Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ସୋସିଆଲ୍ ମିଡ଼ିଆରେ ଭାଇରାଲ ଡୁପ୍ଲିକେଟ୍‌ ଅମିତାଭ୍ ବଚ୍ଚନ

Jitendra Dash
Browse all articles by Jitendra Dash
·2 years ago·1 min read
ସୋସିଆଲ୍ ମିଡ଼ିଆରେ ଭାଇରାଲ ଡୁପ୍ଲିକେଟ୍‌ ଅମିତାଭ୍ ବଚ୍ଚନ

ଅର୍ଗସ ବ୍ୟୁରୋ : ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାର ଲାଗିଛି ଡୁପ୍ଲିକେଟ୍‌ ଅମିତାଭ୍ ବଚ୍ଚନ । ଯାହାକୁ ଦେଖିଲେ ଆପଣଙ୍କୁ ଲାଗିବ ଏ ଡ଼ୁପ୍ଲିକେଟ୍ ଅମିତାବଚ୍ଚନ ନୁହେଁ ଏ ଅସଲି ଅମିତାଭ୍‌ ବଚ୍ଚନ । ଏହି ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍ ହେବାରେ ଲାଗିଛି । 

ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି କି ଭେଟରାନ୍‌ ଅଭିନେତା ଅମିତାଭ୍‌ ବଚ୍ଚନ ତାଙ୍କ ଡୁପ୍ଲିକେଟ୍‌ଙ୍କୁ ଭେଟିଥିଲେ ଏବଂ ଅମିତାଭ୍‌ ବଚ୍ଚନଙ୍କ ପାଦକୁ ସ୍ପର୍ଶ କରି ତାଙ୍କଠାରୁ ଆଶୀର୍ବାଦ ନେଉଥିବାର ମଧ୍ୟ ଏହି ଭିଡିଓରେ ଦେଖିବାକୁ ମିଳିଥିଲା । 

ଅଧିକ ପଢନ୍ତୁ ମନୋରଞ୍ଜନ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି ଭିଡିଓଟିକୁ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ଅମିତାଭ୍‌ ବଚ୍ଚନଙ୍କ ଡୁପ୍ଲିକେଟ୍‌ କୁହାଯାଉଥିବା ଶଶିକାନ୍ତ ପେଡୱାଲ । ଇନଷ୍ଟାଗ୍ରାମରେ ଏହି ଭିଡିଓ ସେୟାର କରି ସେ ଲେଖିଛନ୍ତି ‘ଗୁରୁଦେବ ଓ ଆପଣମାନଙ୍କ ଆର୍ଶୀବାଦରେ ମୋର ଫଲୋଅର୍ସ ଆଜି ୨ ମିଲିଅନ୍‌ରେ ପହଞ୍ଚିଛି’ । ତେବେ ଏହି ଭିଡିଓ ଅପଲୋଡ୍‌ ହେବା ପରେ ଭଲ ରେସପନ୍ସ ଦେଖିବାକୁ ମିଳିଥିଲା । କିଛି ସମୟ ମଧ୍ୟରେ ଶଶିକାନ୍ତ ପେଡୱାଲଙ୍କ ଏହି ପୋଷ୍ଟରେ ୩ ଲକ୍ଷରୁ ଅଧିକ ଲାଇକ୍‌ ମିଳିସାରିଛି । 

Sponsored
Amitabh Bachchan's Doppelganger Touches His Feet | Argus News