Videos
|
Entertainment

Baba Neem Karoli / କିଏ ନୀମ୍ କରୋଲୀ ବାବା ? ମାର୍କ ଜୁକରବର୍ଗଙ୍କ ସହ ଖାସ୍ କନେକ୍ସନ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·3 min read
କିଏ ନୀମ୍ କରୋଲୀ ବାବା ? ମାର୍କ ଜୁକରବର୍ଗଙ୍କ ସହ ଖାସ୍ କନେକ୍ସନ
Baba Neem Karoli

Key Points

ବାବା ନୀମ କରୋଲୀଙ୍କ ପ୍ରକୃତ ନାମ କ'ଣ ?
ସେ ୧୨ ବର୍ଷ ବୟସରେ କାହିଁକି ଘର ଛାଡିଥିଲେ ?
ନୀମ କରୋଲୀ ବାବାଙ୍କ ଜୀବନୀ ଉପରେ ଆଧାରିତ ଚଳଚ୍ଚିତ୍ର 'ହନୁମାନ ଅଂଶ' ଏବେ ବେଶ ଚର୍ଚ୍ଚାରେ । ପ୍ରାୟ ୨ କୋଟି ଟଙ୍କା ବଜେଟରେ ନିର୍ମିତ ଏହି ଚଳଚ୍ଚିତ୍ରଟି ଏପର୍ଯ୍ୟନ୍ତ ୧୪୦ କୋଟି ଟଙ୍କାରୁ ଅଧିକ ରୋଜଗାର କରିସାରିଛି । ସୁଟିଂ ସମୟରେ ବାବା ନୀମ କରୋଲୀ ଧାମକୁ ଆସୁଥିବା ଭକ୍ତଙ୍କ ସଂଖ୍ୟା ମଧ୍ୟ ଏବେ ବୃଦ୍ଧି ପାଇଛି । ଚଳଚ୍ଚିତ୍ର ଦେଖିବା ପରେ, ଅନେକ ଲୋକ ତାଙ୍କ ଦର୍ଶନ ପାଇଁ ଉତ୍ତରାଖଣ୍ଡର କୈଞ୍ଚି ଧାମକୁ ଧାଇଁ ଆସୁଛନ୍ତି । ତେବେ କିଏ ଏହି ନୀମ କରୋଲୀ ବାବା ଏବଂ ମାର୍କ ଜୁକରବର୍ଗ, ଷ୍ଟିଭ୍ ଜବ୍ସଙ୍କ ଭଳି ଟେକ୍ ଜାଏଣ୍ଟଙ୍କ ସହ ତାଙ୍କର ସମ୍ପର୍କ କଣ ଜାଣନ୍ତୁ ।

  • ବାବା ନୀମ କରୋଲୀଙ୍କ ପ୍ରକୃତ ନାମ କ'ଣ ?
ଅଧିକାଂଶ ଭକ୍ତ ତାଙ୍କୁ କେବଳ ବାବା ନୀମ୍ କରୋଲୀ ଭାବରେ ଜାଣନ୍ତି । ବହୁତ କମ୍ ଲୋକ ତାଙ୍କର ପ୍ରକୃତ ନାମ ଜାଣନ୍ତି । ବାବା ନୀମ୍ କରୋଲୀଙ୍କ ପ୍ରକୃତ ନାମ ଲକ୍ଷ୍ମୀ ନାରାୟଣ ଶର୍ମା ଥିଲା । ସେ ଉତ୍ତର ପ୍ରଦେଶର ଫିରୋଜାବାଦର ଆକବରପୁରରେ ଏକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ହନୁମାନ ଅଂଶ ଫିଲ୍ମଟି ରିଲିଜ୍ ହେବାପରେ ତାଙ୍କୁ ନେଇ ସାରା ଦେଶରେ ଚର୍ଚ୍ଚା ।

  • ୧୨ ବର୍ଷ ବୟସରେ ଘର ଛାଡିଥିଲେ
ଯେତେବେଳେ ଲକ୍ଷ୍ମୀ ନାରାୟଣ ଛୋଟ ଥିଲେ, ସେତେବେଳେ ତାଙ୍କ ମାଆଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ସାଂସାରିକ ମୋହମାୟାରୁ ତାଙ୍କର ଆଶା ଛାଡ଼ିଯାଇଥିଲା ଏବଂ ସେ ଈଶ୍ୱର ବିଶ୍ଵାସୀ ହୋଇପଡ଼ିଥିଲେ । ରାମଙ୍କୁ ପାଇବା ପାଇଁ ଚେଷ୍ଟାରେ, ସେ ପ୍ରଭୁ ରାମଚନ୍ଦ୍ରଙ୍କ ବଡ଼ ଭକ୍ତ ହନୁମାନଙ୍କୁ ଆରାଧନା କରିବା ଆରମ୍ଭ କଲେ । ସେ ପବନପୁତ୍ର ହନୁମାନଙ୍କ ଭକ୍ତିରେ ଏତେ ମଗ୍ନ ହୋଇଗଲେ ଯେ ୧୨ ବର୍ଷ ବୟସରେ ସେ ଘର ଛାଡିଦେଲେ । ଜଙ୍ଗଲ ମଧ୍ୟ ଦେଇ ସେ ବିଭିନ୍ନ ରାଜ୍ୟ ବୁଲିଲେ । ଲକ୍ଷ୍ମୀ ନାରାୟଣ ହଠାତ୍ ଏପରି ଜ୍ଞାନପ୍ରାପ୍ତ ହେଲେ ଯେ ସେ ତାଙ୍କ ନାମ ତ୍ୟାଗ କଲେ।

  • ବାବାଙ୍କ ନାମ ନୀମ କରୋଲୀ କିପରି ହେଲା ?
ଲକ୍ଷ୍ମୀ ନାରାୟଣ ତାଙ୍କର ସାଂସାରିକ ଜୀବନ ତ୍ୟାଗ କରି ସବୁଠି ଋଷିମାନଙ୍କ ସହିତ ରହୁଥିଲେ। ସେ ତାଙ୍କର ଅଧିକାଂଶ ସମୟ ଭକ୍ତି ଏବଂ ତପସ୍ୟାରେ ବିତାଉଥିଲେ । ଏହି ସମୟରେ ଲୋକମାନେ ତାଙ୍କୁ ମହାରାଜଜୀ ବୋଲି ଡାକୁଥିଲେ । ଗୋଟିଏ ଦିନ ଦକ୍ଷିଣ ଦିଗ ଦେଇ ବୁଲୁଥିବାବେଳେ ସେ ଉତ୍ତର ପ୍ରଦେଶର ଫାରୁଖାବାଦର ନୀମ୍ କରୋରୀଠାରେ ପହଞ୍ଚିଲେ । ବାବା ସେଠାରେ ବହୁତ ଦିନ ରହିଲେ। ସେବେଠାରୁ, ସେ ନୀମ୍ କରୋରୀ ବାବା ଭାବରେ ପରିଚିତ ହେଲେ ।

ପରେ ତାଙ୍କୁ ବାବା ନୀମ୍ କରୋଲୀ ମଧ୍ୟ କୁହାଗଲା । ଏହି ସମୟରେ, କେହି ବାବାଙ୍କ ପ୍ରକୃତ ନାମ ଜାଣି ନଥିଲେ । ତାଙ୍କ ଅନୁଗାମୀମାନଙ୍କ ପାଇଁ ସେ କେବଳ ବାବା ନୀମ୍ କରୋଲୀ ଥିଲେ । ଯେଉଁମାନେ ବାବାଙ୍କ ଉପରେ ବିଶ୍ୱାସ କରୁଥିଲେ ସେମାନେ କୁହନ୍ତି ଯେ ସେ ବହୁତ ଚମତ୍କାରୀ ଥିଲେ । ସେ ମୁହୂର୍ତ୍ତକରେ ଲୋକଙ୍କ ସମସ୍ୟା ଦୂର କରିପାରୁଥିଲେ । ବାବାଙ୍କୁ ଭଗବାନ ହନୁମାନଙ୍କ ଅବତାର ବୋଲି ମଧ୍ୟ ବିବେଚନା କରାଯାଉଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ୩ ଘଣ୍ଟା ଧରି ଅଟକିଥିଲା ସୁଟିଂ, ହନୁମାନ ଚାଳିଶା ପରେ ବଦଳିଗଲା ଚିତ୍ର!

ତେବେ ଆଇଫୋନ ନିର୍ମାତା କମ୍ପାନୀ ଆପଲ୍‌ର ସହପ୍ରତିଷ୍ଠାତା ଷ୍ଟିଭ୍ ଜବ୍ ୧୯୭୪ ମସିହାରେ ନୀମ କରୋଲୀ ବାବାଙ୍କ ସମ୍ପର୍କରେ ଶୁଣି ଭାରତ ଆସିଥିଲେ । କିନ୍ତୁ ଏହାର ଗୋଟିଏ ବର୍ଷ ପୂର୍ବରୁ ବାବାଙ୍କ ଦେହାନ୍ତ ହୋଇସାରିଥିଲା । ତଥାପି ସେ ଏଠାରେ ୭ ମାସ ରହିଥିଲେ । ଏହାରି ମଧ୍ୟରେ ସେ ଭାରତ ବୁଲିଥିଲେ । ଏଠାରୁ ତାଙ୍କର ଦୃଷ୍ଟିକୋଣ ପରିବର୍ତ୍ତନ ହୋଇଥିବା ସେ ବିଶ୍ଵାସ କରନ୍ତି । ସେ ନିଜ ଅନୁଭୂତିରୁ ମାର୍କ ଜୁକରବର୍ଗଙ୍କୁ ମଧ୍ୟ ଏହି ସ୍ଥାନ ପରିଭ୍ରମଣ କରିବାକୁ ପରାମର୍ଶ ଦେଇଥିଲେ ।