ସଲମାନଙ୍କୁ କୋଳରେ ଉଠାଇ ନାଚିଲେ ଅନନ୍ତ ଅମ୍ବାନୀ

ଅର୍ଗସ ବ୍ୟୁରୋ: ଭାଇଜାନ ସଲମାନ ଖାନଙ୍କ ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସଲମାନ ଅନନ୍ତ ଅମ୍ବାନୀଙ୍କ ପ୍ରିଓ୍ବେଡିଂ ସେରିମନିରେ ମସ୍ତି କରୁଥିବାର ଏହି ଭିଡିଓରେ ଦେଖିବାକୁ ମିଳୁଛି। ଏହି ପ୍ରୋଗ୍ରାମରେ ଶାହାରୁଖ, ସଲମାନ ଏବଂ ଆମୀର ଖାନ ଏକାଠି ଗୋଟିଏ ମଞ୍ଚରେ ନାଚିଥିଲେ।
ଗତ ରାତିରେ ଏହି ଊତ୍ସବରେ ସଲମାନଙ୍କୁ ଏକ ନୂଆ ରୁପରେ ଦେଖିବାକୁ ମିଳୁଛି। ସଲମାନଙ୍କୁ ନିଜ କୋଳରେ ଉଠାଇ ଧରି ଅମ୍ବାନୀ ପରିବାରର ଛୋଟ ପୁଅ ଅନନ୍ତ ଖୁସିରେ ନାଚୁଥିବା ଭିଡ଼ିଓରେ ଦେଖିବାକୁ ମିଳୁଛି। ବିବାହ କରିବାକୁ ଯାଉଥିବା ଅନନ୍ତ ନିଜ ପାଖରେ ଛିଡ଼ା ହୋଇଥିବା ସଲମାନଙ୍କୁ ଉଠାଇ ନାଚିଥିଲେ। ଏହାପରେ ସଲମାନ ଖୁସିରେ ଅନନ୍ତଙ୍କୁ ଆଲିଙ୍ଗନ କରି ବିବାହ ଅଭିନନ୍ଦନ ଜଣାଉଥିବାର ଦେଖିବାକୁ ମିଳୁଛି।
ଉପହାରରେ ରିହାନା ପାଇଲେ ହୀରାର ଛତା
ଏନେଇ ୟୁଜର୍ସ ଭିନ୍ନ ଭିନ୍ନ ମନ୍ତବ୍ୟ ଦେବାରେ ଲାଗିଛନ୍ତି। କେତେକ ସଲମାନ ଏବଂ ଅନନ୍ତଙ୍କ ବନ୍ଧୁତାକୁ ତାରିଫ କରିଛନ୍ତି। ଅନ୍ୟ କେତେକ ୟୁଜର କହିଛନ୍ତି ବୋଧେ ସଲମାନଙ୍କ ବିବାହ ହେଉଛି। ଭାଇଜାନ ବର ଭଳି ଲାଗୁଛନ୍ତି। ଜଣେ ୟୁଜର କହିଛନ୍ତି ଏଭଳି କାମ କେବଳ ଅମ୍ବାନୀଙ୍କ ପୁଅ ହିଁ କରିପାରିବେ। ଅନନ୍ତଙ୍କ ହୃଦୟ ନିର୍ମଳ ବୋଲି କିଛି ୟୁଜର ମନ୍ତବ୍ୟ ଦେଇଛନ୍ତି। ତାଙ୍କ ମନରେ ଧନୀ ହେବାର ଗର୍ବ ନାହିଁ।
📱 Get Argus News App
✨ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର