Monday School Closed / ବୈତରଣୀ-ବ୍ରାହ୍ମଣୀ ନଦୀରେ ବନ୍ୟା ସ୍ଥିତି; ରାଜ୍ୟର ଆଉ ଏକ ଜିଲ୍ଲାରେ ସ୍କୁଲ କଲେଜ ଛୁଟି ଘୋଷଣା
·2 weeks ago·2 min read

Key Points
ରାଜ୍ୟରେ ଜାରି ରହିଛି ପ୍ରବଳ ବର୍ଷା
ଲଘୁଚାପ ଯୋଗୁଁ ପୁଣି ବନ୍ୟା ସ୍ଥିତି
ଏହି ଜିଲ୍ଲାରେ ସ୍କୁଲ କଲେଜ ବନ୍ଦ
ଲଘୁଚାପ ଯୋଗୁଁ ପୁଣି ବନ୍ୟା ସ୍ଥିତି
ଏହି ଜିଲ୍ଲାରେ ସ୍କୁଲ କଲେଜ ବନ୍ଦ
ରାଜ୍ୟରୁ ବନ୍ୟା ଦୁର୍ଦ୍ଦଶା ଯାଇ ନଥିବା ବେଳେ ବଙ୍ଗୋପସାଗରରେ ସୃଷ୍ଟି ହେଉଛି ପଛକୁ ପଛ ଲଘୁଚାପ। ପୁଣି ଆସୁଛି ବଡ଼ବର୍ଷା । ଏହା ଉପକୂଳ ଓ ଉତ୍ତର ଓଡ଼ିଶାବାସୀଙ୍କୁ ଆତଙ୍କିତ କରିଛି । ଏହା ୨୪ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ପ୍ରଭାବରେ ଆସନ୍ତା ୫ ଦିନ ସାରା ରାଜ୍ୟରେ ଵର୍ଷା ସହ ୪୮ ଘଣ୍ଟା ଭୀଷଣ ବର୍ଷା ନେଇ ରେଡ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ୨୪ ଘଣ୍ଟା ପାଇଁ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦୁଝର ଜିଲ୍ଲାରେ ଅତ୍ୟନ୍ତ ପ୍ରବଳ ବର୍ଷା ସହ ବିଜୁଳି ଘଡଘଡି ହୋଇପାରେ । ଏହାକୁ ଦୃଷ୍ଟିରେ ରଖି ଅନେକ ଜିଲ୍ଲାରେ ସ୍କୁଲ, କଲେଜ, ଅଙ୍ଗନୱାଡି ଆଦି ଶିକ୍ଷାନୁଷ୍ଠାନ ବନ୍ଦ ରହିବ ।
ପଢନ୍ତୁ ଏହି ଖବର: ପ୍ରବଳ ବର୍ଷା ପାଇଁ ରେଡ୍ ଆଲର୍ଟ; ଆସନ୍ତାକାଲି ଏହି ୩ ଜିଲ୍ଲାରେ ସମସ୍ତ ସ୍କୁଲ କଲେଜ ଛୁଟି
- ଯାଜପୁରରେ ସ୍କୁଲ ଛୁଟି
- ଆଉ ୩ ଜିଲ୍ଲାରେ ସ୍କୁଲ ଛୁଟି
ପଢନ୍ତୁ ଏହି ଖବର: ପ୍ରବଳ ବର୍ଷା ପାଇଁ ରେଡ୍ ଆଲର୍ଟ; ଆସନ୍ତାକାଲି ଏହି ୩ ଜିଲ୍ଲାରେ ସମସ୍ତ ସ୍କୁଲ କଲେଜ ଛୁଟି
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେହିପରି କାଲି ଭଦ୍ରକ ଜିଲ୍ଲାରେ ସ୍କୁଲ ଛୁଟି । ଆସନ୍ତାକାଲି ଜିଲ୍ଲାର ୨୭୧ଟି ସ୍କୁଲକୁ ଛୁଟି ଘୋଷଣା କଲେ ଜିଲ୍ଲାପାଳ । ଜିଲ୍ଲାର ୫ଟି ଭଣ୍ଡାରିପୋଖରୀ, ଧାମନଗର, ତିହିଡି଼, ଚାନ୍ଦବାଲି, ବାସୁଦେବପୁର ବ୍ଲକର ୨୭୧ଟି ସ୍କୁଲକୁ ଛୁଟି ଘୋଷଣା । ମୟୂରଭଞ୍ଜ ଜିଲ୍ଲାରେ ଅଙ୍ଗନବାଡିଠାରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ କଲେଜ ଗୋଟିଏ ଦିନ ପାଇଁ ଛୁଟି ରଖିବା ପାଇଁ ମୟୂରଭଞ୍ଜ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅବସରରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ସ୍କୁଲରେ ଉପସ୍ଥିତ ରହିବା ସହ ସରକାରୀ ନିର୍ଦ୍ଦେଶର ପାଳନ କରିବେ ।
Related Topics
Explore more stories