Videos
|
Education & Employment

School Closed / ସରକାରଙ୍କ ବଡ଼ ନିଷ୍ପତ୍ତି; ଆଜି ଓ ଆସନ୍ତାକାଲି ଏହି ଜିଲ୍ଲାରେ ସବୁ ସ୍କୁଲ ଛୁଟି

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ସରକାରଙ୍କ ବଡ଼ ନିଷ୍ପତ୍ତି; ଆଜି ଓ ଆସନ୍ତାକାଲି ଏହି ଜିଲ୍ଲାରେ ସବୁ ସ୍କୁଲ ଛୁଟି
School Closed

Key Points

ରାଜ୍ୟବାସୀଙ୍କୁ କଲବଲ କରୁଛି ଲଗାଣ ବର୍ଷା
ଏହାରି ଭିତରେ ସ୍କୁଲି ଛୁଟି ଘୋଷଣା କଲା ପ୍ରଶାସନ
ଆଜି ଓ ଆସନ୍ତାକାଲି ଅନେକ ଜିଲ୍ଲାରେ ସ୍କୁଲ ବନ୍ଦ
 
ରାଜ୍ୟରେ ଜାରି ରହିଛି ବର୍ଷା । ପ୍ରବଳ ବର୍ଷାରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ଅନେକ ତଳିଆ ଅଞ୍ଚଳରେ ପଶିଛି ବନ୍ୟାପାଣି । ଖିଆପିଆ ବନ୍ଦ । ଖଟ ଉପରେ ଘରୋଇ ସାମଗ୍ରୀ ରଖି ରାତି ଅନିଦ୍ରା ଲୋକେ । ରାଜ୍ୟର ଅନେକ ଜିଲ୍ଲା ଜଳବନ୍ଦୀ ଅବସ୍ଥାରେ ଅଛି । ରାସ୍ତା ଉପରେ ଚାଲୁଛି ପାଣି । ଯୁଆଡ଼େ ଆଖି ବୁଲାଇବେ ସମୁଦ୍ର ପରି ଦିଶୁଛି । ଏପରି ସ୍ଥିତିରେ ଆଜି ୪ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା ହୋଇଛି । କିଛି ଜିଲ୍ଲାରେ ଆସନ୍ତାକାଲି (ଅଗଷ୍ଟ ୧)ରେ ମଧ୍ୟ ଅଙ୍ଗନୱାଡି, ବିଦ୍ୟାଳୟ, କଲେଜ ବନ୍ଦ ରହିବ ।

  • ଯାଜପୁରରେ ଚତୁର୍ଥ ଦିନ ପାଇଁ ସ୍କୁଲ ବନ୍ଦ
ଜିଲ୍ଲାରେ ପୁଣି ୨ ଦିନ ଜିଲ୍ଲାରେ ସମସ୍ତ ସ୍କୁଲ ବନ୍ଦ ରହିବ। ଚତୁର୍ଥ ଦିନ ପାଇଁ ବନ୍ଦ ରହିବ ସ୍କୁଲ। ବୈତରଣୀ-ବ୍ରାହ୍ମଣୀ ନଦୀରେ ବନ୍ୟା ପରିସ୍ଥିତି ହେତୁ ଆଜି (୩୧ ଜୁଲାଇ ୨୦୨୬, ଶୁକ୍ରବାର) ଏବଂ ଆସନ୍ତାକାଲି (୧ ଅଗଷ୍ଟ ୨୦୨୬, ଶନିବାର ) ଯାଜପୁର ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବନ୍ଦ ରହିବ । ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଜିଲ୍ଲାପାଳ ଏହି ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ୱାରା ଜାରି ହୋଇଛି ଆଦେଶ ।

  • ଭଦ୍ରକରେ ଆଜି ସ୍କୁଲ ବନ୍ଦ
ଭଦ୍ରକ ଜିଲ୍ଲାରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ଏବଂ ଲଗାତାର ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ, ଭଦ୍ରକଙ୍କ ନିର୍ଦ୍ଦେଶକ୍ରମେ ୩୧ ଜୁଲାଇ ୨୦୨୬ (ଶୁକ୍ରବାର) ଦିନ ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ବେସରକାରୀ ବିଦ୍ୟାଳୟ ସହ ସମସ୍ତ ଅଙ୍ଗନବାଡି କେନ୍ଦ୍ରରେ ପାଠପଢ଼ା ସ୍ଥଗିତ ରଖାଯାଇଛି । ତେବେ ସମସ୍ତ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଅଣଶିକ୍ଷକ କର୍ମଚାରୀମାନେ ଯେକୌଣସି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ପ୍ରଶାସନର ଆବଶ୍ୟକତା ଅନୁଯାୟୀ ସେମାନେ ତୁରନ୍ତ ଦାୟିତ୍ୱ ପାଳନ କରିବେ ବୋଲି କୁହାଯାଇଛି ।

  • ଖୋର୍ଦ୍ଧାରେ ଆଜି ସ୍କୁଲ ବନ୍ଦ
ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ବେସରକାରୀ ବିଦ୍ୟାଳୟ ଆଜି (୩୧ ଜୁଲାଇ ୨୦୨୬) ବନ୍ଦ ରହିବା ନେଇ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଜାରି କରିଛି । ଜିଲ୍ଲାରେ ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ବିଦ୍ୟାଳୟଗୁଡ଼ିକ ବନ୍ଦ ରହିବା ପାଇଁ ଜିଲ୍ଲାପାଳ ଅମ୍ରିତ ଋତୁରାଜ ଏହି ନିର୍ଦ୍ଦେଶ ଦେଇଛନ୍ତି । ମାତ୍ର ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀ ବିଦ୍ୟାଳୟରେ ଉପସ୍ଥିତ ରହିବେ ।

ପଢନ୍ତୁ ଏହି ଖବର: ନଗର ଉନ୍ନୟନ ବିଭାଗର ଅଧିକାରୀଙ୍କ ଛୁଟି ବାତିଲ, ୨୪ ଘଣ୍ଟିଆ ଆଲର୍ଟ ପାଇଁ ନିର୍ଦ୍ଦେଶ

ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ବିଦ୍ୟାଳୟ କୋଠା ଓ ଆନୁଷଙ୍ଗିକ ବ୍ୟବସ୍ଥା ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଦ୍ୟାଳୟଗୁଡ଼ିକ ୨୪ ଘଣ୍ଟା ଖୋଲା ରଖିବା ପାଇଁ ରୋଷ୍ଟର ଡ୍ୟୁଟି ପ୍ରଚଳନ ପାଇଁ ପ୍ରଧାନଶିକ୍ଷକ ଏବଂ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହାକୁ ତୁରନ୍ତ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି । ଏଥି ସହ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି ।

  • ତିର୍ତ୍ତୋଲରେ ୨ଦିନ ସ୍କୁଲ ଛୁଟି
ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲର ବନ୍ୟା ପ୍ରଭାବିତ ଅଞ୍ଚଳରେ ଆଜି ଓ ଆସନ୍ତାକାଲି (୩୧ ଜୁଲାଇ ଓ ୧ ଅଗଷ୍ଟ) ଦୁଇ ଦିନ ଧରି ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । ବିରିଡି , ତିର୍ତ୍ତୋଲ, ନାଉଗାଁ, କୁଜଙ୍ଗ ବ୍ଲକର କିଛି ଅଂଶ ପ୍ରଭାବିତ ହେବାର ସମ୍ଭାବନା ରହିଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: