Alisha Rani Pangi / ପଟାଙ୍ଗୀରୁ ଜନସେବା: ଆଲିଶା ରାଣୀ ପାଙ୍ଗୀଙ୍କ ସଫଳତା ନୂଆ ପିଢ଼ି ପାଇଁ ପ୍ରେରଣାର ଉତ୍ସ
·2 weeks ago·2 min read

Key Points
ଚର୍ଚ୍ଚାରେ ଆଲିଶା ରାଣୀ ପାଙ୍ଗୀଙ୍କ ସଫଳତା
ନୂଆ ପିଢ଼ି ପାଇଁ ସାଜିଲେ ପ୍ରେରଣାର ଉତ୍ସ
ନୂଆ ପିଢ଼ି ପାଇଁ ସାଜିଲେ ପ୍ରେରଣାର ଉତ୍ସ
ଭୁବନେଶ୍ୱର: କୋରାପୁଟ ଜିଲ୍ଲା ପଟାଙ୍ଗୀର ସୁଉଚ୍ଚ ପାହାଡ଼ ଘେରାରେ ବଢ଼ିଥିବା ଜଣେ ଝିଅ ଦିନେ ଏକ ବଡ଼ ସ୍ୱପ୍ନ ଦେଖିଥିଲେ । ବଳରାମ ପାଙ୍ଗୀଙ୍କ ଝିଅ ଆଲିଶା ରାଣୀ ପାଙ୍ଗୀ ନିଜର ଦୃଢ଼ ଇଚ୍ଛାଶକ୍ତି ଏବଂ ପରିଶ୍ରମ ବଳରେ ସେହି ସ୍ୱପ୍ନକୁ ସାକାର କରିପାରିଛନ୍ତି । ଓଡ଼ିଶାର ଏକ ଆଦିବାସୀ ଅଞ୍ଚଳରୁ ବାହାରି ସେ ଆଜି ରାଜ୍ୟ ସରକାରଙ୍କ ଅଧୀନରେ କନିଷ୍ଠ ଯନ୍ତ୍ରୀ (Junior Engineer) ଭାବେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ତାଙ୍କର ଏହି ସଫଳତା ଏବେ ଚାକିରି ପାଇଁ ଦିନରାତି ସଂଘର୍ଷ କରୁଥିବା ପିଲାଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି।

ପଢନ୍ତୁ ଏହି ଖବର: ଚାକିରି ବାଣ୍ଟିଲେ ମୁଖ୍ୟମନ୍ତ୍ରୀ; ୧୩୨୬ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ
- ରଙ୍ଗ ଆଣିଲା ବର୍ଷ ବର୍ଷର ପରିଶ୍ରମ

- ଆଗାମୀ ପିଢିକୁ ଦେଲେ ବାର୍ତ୍ତା
ପଢନ୍ତୁ ଏହି ଖବର: ଚାକିରି ବାଣ୍ଟିଲେ ମୁଖ୍ୟମନ୍ତ୍ରୀ; ୧୩୨୬ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ନିଯୁକ୍ତି ମେଳାରେ ୯ଟି ବିଭାଗର ମୋଟ ୧,୩୨୬ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା, ଯେଉଁଥିରେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ୩୬୪ ଜଣ ରହିଛନ୍ତି । ଏହି ନୂତନ ନିଯୁକ୍ତିଗୁଡ଼ିକ ଓଡ଼ିଶାର ବିକାଶ ଯାତ୍ରାରେ ଯୁବପିଢ଼ିଙ୍କ ସହଭାଗିତାକୁ ଆହୁରି ସୁଦୃଢ଼ କରିବ । ପଟାଙ୍ଗୀର ପାହାଡ଼ରୁ ଆରମ୍ଭ ହୋଇ ଜନସେବାର ଦାୟିତ୍ୱ ପର୍ଯ୍ୟନ୍ତ ଆଲିଶା ରାଣୀ ପାଙ୍ଗୀଙ୍କ ଏହି ଯାତ୍ରା ହେଉଛି ଆଶା, ସୁଯୋଗ ଏବଂ ନୂତନ ଓଡ଼ିଶାର ସ୍ୱପ୍ନ ସାକାର ହେବାର ଏକ ସୁନ୍ଦର କାହାଣୀ ।
Related Topics
Explore more stories