Ayesha Khan / ପିରିୟଡରେ ସୁଟିଂ କରିଥିଲି ଶରାରତ୍ ଗୀତ; ପରଦା ପଛର କଥା କହିଲେ ଅଭିନେତ୍ରୀ ଆୟେଶା ଖାନ
·7 months ago·2 min read

Key Points
ବକ୍ସ ଅଫିସରେ ଧମାକା କରିଛି ଧୁରନ୍ଧର
ଏହାର ଗୀତ ଶରାରତ୍ ମଧ୍ୟ ବେଶ ହିଟ୍ ହୋଇଛି
ପିରିୟଡରେ ଥାଇ ଏହି ଗୀତ ସୁଟ୍ କରିଥିଲେ ଆୟେଶା
ଏହାର ଗୀତ ଶରାରତ୍ ମଧ୍ୟ ବେଶ ହିଟ୍ ହୋଇଛି
ପିରିୟଡରେ ଥାଇ ଏହି ଗୀତ ସୁଟ୍ କରିଥିଲେ ଆୟେଶା
ଆଦିତ୍ୟ ଧରଙ୍କ 'ଧୁରନ୍ଧର' ଫିଲ୍ମ ଦର୍ଶକଙ୍କଠାରୁ ବେଶ ପ୍ରଶଂସା ସାଉଣ୍ଟିଛି । ଏହି ଫିଲ୍ମରେ ରଣଭୀର ସିଂ ଓ ସାରା ଅର୍ଜୁନ ନାୟକ ଓ ନାୟିକା ଭୂମିକାରେ ଅଭିନୟ କରିଥିଲେ । ଏହି ଫିଲ୍ମରେ ଅନ୍ୟ କଳାକାରଙ୍କ ମଧ୍ୟରେ ଅକ୍ଷୟ ଖନ୍ନା, ସଞ୍ଜୟ ଦତ୍ତ, ଆର. ମାଧବନ ଓ ଅର୍ଜୁନ ରାମପାଲ ଥିଲେ । ଏହି ଫିଲ୍ମର ଷ୍ଟୋରୀଲାଇନଠାରୁ ଆରମ୍ଭ କରି ଗୀତ ବି ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା । ଚଳଚ୍ଚିତ୍ରରେ ଥିବା 'ଶରାରତ୍' ଗୀତଟି ସୋସିଆଲ ମିଡିଆଠାରୁ ଆରମ୍ଭ କରି ସବୁଠି ବେଶ ଲୋକପ୍ରିୟତା ହାସଲ କରିଥିଲା । ସମସ୍ତେ ସେହି ଗୀତରେ ଝୁମିଥିଲେ । ଡାନ୍ସ ଷ୍ଟେପଗୁଡ଼ିକ ବି ବେଶ ଭାଇରାଲ ହୋଇଥିଲା । କଣ୍ଟେଣ୍ଟ କ୍ରିଏଟରମାନେ ଉକ୍ତ ଗୀତରେ ରିଲ୍ସ ସୁଟ୍ କରୁଥିବା ଦେଖିବାକୁ ମିଳିଥିଲା ।
ତେବେ ଗୀତଟି ଦର୍ଶକଙ୍କ ମନ କିଣିବା ପରେ ଏବେ ପରଦା ପଛର କାହାଣୀ କହିଛନ୍ତି ସେହି ଗୀତରେ ପରଫର୍ମ କରିଥିବା ଅଭିନେତ୍ରୀ ଆୟେଶା ଖାନ । ଏହି ଗୀତରେ ଆୟେଶା ଖାନଙ୍କ ସହିତ କ୍ରିଷ୍ଟାଲ ଡିସୁଜା ଡାନ୍ସ କରିଥିଲେ । ଏହି ଗୀତକୁ ଜାସମିନ ସାଣ୍ଡାଲ ଓ ମଧୁବନ୍ତୀ ବାଗଚି ଗାଇଥିଲେ । ଗାନା ଚାର୍ଟ ବଷ୍ଟରରେ ଟପ୍ରେ ଥିଲା । ଏବେ ଆୟେଶା ଖାନ ଏହି ଗୀତ ସୁଟିଂ ସମୟର କିଛି କଥା ନିଜ ଫ୍ୟାନଙ୍କ ସହିତ ସେୟାର କରିଛନ୍ତି ।
ସେ ଆହୁରି କହିଥିଲେ, "କ୍ରିଷ୍ଟାଲ୍ ଏବଂ ମୋ ପାଖରେ ଆଦୌ ସମୟ ନଥିଲା । ବିବାହ ସିକ୍ୱେନ୍ସ ସେହି ଦୁଇ ଦିନରେ ସୁଟିଂ କରିବାକୁ ପଡ଼ିଥିଲା । ଆମକୁ ବହୁତ କିଛି କରିବାକୁ ପଡିଥିଲା । ସମୟ ନଥିଲା । ଆମେ ବହୁତ କ୍ଳାନ୍ତ ହୋଇଯାଇଥିଲୁ ଏବଂ ଏତେ ନାଚିବା ପରେ ଆମର ହାଡ଼ ଯନ୍ତ୍ରଣା ହେଉଥିଲା । ମୁଁ ମଧ୍ୟ ବହୁତ ଭାବପ୍ରବଣ ହୋଇଗଲି କାରଣ ମୋର ମାସିକ ଋତୁସ୍ରାବ ହେଉଥିଲା । ମୁଁ ନିଜକୁ ନିୟନ୍ତ୍ରଣ କରିପାରିଲି ନାହିଁ ଏବଂ କାନ୍ଦିବାକୁ ଲାଗିଲି ।"

- 'ପିରିୟଡରେ ସୁଟ୍ କରିଥିଲି ଶରାରତ୍ ଗୀତ'
ସେ ଆହୁରି କହିଥିଲେ, "କ୍ରିଷ୍ଟାଲ୍ ଏବଂ ମୋ ପାଖରେ ଆଦୌ ସମୟ ନଥିଲା । ବିବାହ ସିକ୍ୱେନ୍ସ ସେହି ଦୁଇ ଦିନରେ ସୁଟିଂ କରିବାକୁ ପଡ଼ିଥିଲା । ଆମକୁ ବହୁତ କିଛି କରିବାକୁ ପଡିଥିଲା । ସମୟ ନଥିଲା । ଆମେ ବହୁତ କ୍ଳାନ୍ତ ହୋଇଯାଇଥିଲୁ ଏବଂ ଏତେ ନାଚିବା ପରେ ଆମର ହାଡ଼ ଯନ୍ତ୍ରଣା ହେଉଥିଲା । ମୁଁ ମଧ୍ୟ ବହୁତ ଭାବପ୍ରବଣ ହୋଇଗଲି କାରଣ ମୋର ମାସିକ ଋତୁସ୍ରାବ ହେଉଥିଲା । ମୁଁ ନିଜକୁ ନିୟନ୍ତ୍ରଣ କରିପାରିଲି ନାହିଁ ଏବଂ କାନ୍ଦିବାକୁ ଲାଗିଲି ।"
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କ୍ରିଷ୍ଟାଲ ବିଷୟରେ କଥା ହୋଇ ଆୟେଶା କହିଥିଲେ ଯେ କ୍ରିଷ୍ଟାଲ ଏବଂ ସେ ଏକାଠି ବହୁତ ଭଲ ସମୟ ବିତାଇଥିଲେ । କ୍ରିଷ୍ଟାଲ ତାଙ୍କ ସିନିୟର ଏବଂ ସେ ପୂର୍ବରୁ ବହୁତ କାମ କରିଛନ୍ତି । ଯେତେବେଳେ ସେ ଜାଣିଲି ଯେ ଉଭୟ ଏକ ଗୀତ ସେୟାର କରୁଛନ୍ତି, ମୁଁ ଭାବିଥିଲି ଯେ ସେ ସିନିୟରଙ୍କ ଭଳି ବ୍ୟବହାର କରିବେ । କିନ୍ତୁ କ୍ରିଷ୍ଟାଲ ଜଣେ ଭଲ ଅଭିନେତ୍ରୀ ବୋଲି କହିଛନ୍ତି ଆୟେଶା ।
ଏଥିସହ ପଢନ୍ତୁ: RSSର ଶତବାର୍ଷିକୀ ସମାରୋହ; କାର୍ଯ୍ୟକ୍ରମରେ ଖାସ୍ ଅନ୍ଦାଜରେ ପହଞ୍ଚିଲେ ସଲମାନ ଖାନ୍
ଏଥିସହ ପଢନ୍ତୁ: RSSର ଶତବାର୍ଷିକୀ ସମାରୋହ; କାର୍ଯ୍ୟକ୍ରମରେ ଖାସ୍ ଅନ୍ଦାଜରେ ପହଞ୍ଚିଲେ ସଲମାନ ଖାନ୍
Related Topics
Explore more stories