Videos
|
Entertainment

Amitabh Bacchan / "ମୋ ଇଚ୍ଛା ଅପୂର୍ଣ୍ଣ ରହିଗଲା"; ୮୪ ବର୍ଷରେ ଏମିତି କାହିଁକି କହିଲେ ବିଗ ବି

Debashree Debasmita Sahoo
Browse all articles by Debashree Debasmita Sahoo
·34 mins ago·2 min read
"ମୋ ଇଚ୍ଛା ଅପୂର୍ଣ୍ଣ ରହିଗଲା"; ୮୪ ବର୍ଷରେ ଏମିତି କାହିଁକି କହିଲେ ବିଗ ବି
Amitabh Bacchan

Key Points

ମନୋରଞ୍ଜନ ଜଗତର ବିଗ ବି ଅମିତାଭ ବଚ୍ଚନ
୮୪ ବର୍ଷ ବୟସରେ କହିଲେ ନିଜର ମନ କଥା
ତାଙ୍କର ଏକ ବଡ଼ ଇଚ୍ଛା ଅପୂର୍ଣ୍ଣ ଥିବା କଲେ ଖୁଲାସା
ମୁମ୍ବାଇ: ବଲିଉଡ ଜଗତର ବିଗ ବିଙ୍କ ଭାରି ସ୍ଵର ଓ ଦମଦାର ଅଭିନୟ ପାଇଁ ସେ ମନୋରଞ୍ଜନର ଜଗତର ଜଣେ ପ୍ରତିଷ୍ଠିତ ଚେହେରା । ଏପରିକି ଆଜିକାଲିର ଯୁବପିଢିମାନେ ମଧ୍ୟ ତାଙ୍କୁ ପସନ୍ଦ କରନ୍ତି । ୮୪ ବର୍ଷ ବୟସରେ ବି ଅମିତାଭ ବଚ୍ଚନ ଆକ୍ଟିଭ ଅଛନ୍ତି ଓ ଅନେକ ଟିଭି ଶୋ', ଫିଲ୍ମରେ ନଜର ଆସୁଛନ୍ତି । ହେଲେ ପରିଣତ ବୟସରେ ବିଗ ବିଙ୍କ ରହିଯାଇଛି ଏକ ବଡ଼ ଇଚ୍ଛା, ଯାହାକୁ ନେଇ ସେ ଅନୁତାପ କରୁଛନ୍ତି । ବୟସର ଅପରାହ୍ନରେ ପହଞ୍ଚିଥିବାବେଳେ ସେ ନିଜର ଇଚ୍ଛାକୁ ସମସ୍ତଙ୍କ ସାମ୍ନାରେ ପ୍ରକାଶ କରିଛନ୍ତି ।

କ୍ଵିଜ୍ ରିଆଲିଟି ଶୋ' କୌନ ବନେଗା କରୋଡପତି-୧୮ର ଆଗାମୀ ଏପିସୋଡରେ ଅଭିନେତା ନିଜର ସେହି ଇଚ୍ଛା ସମ୍ପର୍କରେ ଖୋଲାଖୋଲି କଥା ହୋଇଛନ୍ତି । ସଙ୍ଗୀତ ଶିଖିବାକୁ ତାଙ୍କର ପ୍ରବଳ ଆଗ୍ରହ ଥିବା ସତ୍ତ୍ଵେ ସେ ଆଜି ପର୍ଯ୍ୟନ୍ତ ଶିଖିପାରିନାହାନ୍ତି, ଯାହାକୁ ନେଇ ସେ ଅବେ ଅନୁତାପ କରୁଥିବା କହିଛନ୍ତି । ଶୋ'ରେ ପ୍ରତିଯୋଗୀ କୃତଜ୍ଞାଙ୍କ ସହ କଥାବାର୍ତ୍ତା ସମୟରେ ସେ ଏହି କଥା କହିଛନ୍ତି ।

କୃତଜ୍ଞା ନାୟର୍ ମେଗାଷ୍ଟାର ଅମିତାଭଙ୍କୁ କହିଥିଲେ, "ସାର୍, ମୋର ଆପଣଙ୍କ ପାଇଁ ଏକ ଅନୁରୋଧ ଅଛି । ମୁଁ ଆପଣଙ୍କୁ କହିଥିଲି ଯେ ମୁଁ କଣ୍ଟେଣ୍ଟ ସୃଷ୍ଟି କରେ । ଏହି ଦେଶରେ ଆପଣଙ୍କଠାରୁ ବଡ଼ କଣ୍ଟେଣ୍ଟ କ୍ରିଏଟର ଆଉ କେହି ନାହିଁ ।" ଏହାପରେ କୃତଜ୍ଞା କହିଥିଲେ ଯେ ସେ ଏକ ଖେଳ ଖେଳିବାକୁ ଚାହାଁନ୍ତି ଯାହା ଦ୍ଵାରା ସେ ଏକ ରିଲ୍ ମଧ୍ୟ ତିଆରି କରିପାରିବେ ଏବଂ କିଛି ଫଲୋଅର୍ସ ହାସଲ କରିପାରିବେ । ଶୋ' ସମୟରେ, କୃତଜ୍ଞା ବଚ୍ଚନଙ୍କୁ ପଚାରିଥିଲେ ଯେ ସେ ତାଙ୍କ ଅତୀତର କୌଣସି ଗୋଟିଏ ଦିନକୁ ପୁନର୍ଜୀବିତ କରିବାକୁ ଚାହାଁନ୍ତି କି ? ଏପରି ଏକ ଦିନ ବଞ୍ଚିବାକୁ ଚାହାଁନ୍ତି, ଯାହାକୁ ସେ କେବେ ବଞ୍ଚିନାହାଁନ୍ତି, କିନ୍ତୁ ସର୍ବଦା ବଞ୍ଚିବାକୁ ଚାହାଁନ୍ତି ।

ପଢନ୍ତୁ ଏହି ଖବର: ଧୋକା ଦେଇଥିଲେ କି ବାଦଶାହ ? ବିଗ୍ ବସ୍‌ରେ ସବୁ କହିଦେଲେ ପୂର୍ବ ପତ୍ନୀ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • "ଗୀତ ଶିଖିବାକୁ ମୋର ପ୍ରବଳ ଆଗ୍ରହ"
ଏଥିରେ ଅମିତାଭ ବଚ୍ଚନ କହିଥିଲେ, "ସତ କହିବାକୁ ଗଲେ, ମୋ ଜୀବନରେ ଏତେ ଘଟଣା ଘଟିଛି ଯେ ମୁଁ ଜାଣିନାହୁଁ ଯେ ମୁଁ କେଉଁ ଦିନକୁ ପୁନର୍ବାର ବଞ୍ଚିବାକୁ ଚାହିଁବି ।" ଅଭିନେତା ଆଗକୁ କହିଥିଲେ ଯେ ତାଙ୍କର ସଙ୍ଗୀତ ଶିଖିବାର ପ୍ରବଳ ଇଚ୍ଛା ଥିଲା, କିନ୍ତୁ ଏହା ଅପୂର୍ଣ୍ଣ ରହିଗଲା । ସେ କହିଥିଲେ, "ମହାଶୟ, ମୁଁ ସଙ୍ଗୀତ ଶିଖି ନାହିଁ ଏବଂ ମୋର ଏଥିପାଇଁ ପ୍ରବଳ ଇଚ୍ଛା ଥିଲା । ଯେତେବେଳେ ମୁଁ ସଂଗୀତଜ୍ଞ ଏବଂ ଗୀତିକାରମାନଙ୍କୁ ଶୁଣେ, ସେତେବେଳେ ଭାବେ, 'ସେମାନେ ଏତେ ଭଲ କିପରି ଗାନ୍ତି ?' ମୁଁ ଏସବୁ କେବେ ଶିଖିପାରିନାହିଁ ।"