Videos
|
Entertainment

Govinda Sunita Controversy / 'ଆଗକୁ ମୋର ଆବଶ୍ୟକ ପଡ଼ିପାରେ, ଦେଖିଚାହିଁ କଥା କହୁ'; ପତ୍ନୀଙ୍କ ବୟାନ ପରେ ରାଗିଗଲେ ଗୋବିନ୍ଦା

Debashree Debasmita Sahoo
Browse all articles by Debashree Debasmita Sahoo
·1 month ago·2 min read
'ଆଗକୁ ମୋର ଆବଶ୍ୟକ ପଡ଼ିପାରେ, ଦେଖିଚାହିଁ କଥା କହୁ'; ପତ୍ନୀଙ୍କ ବୟାନ ପରେ ରାଗିଗଲେ ଗୋବିନ୍ଦା
Govinda Sunita Controversy

Key Points

ଝିଅ ବୟସର ଯୁବତୀଙ୍କ ସହ ବୁଲିବା ପ୍ରସଙ୍ଗ
ଆସିଲା ଅଭିନେତା ଗୋବିନ୍ଦାଙ୍କ ପ୍ରତିକ୍ରିୟା
ପତ୍ନୀ ସୁନୀତାଙ୍କ ଉପରେ ରାଗିଗଲେ
କହିଲେ 'ଲିମିଟ୍‌ରେ ରୁହ...'
ମୁମ୍ବାଇ: ସୁପରଷ୍ଟାର ଗୋବିନ୍ଦା ଓ ପତ୍ନୀ ସୁନୀତା ଆହୁଜାଙ୍କ ବୈବାହିକ ଜୀବନକୁ ନେଇ ବେଶ ଚର୍ଚ୍ଚା ହେଉଛି । ପ୍ରଥମେ ଛାଡ଼ପତ୍ରକୁ ନେଇ ଚର୍ଚ୍ଚା ପରେ ଏବେ ଗୋବିନ୍ଦାଙ୍କ ଅନେକ ଯୁବତୀଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଥିଲେ ପତ୍ନୀ ସୁନୀତା ଆହୁଜା । ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଗୋବିନ୍ଦା ଜଣେ ଯୁବତୀଙ୍କ ସହ ଏୟାରପୋର୍ଟରେ ନଜର ଆସିଛନ୍ତି । ଗୋବିନ୍ଦା ଜଣେ ଝିଅ ବୟସର ଯୁବତୀଙ୍କ ସହ ବୁଲୁଥିବା ପତ୍ନୀ ଅଭିଯୋଗ କରିବା ପରେ ଆସିଛି ଅଭିନେତା ଗୋବିନ୍ଦାଙ୍କ ପ୍ରତିକ୍ରିୟା । ସେ ପତ୍ନୀଙ୍କୁ ଗୋଟେ ସୀମା ଭିତରେ ରହି କଥାବାର୍ତ୍ତା କରିବାକୁ କହିଛନ୍ତି ।

ନିକଟରେ ପାପ୍ସ ସୁନୀତା ଆହୁଜାଙ୍କୁ ସ୍ଵାମୀ ଗୋବିନ୍ଦା ଓ ରାନୀଙ୍କ ଆଗାମୀ ଫିଲ୍ମ ସମ୍ପର୍କରେ ପଚାରିଥିଲେ । ସେତେବେଳେ ସୁନୀତା କହିଥିଲେ, "ଫିଲ୍ମ ହେବା ତ ଦରକାର । ପ୍ରମୋସନ ଫିଲ୍ମ ହେବା ପରେ ହୋଇଥାଏ । କଣ ଆଉ କହିବା ? ନିଜ ଝିଅ ବୟସର ଯୁବତୀ ସହ ଗୋବିନ୍ଦା ବୁଲୁଛି । ଟିକେ ବି ଲାଜ କରିବା କଥା ।" ସୁନୀତାଙ୍କ ଏହି ବିସ୍ଫୋରକ ବୟାନ ପରେ ଗୋବିନ୍ଦା ମୁହଁ ଖୋଲିଛନ୍ତି ।

  • ରାଗିଗଲେ ଗୋବିନ୍ଦା
ବଲିଉଡ ଅଭିନେତା ଗୋବିନ୍ଦା ଜଣେ ଯୁବ ଅଭିନେତ୍ରୀ କୋମଲ ରାନୀ ସ୍ଵର୍ଣ୍ଣକରଙ୍କ ସମର୍ଥନରେ ପତ୍ନୀଙ୍କ ବୟାନକୁ ନେଇ ରାଗିଯାଇଛନ୍ତି । ସେ କହିଛନ୍ତି, "ଯଦି ଗରିବ ପରିବାରରୁ କୌଣସି ଯୁବତୀ ଫିଲ୍ମ କରିବାକୁ ଆସିଛନ୍ତି, ତାଙ୍କୁ ଏପରି ବଦନାମ କରିବା କଥା ନୁହେଁ । ତୁମକୁ ଭଗବାନ ଶକ୍ତି ଦେଇଛନ୍ତି । ତୁମ ନିକଟରେ ସମ୍ମାନ, ଧନ, କ୍ଷମତା ଓ ଐଶ୍ଵର୍ଯ୍ୟ ରହିଛି । କିନ୍ତୁ ଯଦି ଏହି ସବୁ ଜିନିଷ ଆଉ କାହା ପାଖରେ ନାହିଁ, ଏହାର ଅର୍ଥ ନୁହେଁ ଯେ ତୁମେ ତାଙ୍କୁ ନିଚା ଦେଖାଇବ । ଏ ସବୁ ତୁମକୁ ଶୋଭା ଦେଉନାହିଁ ।"

ପଢନ୍ତୁ ଏହି ଖବର: ନିଜ ଝିଅ ବୟସର ଝିଅକୁ ସାଥୀରେ ଧରି ବୁଲୁଛନ୍ତି…”ନିଜକୁ ଟିକେ ତ ଲାଜ ଲାଗିବା ଦରକାର”…ସ୍ବାମୀଙ୍କ ଉପରେ ବର୍ଷିଲେ ସୁନୀତା

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • 'ତୁମକୁ ଆଗକୁ ମୋର ଆବଶ୍ଯକ ପଡ଼ିପାରେ, ତେଣୁ ଦେଖିକି କଥା କୁହ'
ଗୋବିନ୍ଦା ଆହୁରି କହିଥିଲେ, "ନିକଟରେ ତୁମେ ଯୋଉ ବୟସକୁ ନେଇ ବୟାନ ଦେଉଛ, ତୁମକୁ କହିଦେବାକୁ ଚାହୁଁଛି ଯେ ନିକଟ ଭବିଷ୍ୟତରେ ଅନେକ ସୁପରଷ୍ଟାର ନିଜଠାରୁ କମ ବୟସର କଳାକାରଙ୍କ ସହିତ କାମ କରିଛନ୍ତି । ସେହି ଅଭିନେତ୍ରୀଙ୍କୁ ବି ଫିଲ୍ମ ମିଳିଛି । ଜଣେ କମ ବୟସର ଅଭିନେତ୍ରୀଙ୍କ ସହ କାମ କଲେ ବୟସ୍କ ଅଭିନେତା ବି ଛୋଟ ବୟସର ଲାଗନ୍ତି । କିନ୍ତୁ ତୁମେ ବୋଧେ ଚାହୁଁନ ମୁଁ ଯୁବକ ଲାଗେ । ତୁମକୁ ଆଗକୁ ମୋର ଆବଶ୍ଯକ ପଡ଼ିପାରେ । ଏଣୁ ଟିକେ ସୀମା ଭିତରେ ରହି କଥାବାର୍ତ୍ତା କର । ଏହା ହିଁ ମୋର ତୁମକୁ ଅନୁରୋଧ ।"