Videos
|
Entertainment

Badshah Divorce / ଧୋକା ଦେଇଥିଲେ କି ବାଦଶାହ ? ବିଗ୍ ବସ୍‌ରେ ସବୁ କହିଦେଲେ ପୂର୍ବ ପତ୍ନୀ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·3 min read
ଧୋକା ଦେଇଥିଲେ କି ବାଦଶାହ ? ବିଗ୍ ବସ୍‌ରେ ସବୁ କହିଦେଲେ ପୂର୍ବ ପତ୍ନୀ
Badshah divorce

Key Points

ବିଗ୍ ବସ୍ ସିଜିନ୍ ୨୦ରେ ବଡ଼ ଖୁଲାସା
ବାଦଶାହଙ୍କୁ ନେଇ ସବୁ କହିଦେଲେ ଈଶା
ଈଶା ହେଉଛନ୍ତି ବାଦଶାହଙ୍କ ପୂର୍ବ ପତ୍ନୀ
ମାତ୍ର ୫ ମାସରେ ହୋଇଛି ଛାଡ଼ପତ୍ର
ମୁମ୍ବାଇ: ଦେଶର ଲୋକପ୍ରିୟ ରିଆଲିଟି ଶୋ' ବିଗ୍ ବସ୍‌ର ସିଜିନ୍ ୨୦ ଆରମ୍ଭ ହୋଇସାରିଛି । ଯାହାକୁ ନେଇ ଅନେକ ଦର୍ଶକଙ୍କ ମଧ୍ଯରେ ଉତ୍କଣ୍ଠା ଦେଖିବାକୁ ମିଳିଛି । ତେବେ ଏହି ଅଂଶଗ୍ରହଣକାରୀଙ୍କ ମଧ୍ୟରେ ଅଛନ୍ତି ଜଣାଶୁଣା ରାପର୍‌ ବାଦଶାହଙ୍କ ପୂର୍ବ ପତ୍ନୀ ଈଶା ରେଖି । ବାଦଶାହଙ୍କ ସହ ନିକଟରେ ତାଙ୍କର ଛାଡ଼ପତ୍ର ହୋଇଥିବାବେଳେ ସେ ବିଗ୍‌ ବସ୍‌ରେ ନଜର ଆସିଛନ୍ତି । ନିଜସ୍ଵ ପରିଚୟ ସୃଷ୍ଟି କରିବାକୁ ଆସିଥିବା ଈଶା ଏବେ ବାଦଶାହଙ୍କୁ ନେଇ ଶୋ'ରେ କରିଛନ୍ତି ବଡ଼ ଖୁଲାସା ।

ଯେତେବେଳେ ବିଗ୍ ବସ୍ ଘରେ ସମସ୍ତ ଯୁବତୀମାନେ ଗୁଲ୍ଲୁଙ୍କୁ 'ରେଡ୍ ଫ୍ଲାଗ୍' ବା ଖରାପ ବ୍ୟକ୍ତିତ୍ଵ ବୋଲି କହିଥିଲେ, ସେତେବେଳେ ଈଶାଙ୍କୁ ମଧ୍ଯ ପ୍ରଶ୍ନ କରାଯାଇଥିଲା ଯେ 'କଣ ତୁମେ ନିଜ ଜୀବନରେ କୌଣସି ରେଡ୍ ଫ୍ଲାଗ୍କୁ ଦେଖିଛ ?' ସେତେବେଳେ ଈଶା ଜବାବ ଦେଇଥିଲେ, "ମୁଁ ନିଜ ଜୀବନରେ ସବୁଠୁ ଭଲ ଜଣେ ରେଡ୍ ଫ୍ଲାଗ୍‌କୁ ଦେଖିଛି ।" ଏହାପରେ ଈଶା ଘରର ପୁରୁଷମାନଙ୍କୁ ପ୍ରଶ୍ନ କରିଥିଲେ, "ଯେଉଁ ଲୋକ ଚିଟ୍ କରନ୍ତି, ସେମାନଙ୍କ ଲାଗି ମୁଭ୍ ଅନ୍ କରିବା ସହଜ ହୋଇଥାଏ । ଆପଣମାନଙ୍କୁ କଣ ଲାଗୁଛି, ଯେଉଁ ଲୋକ ଚିଟ୍ କରେ ତାକୁ ସତରେ କଣ ଖରାପ ଲାଗେ ? ବିଶେଷ କରି ଯେଉଁମାନେ ପ୍ଲେବୟ ପରି ହୋଇଥାନ୍ତି ?"


ଏହାପରେ ଗୁଲ୍ଲୁ ଜବାବ ଦେଇଥିଲେ, "ବ୍ୟକ୍ତି ଜଣକ କାହାକୁ ଧୋକା ଦେଇଛନ୍ତି, ଏହି କଥାଟି ତାହା ଉପରେ ନିର୍ଭର କରେ । ଯଦି ସେହି ବ୍ୟକ୍ତି ଜଣକ ମହତ୍ତ୍ଵପୂର୍ଣ୍ଣ , ତେବେ ବ୍ୟକ୍ତି ଜଣକ ବାହାର ଦୁନିଆ ଆଗରେ ସ୍ଵାଭାବିକ ରହିବାକୁ ଚେଷ୍ଟା କରୁଥିବ ବା ତାକୁ କୌଣସି ପ୍ରଭାବ ପଡୁନାହିଁ ବୋଲି ଦର୍ଶାଉଥିଲେ ବି ସେ ଏକୁଟିଆ ବସି ସେହି ବ୍ୟକ୍ତି ବିଷୟରେ ନିଶ୍ଚିତ ଭାବୁଥିବ । ସେ କିଛି ଭୁଲ୍ କରିଛି କି ବୋଲି ଭାବୁଥିବ ।"

  • "ବାଦଶାହଙ୍କୁ କହିଲେ ପ୍ଲେବୟ"
ବିଗ୍ ବସ୍‌ର ଏହି ଭିଡିଓଟି ପ୍ରସାରିତ ହେବାପରେ ସୋସିଆଲ ମିଡିଆ ୟୁଜର୍ସ ଏହାକୁ ବାଦଶାହଙ୍କ ସହିତ ଯୋଡ଼ିଛନ୍ତି । ଈଶା ସେଠି ବାଦଶାହଙ୍କ ବିଷୟରେ କଥା ହେଉଥିଲେ ଓ ତାଙ୍କୁ 'ପ୍ଲେବୟ' ବୋଲି କହୁଥିବା କହିଥିଲେ ୟୁଜର୍ସ । ଆଉ ଜଣେ ୟୁଜର କହିଛନ୍ତି, "କଣ ସତରେ ବାଦଶାହ ଈଶାଙ୍କୁ ଧୋକା ଦେଇଛନ୍ତି ?"

  • ବାଦଶାହଙ୍କୁ ନେଇ ଆଉ କଣ କହିଲେ ଈଶା ?
ଏହାପୂର୍ବରୁ ଈଶା ଶୋ'ର ଏକ ପ୍ରିମିୟର ଭିଡିଓରେ କହିଥିଲେ, "ମୋତେ ପ୍ରେମ ହୋଇଯାଇଥିଲା । ମୁଁ ଯେଉଁ ଜୀବନସାଥୀକୁ ଖୋଜୁଥିଲି, ତାକୁ ପାଇଗଲି ପରି ଲାଗୁଥିଲା । ସେହି ବ୍ୟକ୍ତି (ବାଦଶାହ) ଜଣକ ମୋତେ ଗ୍ରୀନ୍ ଫ୍ଲାଗ୍ ନୁହେଁ ଗ୍ରୀନ୍ ଫରେଷ୍ଟ (ବହୁତ ଭଲ ମଣିଷ) ପରି ଲାଗୁଥିଲେ । ମୁଁ ବିବାହ କରି ଖୁସିରେ ରହିବାକୁ ଚାହୁଁଥିଲି, ଏଥିଲାଗି ମୁଁ ବହୁତ ଉଦ୍ୟମ ମଧ୍ୟ କଲି । କିନ୍ତୁ ଯେତେବେଳେ ନିଜର ଭରସା ଭାଙ୍ଗିଯାଏ, ସେତେବେଳେ ସବୁ ବଦଳି ଯାଇଥିଲା । ମୁଁ ଜାଣିପାରିନଥିଲି ଯେ କେତେବେଳେ ମୁଁ ନିଜେ ମୋ କାହାଣୀରେ ସାଇଡ୍ କ୍ୟାରେକ୍ଟର ପାଲଟିଯାଇଥିଲି ।"

ପଢନ୍ତୁ ଏହି ଖବର: ହନୁମାନ ଅଂଶର ଦ୍ୱିତୀୟ ଭାଗରେ ନଜର ଆସିବେ କି ବିରୁସ୍କା? ପ୍ରଯୋଜକ ଦେଲେ ବଡ଼ ସଙ୍କେତ

  • ଈଶା ଓ ବାଦଶାହଙ୍କ ସମ୍ପର୍କ କିପରି ଥିଲା ?
ବଲିଉଡର ଜଣାଶୁଣା ରାପର୍ ବାଦଶାହ ଓ ପଞ୍ଜାବୀ ଅଭିନେତ୍ରୀ ଈଶା ବିବାହ କରିଥିବା ନେଇ ଖବର ଆସିଥିଲା । ମାର୍ଚ୍ଚରେ ଉଭୟଙ୍କ ବିବାହ ଫଟୋ ମଧ୍ୟ ସାମ୍ନାକୁ ଆସିଥିଲା । ଗତ କିଛି ଦିନ ତଳେ ଉଭୟ ଅଲଗା ହେବାକୁ ଯାଉଥିବା ନେଇ ଏକ ଜଏଣ୍ଟ ପୋଷ୍ଟ କରିଥିଲେ । ଏହି ନିଷ୍ପତ୍ତି ଉଭୟଙ୍କ ସହମତି ଅନୁସାରେ ନିଆଯାଇଥିଲା ଓ ସେମାନଙ୍କ ବ୍ୟକ୍ତିଗତ ଜୀବନ ପ୍ରତି ସମ୍ମାନ ଜଣାଇବା ଲାଗି ସେ ପ୍ରଶଂସକଙ୍କୁ ଅପିଲ୍ କରିଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: