Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆଜି ପ୍ରକାଶ ପାଇପାରେ CBSE ଦ୍ଵାଦଶ ଶ୍ରେଣୀ ପରୀକ୍ଷା ଫଳ; ଏମିତି କରନ୍ତୁ ଚେକ୍

Education & Employment

CBSE Result Today / ଆଜି ପ୍ରକାଶ ପାଇପାରେ CBSE ଦ୍ଵାଦଶ ଶ୍ରେଣୀ ପରୀକ୍ଷା ଫଳ; ଏମିତି କରନ୍ତୁ ଚେକ୍

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ଆଜି ପ୍ରକାଶ ପାଇପାରେ CBSE ଦ୍ଵାଦଶ ଶ୍ରେଣୀ ପରୀକ୍ଷା ଫଳ; ଏମିତି କରନ୍ତୁ ଚେକ୍
CBSE Result Today

Key Points

ଆଜି ପ୍ରକାଶ ପାଇପାରେ CBSE ଯୁକ୍ତ୨ ରେଜଲ୍ଟ
ପରୀକ୍ଷା ଫଳ ଅପେକ୍ଷାରେ ୧୮ ଲକ୍ଷରୁ ଅଧିକ ପିଲା
ଆଜି ପ୍ରକାଶ ପାଇପାରେ CBSE ଯୁକ୍ତ ୨ ରେଜଲ୍ଟ । ଜାତୀୟ ଗଣମାଧ୍ୟମ ସୂଚନା ଅନୁସାରେ ଆଜି ବହୁ ପ୍ରତୀକ୍ଷିତ CBSE ଦ୍ଵାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇପାରେ । ଫେବୃୟାରୀ ୧୭ରୁ ଏପ୍ରିଲ ୧୦ ଯାଏଁ ଆୟୋଜିତ ହୋଇଥିଲା ପରୀକ୍ଷା । cbse.gov.in, results.cbse.nic.in ୱେବସାଇଟ ସହ umang ଓ digi lockerରେ ପରୀକ୍ଷାର୍ଥୀ ନିଜ ଫଳାଫଳ ସମ୍ପର୍କରେ ଜାଣିପାରିବେ । ୧୮ ଲକ୍ଷରୁ ଅଧିକ ପିଲା ଏବେ ରେଜଲ୍ଟ ଅପେକ୍ଷାରେ ଅଛନ୍ତି ।

DigiLockerରେ କେମିତି ଦେଖିବେ ରେଜଲ୍ଟ ?
ଫଳାଫଳ ଘୋଷଣା ହେବା ପରେ, ଛାତ୍ରଛାତ୍ରୀମାନେ ସେମାନଙ୍କର ଡିଜିଟାଲ୍ ମାର୍କସିଟ୍ ଡାଉନଲୋଡ୍ କରିବା ପାଇଁ ଏହି ପଦକ୍ଷେପଗୁଡ଼ିକ ଅନୁସରଣ କରିପାରିବେ:
  • digilocker.gov.inକୁ ଯାଆନ୍ତୁ କିମ୍ବା DigiLocker ଆପ୍ ଖୋଲନ୍ତୁ ।
  • ପଞ୍ଜିକୃତ ମୋବାଇଲ୍ ନମ୍ବର ଏବଂ PIN ବ୍ୟବହାର କରି ଲଗ୍ ଇନ୍ କରନ୍ତୁ ।
  • "Issued Documents" ବିଭାଗକୁ ଯାଆନ୍ତୁ ।
  • "ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (CBSE)" ଚୟନ କରନ୍ତୁ।
  • "Class XII Marksheet 2026" ଉପରେ କ୍ଲିକ୍ କରନ୍ତୁ ।
  • ରୋଲ ନମ୍ବର ଏବଂ ସ୍କୁଲ କୋଡ୍ ସମେତ ଆବଶ୍ୟକୀୟ ବିବରଣୀ ପ୍ରବେଶ କରନ୍ତୁ ।
  • ଏବେ ଡିଜିଟାଲ୍ ମାର୍କସିଟ୍ ଡାଉନଲୋଡ୍ କରନ୍ତୁ ।

ପଢନ୍ତୁ ଏହି ଖବର: ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାଫଳ ପ୍ରକାଶିତ,ପୁଅଙ୍କୁ ଟପିଲେ ଝିଅ

ସୂଚନା ଥାଉ କି, ଗତ ଫେବୃଆରୀ ୧୮ ତାରିଖଠାରୁ ଆରମ୍ଭ ହୋଇଥିଲା CBSE ଦଶମ ଓ ଦ୍ଵାଦଶ ପରୀକ୍ଷା । ପରୀକ୍ଷା ଦେଇଥିଲେ ଦେଶର ୪୫ ଲକ୍ଷରୁ ଅଧିକ ପିଲା । ମାର୍ଚ୍ଚ ୧୦ ଯାଏ ଚାଲିଥିଲା ପରୀକ୍ଷା । ଏହାପରେ ଦଶମର ପ୍ରଥମ ପର୍ଯ୍ୟାୟ ଓ ଦ୍ଵିତୀୟ ବୋର୍ଡ ମେ ୧୫ରୁ ଆରମ୍ଭ ହୋଇଥିଲା । ଗତ ଏପ୍ରିଲ ୧୫ ତାରିଖରେ ସିବିଏସଇ ଦଶମ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ପୁଅଙ୍କୁ ଟପିଥିଲେ ଝିଅ । ଓଡ଼ିଶାର ଦୁଇ ମେଧାବୀ ଛାତ୍ରୀ ଟିନା ରଥ ଏବଂ ଆଲିଶା ବିଶ୍ୱାଳ ୫୦୦ରୁ ୫୦୦ ନମ୍ବର ରଖି ଟପ୍ପର ହୋଇଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
CBSE 12th Result 2026: How to Check & Download Scorecard Online Today | Argus News