Dharmendra Death News Live / ଗ୍ୟାରେଜ୍ରେ ଶୋଉଥିଲେ ଧର୍ମେନ୍ଦ୍ର, ଓଭର୍ ଟାଇମ୍ କରି ପାଉଥିଲେ ୨୦୦ ଟଙ୍କା
·7 months ago·2 min read

Key Points
ଧର୍ମେନ୍ଦ୍ରଙ୍କ ମୃତ୍ୟୁକୁ ନେଇ ଗତ ୧୧ ତାରିଖରେ ଗୁଜବ ହୋଇଥିଲା । ଆଉ ଗୁଜବର ଠିକ୍ ୧୪ ଦିନ ପରେ ଧର୍ମେନ୍ଦ୍ର ସମସ୍ତଙ୍କୁ ସତରେ କନ୍ଦାଇ ଚାଲି ଯାଇଛନ୍ତି ।
ମୁମ୍ବାଇ: ଆଉ ନାହାନ୍ତି ବଲିଉଡ୍ର ହି ମ୍ୟାନ ଧର୍ମେନ୍ଦ୍ର ଦେଓଲ । ୮୯ ବର୍ଷ ବୟସରେ ଧର୍ମେନ୍ଦ୍ର ଦୁନିଆରୁ ବିଦାୟ ନେଇଛନ୍ତି । ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ରାଜ୍ କରୁଥିବା ଧର୍ମେନ୍ଦ୍ରଙ୍କ ପରଲୋକ ହୋଇଛି । ଧର୍ମେନ୍ଦ୍ରଙ୍କ ମୃତ୍ୟୁକୁ ନେଇ ଗତ ୧୧ ତାରିଖରେ ଗୁଜବ ହୋଇଥିଲା । ଆଉ ଗୁଜବର ଠିକ୍ ୧୪ ଦିନ ପରେ ଧର୍ମେନ୍ଦ୍ର ସମସ୍ତଙ୍କୁ ସତରେ କନ୍ଦାଇ ଚାଲି ଯାଇଛନ୍ତି ।
ଏଥିସହ ପଢ଼ନ୍ତୁ: ବିଳାସପୂର୍ଣ୍ଣ ଗାଡି ପ୍ରତି ଥିଲା ଧର୍ମେନ୍ଦ୍ରଙ୍କ ଦୁର୍ବଳତା, ରଖିଥିଲେ ୬୫ ବର୍ଷ ପୁରୁଣା 'ଫିଆଟ୍'
ସଂଘର୍ଷରୁ ସଫଳତା
ବଲିଉଡ୍ରେ ସଫଳତା ପାଇଥିବା ଧର୍ମେନ୍ଦ୍ରଙ୍କ ଜୀବନ ମଧ୍ୟ ସଂଘର୍ଷ ଭରା ଥିଲା । ସାଧାରଣ ଲୋକଙ୍କ ଭଳି ମୁମ୍ବାଇ ଆସିଥିଲେ ଧର୍ମେନ୍ଦ୍ର । 'ଇଣ୍ଡିଆନ୍ ଆଇଡଲ୍ ୧୧'ରେ ମୁମ୍ବାଇରେ ତାଙ୍କ ସଂଘର୍ଷ ନେଇ ଧର୍ମେନ୍ଦ୍ର କହିଥିଲେ । ୧୯୬୦ରେ ଫିଲ୍ମ "ଦିଲ୍ ଭି ତେରା ହମ୍ ଭି ତେରେ"ରୁ କ୍ୟାରିୟର ଆରମ୍ଭ କରିଥିଲେ ଧର୍ମେନ୍ଦ୍ର । ଧିରେ ଧିରେ ଲୋକଙ୍କ ହୃଦୟରେ ଘର କରି ନେଇଥିଲେ । କିନ୍ତୁ ଏହି ଯାତ୍ରା ଏତେଟା ସହଜ ନଥିଲା ।
୨୦୦ ଟଙ୍କାରେ ଚଳୁଥିଲେ
ପଞ୍ଜାବ ଲୁଧିଆନାରେ ଜନ୍ମିତ ଧର୍ମେନ୍ଦ୍ର ତାଙ୍କ ସଂଘର୍ଷକୁ ମନେ ପକାଇ ଭାବବିହ୍ଵଳ ହୋଇ ଯାଆନ୍ତି । ସେ କହିଥିଲେ, "ମୁମ୍ବାଇ ଆସିବା ପରେ ଆରମ୍ଭରେ ସେ ଗ୍ୟାରେଜରେ ଶୋଉଥିଲେ । ରହିବା ପାଇଁ ମୁମ୍ବାଇରେ ତାଙ୍କ ପାଖରେ ଘର ନଥିଲା । କିନ୍ତୁ ଟଙ୍କା ରୋଜଗାର ନିଶା ତାଙ୍କ ଭିତରେ ରହିଥିଲା । ତେଣୁ ସେ ପାର୍ଟ ଟାଇମ୍ କାମ ଭାବେ ଡ୍ରିଲିଂ ଫାର୍ମରେ କାମ କରୁଥିଲେ, ଯେଉଁଠି ତାଙ୍କୁ ୨୦୦ ଟଙ୍କା ମିଳୁଥିଲା । ଆଉ ସେତିକି ଟଙ୍କାରେ ମୁମ୍ବାଇରେ ଚଳିବା ମୁସ୍କିଲ୍ ଥିଲା । ଅଧିକ ଟଙ୍କା ରୋଜଗାର ପାଇଁ ସେ ଓଭରଟାଇମ୍ କରୁଥିଲେ ।"
ଧର୍ମେନ୍ଦ୍ରଙ୍କ ୧୯୬୦ରେ ହିନ୍ଦୀ ସିନେମାରେ ପାଦ ରଖି ପ୍ରାୟ ୩୦୦ଟି ଚଳଚ୍ଚିତ୍ରରେ କାମ କରିଥିଲେ । ୧୯୭୦ର ମଧ୍ୟ ଭାଗରେ ସେ ଦୁନିଆର ସବୁଠାରୁ ହ୍ୟାଣ୍ଡସମ୍ ପୁରୁଷ ଭାବେ ସ୍ଥାନ ପାଇଥିଲେ । ଧର୍ମେନ୍ଦ୍ରଙ୍କୁ ମିଳିଥିଲା ୱାର୍ଲଡ ଆଇରନ୍ ମ୍ୟାନ୍ ଆୱାର୍ଡ । ତାଙ୍କର ହିଟ୍ ଫିଲ୍ମ ମଧ୍ୟରେ "ସତ୍ୟକାମ", "ଖାମୋସି", "ଶୋଲେ", କ୍ରୋଧି" ଏବଂ "ୟାଦୌଁ କି ବାରାତ" ଆଦି ଅନ୍ୟତମ ।
ଏଥିସହ ପଢ଼ନ୍ତୁ: ୩୦୦ରୁ ଅଧିକ ଫିଲ୍ମରେ କାମ କରିଥିଲେ, ହେଲେ ଶେଷ ଫିଲ୍ମ ଦେଖିବାକୁ ରହିଲେନି...
୨ଟି ବିବାହ କରିଥିଲେ
ଭେଟେରାନ୍ ଅଭିନେତା ଧର୍ମେନ୍ଦ୍ର କରିଥିଲେ ୨ଟି ବିବାହ । ପ୍ରଥମେ ପ୍ରକାଶ କୌରଙ୍କୁ ବିବାହ କରିଥିବା ଧର୍ମେନ୍ଦ୍ର, ହେମା ମାଳିନୀଙ୍କୁ ଦ୍ଵିତୀୟ ବିବାହ କରିଥିଲେ । ଧର୍ମେନ୍ଦ୍ରଙ୍କ ଛଅ ଛୁଆ ଅଛନ୍ତି । ଧର୍ମେନ୍ଦ୍ର ଓ ପ୍ରକାଶ କୌରଙ୍କର ୪ଟି ଛୁଆ ସନି ଦେଓଲ, ବବି ଦେଓଲ, ବିଜେତା ଦେଓଲ ଓ ଅଜିତା ଦେଓଲ । ସେହିଭଳି ହେମାମାଳିନୀଙ୍କ ଦୁଇ ଛୁଆ ଈଶା ଓ ଅହାନା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories