Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Education & Employment

NEP Boost / ବିଶ୍ୱର ୩ଟି ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟକୁ ଭାରତରେ କ୍ୟାମ୍ପସ ପ୍ରତିଷ୍ଠା ପାଇଁ ମଞ୍ଜୁରୀ

Sushanta Sahoo
Browse all articles by Sushanta Sahoo
·1 month ago·2 min read
ବିଶ୍ୱର ୩ଟି ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟକୁ ଭାରତରେ କ୍ୟାମ୍ପସ ପ୍ରତିଷ୍ଠା ପାଇଁ ମଞ୍ଜୁରୀ
Global Education Comes Home

Key Points

ଭାରତକୁ ବିଶ୍ୱ ଜ୍ଞାନର କେନ୍ଦ୍ର ବିନ୍ଦୁ କରିବା ଦିଗରେ ବଡ଼ ପଦକ୍ଷେପ- ଧର୍ମେନ୍ଦ୍ର ପ୍ରଧାନ
ଜାତୀୟ ଶିକ୍ଷା ନୀତିରେ ଭାରତୀୟ ଶିକ୍ଷା ବ୍ୟବସ୍ଥାର ଆନ୍ତର୍ଜାତୀୟକରଣ ଦିଗରେ ଐତିହାସିକ ସଫଳତା
ନୂଆଦିଲ୍ଲୀ: ଜାତୀୟ ଶିକ୍ଷା ନୀତି ଅନ୍ତର୍ଗତ ଭାରତୀୟ ଶିକ୍ଷା ବ୍ୟବସ୍ଥାର ଆନ୍ତର୍ଜାତୀୟକରଣ ଦିଗରେ ଏକ ଐତିହାସିକ ସଫଳତା ମିଳିଛି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଶ୍ୱର ତିନୋଟି ପ୍ରମୁଖ ଉଚ୍ଚ ଶିକ୍ଷାନୁଷ୍ଠାନ ଯଥା ୟୁନିଭର୍ସିଟି ଅଫ୍ ୟର୍କ, ୟୁନିଭର୍ସିଟି ଅଫ୍ ବ୍ରିଷ୍ଟଲ, ୟୁକେ ଏବଂ ୟୁନିଭର୍ସିଟି ଅଫ୍ ନ୍ୟୁ ସାଉଥ୍ ୱେଲ୍ସ, ଅଷ୍ଟ୍ରେଲିଆକୁ ଭାରତରେ କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ଆନୁଷ୍ଠାନିକ ଭାବେ 'ଲେଟର ଅଫ୍ ଆପ୍ରୁଭାଲ୍' ହସ୍ତାନ୍ତର କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନରେ ପ୍ରଣୀତ ଜାତୀୟ ଶିକ୍ଷା ନୀତିର ଦୂରଦୃଷ୍ଟିକୁ ସାକାର କରି ଭାରତ ଆଜି ବିଶ୍ୱର ଅଗ୍ରଣୀ ବିଶ୍ୱବିଦ୍ୟାଳୟଗୁଡ଼ିକୁ ନିଜ ଆଡ଼କୁ ଆକର୍ଷିତ କରୁଛି । ଏହି ବିଶ୍ୱସ୍ତରୀୟ ସହଭାଗିତା ଆମର ଆଗାମୀ ପିଢ଼ିର ଗବେଷକ, ଶିକ୍ଷାବିତ୍ ଏବଂ ନବସୃଜନକାରୀ ମାନଙ୍କୁ ଏକ ନୂଆ ଦିଗ୍‌ଦର୍ଶନ ଦେବ ।

ଏଥିସହ ପଢ଼ନ୍ତୁ: ୧୦ ଦିନ ବ୍ୟାଗ୍ ଲେସ ବ୍ୟବସ୍ଥା: ଚିନ୍ତା ମୁକ୍ତ ଏବଂ ପ୍ରାକ୍ଟିକାଲ ପାଠପଢା ଉପରେ ଗୁରୁତ୍ଵ 

ଏହି ୩ଟି ପ୍ରତିଷ୍ଠିତ ଆନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟ ଭାରତୀୟ ଶିକ୍ଷା ବ୍ୟବସ୍ଥା ସହ ଯୋଡ଼ିହେବା ଫଳରେ ଭାରତୀୟ ଛାତ୍ରଛାତ୍ରୀମାନେ ଦେଶରେ ରହି ବିଶ୍ୱସ୍ତରୀୟ ଶିକ୍ଷା ଗ୍ରହଣ କରିପାରିବେ ।


ଏହି ଅନୁଷ୍ଠାନଗୁଡ଼ିକ ନିଜର ବୈଜ୍ଞାନିକ ଅନୁସନ୍ଧାନ, ଆନ୍ତଃ-ଶୃଙ୍ଖଳିତ ଶିକ୍ଷା ଏବଂ ଏକାଡେମିକ ଦକ୍ଷତା ମାଧ୍ୟମରେ ଭାରତର ଶିକ୍ଷା ଓ ଶିଳ୍ପ ଜଗତ ସହ ମିଶି ଦୃଢ଼ ସହଯୋଗ ସ୍ଥାପନ କରିବେ । ଏହି ପଦକ୍ଷେପ ଭାରତକୁ ବିଶ୍ୱର ଏକ ପ୍ରମୁଖ ଜ୍ଞାନ, ଶିକ୍ଷା ଏବଂ ଇନୋଭେସନ ହବ୍ ଭାବରେ ପ୍ରତିଷ୍ଠିତ କରିବାରେ ସହାୟକ ହେବ ।

ଏଥିସହ ପଢ଼ନ୍ତୁ: ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ମୂଲ୍ୟାୟନରେ ପ୍ରଥମ ଥର ପାଇଁ ହୋଇଛି ଡିଜିଟାଲ୍ ବ୍ୟବସ୍ଥା,କେହି ବି ସନ୍ତୁଷ୍ଟ ନହେଲେ ଦେଖିପାରିବେ ଖାତା

ଶିକ୍ଷା ମନ୍ତ୍ରଣାଳୟ ଏହି ସମସ୍ତ ଗ୍ଲୋବାଲ୍ ପାର୍ଟନରସିପ୍‌କୁ ସ୍ୱାଗତ କରିବା ସହ ଭାରତରେ ଶିକ୍ଷାର ମାନକୁ ଆହୁରି ସମୃଦ୍ଧ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରକାଶ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ବ୍ରିଟିଶ୍ ହାଇକମିଶନର ଲିଣ୍ଡି କ୍ୟାମେରନ୍, ସମ୍ପୃକ୍ତ ବିଶ୍ୱବିଦ୍ୟାଳୟଗୁଡ଼ିକର ବରିଷ୍ଠ ପଦାଧିକାରୀ, ଅଷ୍ଟ୍ରେଲିଆ ଏବଂ ବ୍ରିଟିଶ ହାଇକମିଶନର ପ୍ରତିନିଧି ଏବଂ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India Approves 3 Top Global Universities to Open Campuses Under NEP | Argus News | Argus News