Government Job / ଚାକିରି ବାଣ୍ଟିଲେ ମୁଖ୍ୟମନ୍ତ୍ରୀ; ୧୩୨୬ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ
·58 mins ago·2 min read

Key Points
୧୬ତମ ନିଯୁକ୍ତି ମେଳା-୨୦୨୬
୯ଟି ବିଭାଗରେ ନିଯୁକ୍ତି ପାଇଲେ ୧୩୨୬
ଆଜି ସୁଦ୍ଧା ୪୫,୪୦୮ ସରକାରୀ ନିଯୁକ୍ତି
୯ଟି ବିଭାଗରେ ନିଯୁକ୍ତି ପାଇଲେ ୧୩୨୬
ଆଜି ସୁଦ୍ଧା ୪୫,୪୦୮ ସରକାରୀ ନିଯୁକ୍ତି
ଭୁବନେଶ୍ୱର: ରେଳ ଅଡିଟୋରିଅମଠାରେ ଆୟୋଜିତ ନିଯୁକ୍ତିମେଳା କାର୍ଯ୍ୟକ୍ରମରେ ଆଜି ୯ଟି ବିଭାଗରେ ୧୩୨୬ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ଏଥିରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗରେ ୩୬୪ ଜଣ କନିଷ୍ଠ ଯନ୍ତ୍ରୀ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ ୩୬୧ ଜଣ କନିଷ୍ଠ ଯନ୍ତ୍ରୀ, ଶକ୍ତି ବିଭାଗ ଓ OHPCରେ ୧୨ ଜଣ କନିଷ୍ଠ ଯନ୍ତ୍ରୀ ଓ ୨୨୮ ଟ୍ରେନି, କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ୧୧୮ ଜଣ ସହକାରୀ କୃଷି ଅଧିକାରୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ୧୧୧ ଜଣ ସହକାରୀ ପ୍ରାଧ୍ୟାପକ, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିଭାଗରେ ୧୫ ଜଣ କନିଷ୍ଠ ଯନ୍ତ୍ରୀ ଓ ୭୧ ଜଣ ପ୍ରାଣିଧନ ନିରିକ୍ଷକ, କ୍ରୀଡା ବିଭାଗରେ ୨୬ ଜଣ ଜୁନିଅର କୋଚ୍, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗରେ ୧୦ ଜଣ ପ୍ରଶିକ୍ଷକ ଏବଂ ଅବକାରୀ ବିଭାଗରେ ୧୦ ଜଣ ଉପ-ନିରିକ୍ଷକଙ୍କୁ ନିଯୁକ୍ତି ମିଳିଛି।
ନବନିଯୁକ୍ତଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି, "ସରକାରୀ ଚାକିରିର ମୂଳ ଲକ୍ଷ୍ୟ ହେଉଛି ଜନସେବା । ଲୋକଙ୍କ ସମସ୍ୟା ଓ ଅଭିଯୋଗର ସମୟବଦ୍ଧ ସମାଧାନ କରିବା ଆପଣମାନଙ୍କର ନୈତିକ କର୍ତ୍ତବ୍ୟ । କୌଣସି ଲୋକ ଯେତେବେଳେ କିଛି ସମସ୍ୟା ନେଇ ଆପଣଙ୍କ ପାଖକୁ ଆସିବେ, ସେତେବେଳେ ପ୍ରଶାସନର ଅଂଶ ଭାବେ ସମ୍ମାନ ଦେଇ ସେମାନଙ୍କ ସମସ୍ୟା ଶୁଣିବା ଏବଂ ତୁରନ୍ତ ପଦକ୍ଷେପ ନେବା ହିଁ ପ୍ରକୃତ ଜନସେବା । ଆମର ଲକ୍ଷ୍ୟ ହେଉଛି ସମାଜର ଶେଷ ଧାଡିରେ ଥିବା ଲୋକ ପାଖରେ ସମସ୍ତ ସରକାରୀ ସୁବିଧା ପହଞ୍ଚାଇବା । ଏହାକୁ ମନରେ ରଖି କାମ କରିବା ।"
ପଢନ୍ତୁ ଏହି ଖବର: ନଥିଲା ଭଲ ଅଫର, ତଥାପି ୩୩ ଲକ୍ଷର ଚାକିରି ଛାଡ଼ିଦେଲେ..କାରଣ କଣ ଜାଣନ୍ତୁ
ଶେଷରେ ମୁଖ୍ୟମନ୍ତ୍ରୀ ନବନିଯୁକ୍ତ ଓ ସେମାନଙ୍କ ପରିବାର ବର୍ଗଙ୍କୁ ଶୁଭେଚ୍ଛା ଜଣାଇବା ସହିତ ନବନିଯୁକ୍ତଙ୍କୁ ଦୁର୍ନୀତିରୁ ସବୁବେଳେ ଦୂରରେ ରହିବା ପାଇଁ ପରାମର୍ଶ ଦେଇଥିଲେ । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ନବନିଯୁକ୍ତଙ୍କୁ ଅଭିନନ୍ଦନ ଜଣାଇ କର୍ମକ୍ଷେତ୍ରରେ ନିଷ୍ଠା ଓ ସଚ୍ଚୋଟତାର ସହ କାମ କରି ପରିବାର ପାଇଁ ସୁନାମ ଆଣିବା ସହିତ ରାଜ୍ୟର ଉନ୍ନତିରେ ସହାୟକ ହେବା ପାଇଁ ପରାମର୍ଶ ଦେଇଥିଲେ ।

- 'ଓଡ଼ିଶା ହେବ ଦେଶର ଗ୍ରୋଥ୍ ଇଞ୍ଜିନ'
- ସୃଷ୍ଟି ହେବ ୫୪,୧୩୫ ନୂତନ ନିଯୁକ୍ତି
ପଢନ୍ତୁ ଏହି ଖବର: ନଥିଲା ଭଲ ଅଫର, ତଥାପି ୩୩ ଲକ୍ଷର ଚାକିରି ଛାଡ଼ିଦେଲେ..କାରଣ କଣ ଜାଣନ୍ତୁ
ଶେଷରେ ମୁଖ୍ୟମନ୍ତ୍ରୀ ନବନିଯୁକ୍ତ ଓ ସେମାନଙ୍କ ପରିବାର ବର୍ଗଙ୍କୁ ଶୁଭେଚ୍ଛା ଜଣାଇବା ସହିତ ନବନିଯୁକ୍ତଙ୍କୁ ଦୁର୍ନୀତିରୁ ସବୁବେଳେ ଦୂରରେ ରହିବା ପାଇଁ ପରାମର୍ଶ ଦେଇଥିଲେ । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ନବନିଯୁକ୍ତଙ୍କୁ ଅଭିନନ୍ଦନ ଜଣାଇ କର୍ମକ୍ଷେତ୍ରରେ ନିଷ୍ଠା ଓ ସଚ୍ଚୋଟତାର ସହ କାମ କରି ପରିବାର ପାଇଁ ସୁନାମ ଆଣିବା ସହିତ ରାଜ୍ୟର ଉନ୍ନତିରେ ସହାୟକ ହେବା ପାଇଁ ପରାମର୍ଶ ଦେଇଥିଲେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories