Big B Viral Post / ଭାଇରାଲ ହେଉଛି ଅମିତାଭ ବଚ୍ଚନଙ୍କ ପୋଷ୍ଟ; ରାତିଅଧରେ କହିଲେ 'ବଞ୍ଚିଗଲି'
·13 mins ago·2 min read

Key Points
ଅମିତାଭ ବଚ୍ଚନଙ୍କୁ ମିଳିଥିଲା ଧମକ
ପୋଲିସ ୨ଜଣଙ୍କୁ ଗିରଫ ବି କରିସାରିଛି
ତେବେ କାହିଁକି 'ବଞ୍ଚିଗଲି' ପୋଷ୍ଟ କଲେ ଅମିତାଭ
ପୋଲିସ ୨ଜଣଙ୍କୁ ଗିରଫ ବି କରିସାରିଛି
ତେବେ କାହିଁକି 'ବଞ୍ଚିଗଲି' ପୋଷ୍ଟ କଲେ ଅମିତାଭ
ମୁମ୍ବାଇ: ରାତି ଅଧରେ ବଲିଉଡର ଦିଗ୍ଗଜ ଅଭିନେତା ଅମିତାଭ ବଚ୍ଚନଙ୍କ କ୍ରିପ୍ଟିକ୍ ପୋଷ୍ଟ । ଏକ୍ସରେ ପୋଷ୍ଟ କରି ଲେଖିଲେ "ବଞ୍ଚିଗଲି" । ବିଗ ବିଙ୍କୁ କିଛି ଦିନ ହେଲା ଧମକ ମିଳିବା ପରେ ବର୍ଷିୟାନ ଅଭିନେତାଙ୍କ ଏହି ପୋଷ୍ଟକୁ ନେଇ ବେଶ ଚର୍ଚ୍ଚା ହେଉଛି । ଲଗାତାର ୩ଥର ଧମକ ମିଳିବା ପରେ ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଥିଲା । ଜଲସା ବାହାରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଥିଲା । ଏହାରି ଭିତରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଦୁଇ ସୁଟରଙ୍କୁ ଗିରଫ କରିଛି, ଯେଉଁମାନଙ୍କ କନେକ୍ସନ ଲରେନ୍ସ ବିଷ୍ଣୋଇ ସହ ଅଛି ।
ଦିଲ୍ଲୀ ପୋଲିସର କହିବାନୁସାରେ, ଦୁଇ ସୁଟରଙ୍କୁ ଗିରଫ କରିବା ପରେ ଅଭିନେତାଙ୍କ ଉପରେ ଆକ୍ରମଣ କରିବା ଷଡ଼ଯନ୍ତ୍ର ପଣ୍ଡ ହୋଇଛି । ଏହି ଆକ୍ରମଣ ଅମିତାଭଙ୍କ ୧୯୮୪ ଶିଖ ଧର୍ମାବଲମ୍ବୀ ବିରୋଧୀ ଏକ ବୟାନକୁ ନେଇ ହେବାର ଥିଲା । ସୁଟରଙ୍କୁ ଗିରଫ କରିବା ପରେ ବିଗ ବିଙ୍କ ଏହି କ୍ରିପ୍ଟିକ୍ ପୋଷ୍ଟ ଆସିଛି ।
ପଢନ୍ତୁ ଏହି ଖବର: ଅମିତାଭ ବଚ୍ଚନଙ୍କ 'ଜଲସା'କୁ ବୋମାରେ ଉଡ଼ାଇବାକୁ ଧମକ…ଟାର୍ଗେଟ୍ରେ ବମ୍ବେ ହାଇକୋର୍ଟ, BSE

T 5847 - बच गए
— Amitabh Bachchan (@SrBachchan) November 14, 2026
- 'ବଞ୍ଚିଗଲି' ପୋଷ୍ଟକୁ ନେଇ ଚର୍ଚ୍ଚା
- ଦୁଇ ସୁଟରଙ୍କ ଥିଲା ଦୁଇଟି ଭିନ୍ନ ପ୍ଲାନ୍
ପଢନ୍ତୁ ଏହି ଖବର: ଅମିତାଭ ବଚ୍ଚନଙ୍କ 'ଜଲସା'କୁ ବୋମାରେ ଉଡ଼ାଇବାକୁ ଧମକ…ଟାର୍ଗେଟ୍ରେ ବମ୍ବେ ହାଇକୋର୍ଟ, BSE
- ଅମିତାଭଙ୍କୁ ଗୋଟିଏ ମାସରେ ୩ଟି ଧମକି
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories