Videos
|
Entertainment

ଏମିତି ଭୂତ ମୁଭି, ଦେଖିବା ମାତ୍ରେ ଥରି ଉଠିବ ଛାତି...

Swayangprajna Mishra
Browse all articles by Swayangprajna Mishra
·2 years ago·2 min read
ଏମିତି ଭୂତ ମୁଭି, ଦେଖିବା ମାତ୍ରେ ଥରି ଉଠିବ ଛାତି...

ଅର୍ଗସ ବ୍ୟୁରୋ :  ଭୂତ ମୁଭି । ନାଁ ଶୁଣିବା ମାତ୍ରେ ଯେତିକି ଡର ଲାଗେ , ଦେଖିବାକୁ ବି ସେତିକି ଇଚ୍ଛା ହୁଏ । ହରର୍ ମୁଭି କହିବା ମାତ୍ରେ ସମସ୍ତେ ଦେଖିବାକୁ ଭାରି ଏକ୍ସାଇଟେଡ୍ ହୋଇଯାଆନ୍ତି । କାରଣ ଅନେକ ଜଣଙ୍କୁ ଭୂତ ମୁଭି ଦେଖିବା ଖୁବ ପସନ୍ଦ । ତେବେ କେଉଁ କେଉଁ ହରୋର୍ ମୁଭି ଦେଖିବା ମାତ୍ରେ ଆପଣବି ଡରିବା ସହ ଖୁବ ଉପଭୋଗ କରିବେ, ଆସନ୍ତୁ ଜାଣିବା ।
ଓଟିଟି ପ୍ଲାଟଫର୍ମରେ ଏହି ହରର୍ ମୁଭିଗୁଡିକ ଏବେ ଖୁବ ହିଟ ଲିଷ୍ଟରେ ଅଛି । ଲିଷ୍ଟର ପ୍ରଥମରେ ଅଛି , 
ବୁଲୁବୁଲ୍ । ଏହି ମୁଭି ଏକ ଛୋଟ ଝିଅର ବାହାଘରକୁ ନେଇ ତିଆରି ହୋଇଛି । ସେ ପରେ ତାଙ୍କ ଘରର ଜଣେ ଶକ୍ତିଶାଳୀ ମହିଳା ଭାବେ ନିଜ ପରିବାରର ସମସ୍ତଙ୍କୁ ନିଜ ଆୟତ୍ତରେ ରଖୁଛି । ପରେ ଆଶ୍ଚର୍ଯ୍ୟଜନକ ଭାବେ ସେହି ଗାଁରେ ସବୁ ପୁରୁଷ ମାନଙ୍କର ମୃତ୍ୟୁ ହେଉଛି । ଏହି ମୁଭିରେ ମୁଖ୍ୟ ଭୂମିକାରେ ଅଛନ୍ତି ତୃପ୍ତି ଡିମରି । ସମସ୍ତଙ୍କ ପ୍ରଥମ ପସନ୍ଦ ଭାବେ ଏହି ହରୋର୍ ମୁଭି ନେଟଫ୍ଲିକ୍ସରେ ଷ୍ଟ୍ରିମିଂ ହୋଇଛି । 
ପରି : ପରି । ଏକ ଘରେ ଚେନ୍‌ରେ ବନ୍ଧା ହୋଇ ସେ ପଡି ରହିଛି । ସମସ୍ତେ ତାଙ୍କୁ ପୀଡିତା ବୋଲି ଭାବୁଛନ୍ତି । ହେଲେ ତାର ଏକ ଖୁବ୍ ଭଲ ଲୋକ ସହ ଭେଟ ହେଉଛି , ଯାହା ସହ ଖୁବ ଅଜବ ଅଜବ ଅଲୌକିକ ଘଟଣା ସବୁ ଘଟୁଛି । ସସପେନ୍ସ ଏବଂ ହରୋର୍ ଉପରେ ଏହି ମୁଭିରେ ମୁଖ୍ୟ ଭୂମିକାରେ ଅଛନ୍ତି ଅନୁଷ୍କା ଶର୍ମା, ପରମବ୍ରତ ଚାଟାର୍ଜୀ , ରଜତ କପ୍ପୁର, ମାନସୀ ମୁଲତାନୀ । ପ୍ରାଇମ ଭିଡିଓରେ ଏହି ମୁଭି ଷ୍ଟ୍ରିମିଂ କରାଯାଇଛି । 
1920 ;  ଏହି ମୁଭି ଦୁଇଜଣ ପ୍ରେମୀଯୁଗଳଙ୍କ ଉପରେ ଆଧାରିତ । ଉଭୟ ବିବାହ ପରେ ଏକ ନୂଆ ମହଲକୁ ଯାଉଛନ୍ତି । କିନ୍ତୁ ସେଠାରେ ରହିବା ପରେ ପତ୍ନୀଜଣକ ତାଙ୍କୁ ନିଜ ଆୟତ୍ତକୁ ଆଣିବାକୁ ଚେଷ୍ଟା କରୁଛି । ଯେଉଁଠି ସବୁକିଛି ଅଦଳବଦଳ ହୋଇ ଯାଉଛି । ଏହି ମୁଭିରେ ମୁଖ୍ୟ ଭୂମିକାରେ ଅଛନ୍ତି ରାଜନେଶ ଦୁଗଲ ଏବଂ ଆଦା ଶର୍ମା । ପ୍ରାଇମ ଭିଡିଓରେ ଏହି ଷ୍ଟ୍ରିମିଂ କରାଯାଇଛି । 
 

ଅଧିକ ପଢନ୍ତୁ : ଖାଲି ଫିଲ୍ମ ନୁହେଁ ଦାନ ଧର୍ମ କରିବାରେ ମଧ୍ୟ ଅକ୍ଷୟ ଆଗରେ

ସଇତାନ : ବାପା ମାଆ, ଦୁଇ ପୁଅଝିଅଙ୍କୁ ନେଇ ଗୋଟି ସୁନ୍ଦର ପରିବାର । ଯେଉଁ ପରିବାରରେ ହଠାତ୍ ଜଣେ ଅଜଣା ବ୍ୟକ୍ତି ପଶି ଆସିବା ପରେ ସବୁକିଛି ଅଦଳବଦଳ ହୋଇଯାଉଛି ।  ଏଥିରେ ମୁଖ୍ୟ ଭୂମିକାରେ ଅଛନ୍ତି ଆର ମାଧବାର୍‍ ଅଜୟ ଦେବଗନ, , ଜ୍ୟୋତିକା । ନେଟଫ୍ଲିକ୍ସରେ ଏହି ମୁଭି ଷ୍ଟ୍ରିମିଂ କରାଯାଇଛି । 
ଛୋରୀ : ଏକ ନବଦମ୍ପତ୍ତିଙ୍କ ଉପରେ ତିଆରି ହୋଇଛି ଏହି ମୁଭି । ଯେଉଁଥିରେ ଉଭୟ ଏକ ନୂଆ ଘରେ ରହିବା ପରେ ଉଭୟଙ୍କ ସହ ଅଜବ ଅଜବ ଘଟଣା ଦେଖିବାକୁ ମିଳୁଛି । ଯାହାକୁ ନେଇ ସେମାନେ ନିଜ ଜୀବନ ତଥା ନିଜର ପିଲାର ଜୀବନ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି । ନୁସରତ୍ ଭାରୁଚା ଏଥିରେ ମୁଖ୍ୟ ଭୂମିକାରେ ଅଛନ୍ତି । ପ୍ରାଇମ ଭିଡିଓରେ ଏହି ମୁଭି ଷ୍ଟ୍ରିମିଂ କରାଯାଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: