Videos
|
Entertainment

ସୈଫଙ୍କ ବୟାନ ରେକର୍ଡ କଲା ବାନ୍ଦ୍ରା ପୋଲିସ

Smruti Parija
Browse all articles by Smruti Parija
·1 year ago·2 min read
ସୈଫଙ୍କ ବୟାନ ରେକର୍ଡ କଲା ବାନ୍ଦ୍ରା ପୋଲିସ

Key Points

ଆକ୍ରମଣ ଦିନ ପତ୍ନୀ କରୀନା କପୁରଙ୍କ ସହ ବେଡ୍‌ରୁମ୍‌ରେ ଥିଲେ ସୈଫ

ଅର୍ଗସ ବ୍ୟୁରୋ: ଅଭିନେତା ସୈଫ୍ ଅଲ୍ଲୀ ଖାନ୍‌ଙ୍କୁ ଆକ୍ରମଣ ଘଟଣା । ସୈଫ୍‌ଙ୍କ ବୟାନ ରେକର୍ଡ କରିଛି ବାନ୍ଦ୍ରା ପୋଲିସ । ସୈଫ୍‌ କହିଛନ୍ତି, ୧୬ ଜାନୁଆରୀ ଆକ୍ରମଣ ଦିନ ସେ ତାଙ୍କ ପତ୍ନୀ କରୀନା କପୁରଙ୍କ ସହ ନିଜ ବେଡ୍‌ରୁମ୍‌ରେ ଥିଲେ, ସେତେବେଳେ ସେ ତାଙ୍କ ନର୍ସ ଏଲିୟାମା ଫିଲିପଙ୍କ ଚିତ୍କାର ଶୁଣିଥିଲେ । ସଙ୍ଗେ ସଙ୍ଗେ ସୈଫ୍‌ ଓ କରୀନା ଉଭୟ ତାଙ୍କ ପୁଅ ଜାହାଙ୍ଗୀରର ରୁମ୍‌କୁ ଯାଇଥିଲେ । ସେହି ସମୟରେ ଜାହାଙ୍ଗୀର ବି ଜୋର୍‌ରେ କାନ୍ଦୁଥିଲା ।


ସୈଫ୍‌ ଆକ୍ରମଣକାରୀକୁ କାବୁ କରିବା ସମୟରେ ଆକ୍ରମଣକାରୀ ସୈଫ୍‌ଙ୍କ ପିଠି, ବେକ ଓ ଶରୀରର ଅନ୍ୟ ସ୍ଥାନକୁ ଆକ୍ରମଣ କରିଥିଲା । କଳେ ବଳେ ସେ ନିଜକୁ ଆକ୍ରମଣକାରୀ କବଳରୁ ବଞ୍ଚାଇଥିଲେ ଓ ତାକୁ ଧକ୍କା ବି ଦେଇଥିଲେ । ସେହି ସମୟରେ ସମସ୍ତେ ଭୟଭୀତ ହୋଇଯାଇଥିଲେ । ଆକ୍ରମଣକାରୀ ତାଙ୍କ ନର୍ସକୁ ବି ଆଟାକ୍ କରିଥିବା ସୈଫ୍ ଅଲ୍ଲୀ ଖାନ୍ ପୋଲିସକୁ କହିଛନ୍ତି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସୈଫ ଅଲ୍ଲୀଙ୍କୁ ଆକ୍ରମଣ ମାମଲା , ପୋଲିସ ଖୋଲିଲା ଅଭିଯୁକ୍ତର କାହାଣୀ


ତେବେ ପୂର୍ବରୁ ଅଭିନେତା ସୈଫ ଅଲି ଖାନଙ୍କ ଘରେ ପଶି ଆକ୍ରମଣ ଘଟଣାରେ ରାତିରେ କ୍ରାଇମ ସିନ୍ ରିକ୍ରିଏସନ କରିଛି ପୋଲିସ । ଅଭିଯୁକ୍ତ ମହମ୍ମଦ ସରିଫୁଲ ଇସଲାମ ଶେହଜାଦକୁ ନେଇ ସବୁ ସ୍ଥାନରେ ଯାଞ୍ଚ କରିଛି ପୋଲିସ । ଘଟଣା ରାତିରେ କ’ଣ ଘଟିଥିଲା ତାର ଟିକନିକ ତଥ୍ୟ ଦେଇଛି ଅଭିଯୁକ୍ତ । ବାନ୍ଦ୍ରା ପୋଲିସ ପ୍ରଥମେ ଅଭିଯୁକ୍ତକୁ ନେଇ ସୈଫଙ୍କ ଘରକୁ ଯାଇଥିଲା । ସେଠାରେ ପୋଲିସ ଉପସ୍ଥିତିରେ ଘଟଣା ସମୟରେ କ'ଣ କ'ଣ ଘଟିଥିଲା, କେମିତି ଘଟଣାସ୍ଥଳରେ ପହଞ୍ଚିଥିଲା ଅଭିଯୁକ୍ତ ଏବଂ ସେଠାରୁ କେମିତି ଫେରାର ହୋଇଥିଲା ଗୋଟିଏ ପରେ ଗୋଟିଏ ସବୁ କହିଛି ଅଭିଯୁକ୍ତ ମହମ୍ମଦ ସରିଫୁଲ ଇସଲାମ ଶେହଜାଦ । ସୈଫଙ୍କ ଘରୁ ବାହାରିବା ପରେ ସେ କେଉଁଠିକୁ ଯାଇଥିଲା ଏବଂ ପରବର୍ତ୍ତୀ ସମୟରେ କ'ଣ କ'ଣ ଘଟିଥିଲା ତାର ଟିକନିକ ତଥ୍ୟ ପୋଲିସକୁ ଦେଇଛି ।


ସୈଫ ଅଲ୍ଲୀ ଖାନ୍‌ଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତ ବାଂଲାଦେଶୀ


ସୈଫଙ୍କ ଘରୁ ବାହାରିବା ପରେ ବାନ୍ଦ୍ରା ରେଳ ଷ୍ଟେସନ ଓ ବସ୍ ଷ୍ଟାଣ୍ଡକୁ ନେଇଥିଲା ପୁଲିସ । ସୈଫଙ୍କ ଘରୁ ବାହାରି କେମିତି ଓ କେଉଁଠିକି ଯାଇଥିଲା ଅଭିଯୁକ୍ତ ତାହା ପୋଲିସ ସାମ୍ନାରେ କହିଛି ଅଭିଯୁକ୍ତ ।


ଗତ ଗୁରୁବାର ରାତିରେ ଅଭିନେତା ସୈଫ ଅଲି ଖାନଙ୍କ ଘରେ ପଶି ଚୋରି ଉଦ୍ୟମ କରୁଥିବା ବେଳେ ସୈଫଙ୍କୁ ଆକ୍ରମଣ କରିଥିଲା । ଏଥିରେ ଗୁରୁତର ଆହତ ହେବା ପରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ସୈଫଙ୍କ ଅପରେସନ କରାଯାଇଥିଲା । ଏବେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

bandra-police-recorded-saif-ali-khans-statement | Argus News