Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଭାରତରେ ପରୀକ୍ଷା ସଙ୍କଟ; ଦେଶକୁ ଆବଶ୍ୟକ ନୂତନ ଅପରେଟିଂ ସିଷ୍ଟମ

Education & Employment

India Education / ଭାରତରେ ପରୀକ୍ଷା ସଙ୍କଟ; ଦେଶକୁ ଆବଶ୍ୟକ ନୂତନ ଅପରେଟିଂ ସିଷ୍ଟମ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·3 min read
ଭାରତରେ ପରୀକ୍ଷା ସଙ୍କଟ; ଦେଶକୁ ଆବଶ୍ୟକ ନୂତନ ଅପରେଟିଂ ସିଷ୍ଟମ
India Examination System

Key Points

ନିର୍ଣ୍ଣାୟକ ମୋଡରେ ଭାରତର ପରୀକ୍ଷା ବ୍ୟବସ୍ଥା
କେମିତି ଫେରିବ କୋଟି କୋଟି ବିଦ୍ୟାର୍ଥୀଙ୍କ ଭରସା ?
ଏମିତି କହିଲେ ନୀତି ଆୟୋଗର ପୂର୍ବତନ ସିଇଓ ଅମିତାଭ କାନ୍ତ
ଦେଶକୁ ଆବଶ୍ୟକ ନୂତନ ଅପରେଟିଂ ସିଷ୍ଟମ
ନୂଆଦିଲ୍ଲୀ: ନିର୍ଣ୍ଣାୟକ ମୋଡ଼ରେ ଛିଡ଼ା ହୋଇଛି ଭାରତର ପରୀକ୍ଷା ବ୍ୟବସ୍ଥା । ପ୍ରଶ୍ନ ଏଠି କେବଳ ପେପର୍ ଲିକ୍‌ର ନୁହେଁ । ପ୍ରଶ୍ନ ହେଉଛି, କୋଟି କୋଟି ଛାତ୍ରଛାତ୍ରୀଙ୍କ ଭରସା କେମିତି ପୁଣି ଫେରିବ ? ଏହି ପ୍ରସଙ୍ଗରେ ନୀତି ଆୟୋଗର ପୂର୍ବତନ ସିଇଓ ଅମିତାଭ କାନ୍ତ ଭାରତରେ ପରୀକ୍ଷା ବ୍ୟବସ୍ଥା ପାଇଁ କିଭଳି ଏକ ନୂଆ ଅପରେଟିଂ ସିଷ୍ଟମ ଆବଶ୍ୟକ ସେ ସମ୍ପର୍କରେ ଏକ ଆର୍ଟିକିଲ ଲେଖିଛନ୍ତି । ଯେଉଁଥିରେ ଭାରତର ପରୀକ୍ଷା ବ୍ୟବସ୍ଥାରେ ଆବଶ୍ୟକ ସଂସ୍କାରକୁ ନେଇ ଏକ କ୍ଲିୟର ପିକଚର୍ ରଖାଯାଛି । ଆଉ ଏହି ମହାଂସସ୍କାରର ମହାଦାୟିତ୍ବ ଏବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହାତରେ । ଉଜ୍ଜ୍ବଳା ଭଳି ଡେଲିଭରି ମଡେଲ ଯଦି ଘରଘରେ ଧୂଆଁ ହଟାଇଥିଲା, ଏବେ ପରୀକ୍ଷା ବ୍ୟବସ୍ଥାରୁ ସନ୍ଦେହର ଧୂଆଁ ହଟାଇବାର ଦାୟିତ୍ବ ମଧ୍ୟ ଧର୍ମେନ୍ଦ୍ର ସୁଚାରୁରୂପେ ନିଭାଇବେ ବୋଲି ଅମିତାଭ ଜୋର୍ ଦେଇଛନ୍ତି ।

  • ପରୀକ୍ଷା ସଙ୍କଟ ବ୍ୟବସ୍ଥାଗତ ବିଫଳତାର ଚିତ୍ର
ଭାରତର ପରୀକ୍ଷା ସଙ୍କଟକୁ କେବଳ ପ୍ରଶ୍ନପତ୍ର ଲିକ୍‌ ଘଟଣା ଭାବରେ ଦେଖିଲେ ଭୁଲ୍ ହେବ। କାହିଁକି ନା ଏହା ହେଉଛି ଏକ ବ୍ୟବସ୍ଥାଗତ ବିଫଳତାର ଚିତ୍ର। ଏକ ଦୈନିକ ଇଂରାଜୀ ସମ୍ବାଦପତ୍ରରେ ଭାରତର ପରୀକ୍ଷା ବ୍ୟବସ୍ଥାରେ ସମ୍ପର୍କରେ ଆର୍ଟିକିଲ୍ ଲେଖି ଏଭଳି କିଛି ମତ ରଖିଛନ୍ତି ନୀତି ଆୟୋଗର ପୂର୍ବତନ ସିଇଓ ଅମିତାଭ କାନ୍ତ । କେବଳ ଆକ୍ରୋଶ, ଇସ୍ତଫା କିମ୍ବା କେବଳ ପରୀକ୍ଷା ବାତିଲ୍ କଲେ ବ୍ୟବସ୍ଥା ବଦଳେ ନାହିଁ । ତେଣୁ ସେଥିପାଇଁ ଦେଶରେ ପରୀକ୍ଷା ସଂସ୍କାରର ଆବଶ୍ୟକତା ରହିଛି ।

  • 'ପରୀକ୍ଷା ସଂସ୍କାରକୁ ଆଗକୁ ନେଇପାରିବେ ଧର୍ମେନ୍ଦ୍ର'
ଆଉ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପରୀକ୍ଷା ସଂସ୍କାରକୁ ଆଗକୁ ନେଇପାରିବେ ବୋଲି ଅମିତାଭ କାନ୍ତ ଲେଖିଛନ୍ତି । କାହିଁକି ନା ଧର୍ମେନ୍ଦ୍ର ପ୍ରଧାନ କେବଳ ଏକ ମନ୍ତ୍ରଣାଳୟର ପ୍ରଶାସକ ନୁହେଁ; ସେ ଏମିତି ନେତା, ଯିଏ ପଲିସିକୁ ଡେଲିଭର କରନ୍ତି ଆଉ ଡେଲିଭରୀକୁ ଜନଭରସାରେ ପରିଣତ କରିବାର ରାଜନୈତିକ ଓ ପ୍ରଶାସନିକ ଅନୁଭବ ରଖନ୍ତି । ଉଜ୍ଜ୍ବଳା ଯୋଜନାରେ ଯେପରି ଗରିବ ଘରର ଚୁଲିରୁ ଧୂଆଁ ହଟିଥିଲା, ସେହିଭଳି ଏବେ ପରୀକ୍ଷା ବ୍ୟବସ୍ଥାରେ ଦରକାର ଦୃଷ୍ଟି, ଦିଗ, ଓ ଡେଲିଭରୀ । ଯାହା ଧର୍ମେନ୍ଦ୍ର ପ୍ରଧାନ ହିଁ ସମ୍ଭବ କରିପାରିବେ ।

  • ପରୀକ୍ଷା ସଂସ୍କାରର ସ୍ପଷ୍ଟ ଚିତ୍ର ବଖାଣିଲେ
ଖୋଦ୍ ଅମିତାଭ କାନ୍ତ ମଧ୍ୟ ସଂସ୍ଥାଗତ ସଂସ୍କାର, ପ୍ରଶ୍ନପତ୍ର ପ୍ରସ୍ତୁତିରେ ସଂସ୍କାର, ପ୍ରଯୁକ୍ତିଗତ ସଂସ୍କାର, ପ୍ରଶ୍ନପତ୍ର ପରିଚାଳନାର ସୁରକ୍ଷା, ପରିଚୟ ଓ ନିରୀକ୍ଷଣ ବ୍ୟବସ୍ଥା ସହ AIର ବ୍ୟବହାର ଦ୍ବାରା କେମିତି ପରୀକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆସିପାରିବ ତାର ସ୍ପଷ୍ଟ ଚିତ୍ର ରଖିଛନ୍ତି । ଠିକାଦାର, ଅସ୍ଥାୟୀ ନିରୀକ୍ଷକ ଓ ଆଉଟସୋର୍ସିଂ ଉପରେ ନିର୍ଭର ନ କରି NTAକୁ ଏକ ସ୍ଥାୟୀ, ପେଶାଦାର, ଉଚ୍ଚ କ୍ଷମତାସମ୍ପନ୍ନ ମୂଲ୍ୟାୟନ ସଂସ୍ଥାରେ ପରିଣତ କରିବା ଆବଶ୍ୟକ ବୋଲି ଅମିତାଭ କାନ୍ତ ଆର୍ଟିକିଲରେ ଲେଖିଛନ୍ତି।

ପଢନ୍ତୁ ଏହି ଖବର: କାଲି ନିଟ୍ ୟୁଜି ପୁନଃପରୀକ୍ଷା, ଆଜି ସାରା ଦେଶରେ ହୋଇଛି ମକ୍ ଡ୍ରିଲ୍‌

  • ପରୀକ୍ଷା ବ୍ୟବସ୍ଥାର ଅସଲ ଚ୍ୟାଲେଞ୍ଜ
ସେହିପରି ଭାରତରେ ପରୀକ୍ଷା ବ୍ୟବସ୍ଥାର ଅସଲି ଚ୍ୟାଲେଞ୍ଜ ହେଉଛି ଏହାର ବିଶାଳ ଆକାର। ୨୦୧୮ରୁ ୨୦୨୪ ମଧ୍ୟରେ NTA ୨୪୪ଟି ପରୀକ୍ଷା ପରିଚାଳନା କରିଛି। ଯେଉଁଠି ପରୀକ୍ଷାର୍ଥୀ ସଂଖ୍ୟା ୬୭ ଲକ୍ଷରୁ ବଢ଼ି ୧ କୋଟି ୨୨ ଲକ୍ଷରେ ପହଞ୍ଚିଛି । କେବଳ NEETରେ ହିଁ ଗୋଟିଏ ଦିନରେ ୨୨ରୁ ୨୪ ଲକ୍ଷ ପରୀକ୍ଷାର୍ଥୀ ଅଂଶଗ୍ରହଣ କରୁଛନ୍ତି । ଭାରତରେ ମଧ୍ୟ ପରୀକ୍ଷା ସାରା ବର୍ଷ ଚାଲୁଥିବାରୁ ଏହାକୁ ଅନ୍ୟଦେଶର ପରୀକ୍ଷା ପ୍ରଣାଳୀ ତୁଳନା କରାଯାଇପାରିବ ନାହିଁ । ଭାରତରେ ପରୀକ୍ଷାର ‘Winner-take-all' ପ୍ରକୃତିକୁ ହ୍ରାସ କରି ମାନେ ଗୋଟିଏ ଦିନର ପରୀକ୍ଷା ଜଣେ ଛାତ୍ରର ଭାଗ୍ୟ ନିର୍ଦ୍ଧାରଣ କରିବା ବ୍ୟବସ୍ଥା ପରିବର୍ତ୍ତନ ପାଇଁ ପରାମର୍ଶ ଦେଇଛନ୍ତି ଅମିତାଭ । ବରଂ ମଲ୍ଟି-ଷ୍ଟେଜ୍ ଟେଷ୍ଟିଂ ଏବଂ ଏକାଧିକ ସୁଯୋଗ ପ୍ରଦାନ ଦ୍ବାରା ପରୀକ୍ଷାର୍ଥୀଙ୍କ ମାନସିକ ଚାପ କମିବ ଏବଂ ବ୍ୟବସ୍ଥା ଅଧିକ ମାନବୀୟ ହେବ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored