଳିଛି, ଲକର୍ ଖୋଲିଲେ ଆହୁରି ସମ୍ପତ୍ତି ମିଳିପାରେ ।
  • ଏଥିସହ ଅନେକ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ଓ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଛି ।

ଆଗକୁ ABC ଶ୍ରୀନିବାସ ରାଓଙ୍କ ବିରୋଧରେ ଦୁର୍ନୀତି ନେଇ ମାମଲା ରୁଜୁ କରିବ । ଆଇନଗତ ପ୍ରକ୍ରିୟା ପରେ ଶ୍ରୀନିବାସଙ୍କୁ ଗିରଫ କରି ବିଶାଖାପାଟଣାର ସ୍ଵତନ୍ତ୍ର ABC ଅଦାଲତରେ ହାଜର କରାଯିବ ବୋଲି କହିଛନ୍ତି ABCର ଅଧିକାରୀ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ACB Raid on Retired Engineer, Assets Worth Over ₹50 Crore Seized | Argus News | Argus News