Videos
|
Entertainment

Pak Cricketer Recalls Nana / ନାନାଙ୍କୁ ମନ ପକାଇଲେ ପୂର୍ବତନ ପାକ୍ କ୍ରିକେଟର୍; ଫୋନରେ କଣ କଥା ହୁଅନ୍ତି କହିଲେ

Debashree Debasmita Sahoo
Browse all articles by Debashree Debasmita Sahoo
·3 hours ago·3 min read
ନାନାଙ୍କୁ ମନ ପକାଇଲେ ପୂର୍ବତନ ପାକ୍ କ୍ରିକେଟର୍; ଫୋନରେ କଣ କଥା ହୁଅନ୍ତି କହିଲେ
Pak Cricketer Remembers Nana Patekar

Key Points

ନାନାଙ୍କୁ ମନ ପକାଇଲେ ପୂର୍ବତନ ପାକ୍ କ୍ରିକେଟର୍
ସୋସିଆଲ ମିଡିଆରେ ଭାବବିହ୍ବଳ ପୋଷ୍ଟ କଲେ
ନାନାଙ୍କ ସହ ୩୦ ବର୍ଷର ଗଭୀର ବନ୍ଧୁତା ରହିଥିଲା କହିଲେ
ଇସଲାମବାଦ: ପରଲୋକ ପରେ ନାନା ପାଟେକରଙ୍କୁ ମନେ ପକାଇଲେ ପାକିସ୍ତାନର ପୂର୍ବତନ କ୍ରିକେଟର୍ । ବଲିଉଡର ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ୭୫ ବର୍ଷ ବୟସରେ ହୃଦ୍‌ଘାତରେ ପରଲୋକ ହୋଇଛି । ତେବେ ତାଙ୍କ ବିୟୋଗରେ କେବଳ ଭାରତ ନୁହେଁ, ବରଂ ପାକିସ୍ତାନର କ୍ରିକେଟ୍ ଜଗତରେ ମଧ୍ୟ ଶୋକର ଛାୟା ଖେଳିଯାଇଛି । ନାନା ପାଟେକରଙ୍କ ସହ ଦୀର୍ଘ ୩୦ ବର୍ଷର ଗଭୀର ବନ୍ଧୁତା ଓ ମାନବୀୟ ସମ୍ପର୍କକୁ ମନେ ପକାଇ ଏକ ଭାବବିହ୍ୱଳ ବାର୍ତ୍ତା ସେୟାର କରିଛନ୍ତି ପୂର୍ବତନ ପାକିସ୍ତାନ କ୍ରିକେଟର ବାସିତ୍ ଅଲ୍ଲୀ ।

  • ପୁରୁଣା ଦିନକୁ ମନେ ପକାଇଲେ
୧୯୯୪ ମସିହାରେ ପ୍ରଥମ ଥର ପାଇଁ ନାନା ପାଟେକର ଓ ବାସିତ୍ ଅଲ୍ଲୀଙ୍କ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା, ଯାହା ପରବର୍ତ୍ତୀ ସମୟରେ ଏକ ଗଭୀର ସମ୍ପର୍କରେ ପରିଣତ ହୋଇଥିଲା । ବାସିତ୍ ଅଲ୍ଲୀ କହିଛନ୍ତି ଯେ, ଯେତେବେଳେ ତାଙ୍କ ମା’ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ, ନାନା ପାଟେକର ପ୍ରତି ସପ୍ତାହରେ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝୁଥିଲେ । ସେ ବାସିତ୍‌ଙ୍କ ମା’ଙ୍କ ସହ ବହୁ ସମୟ ଗପୁଥିଲେ, ପ୍ରାର୍ଥନା କରୁଥିଲେ ଓ ପୁରୁଣା କାହାଣୀ ସଵୁ ଶୁଣୁଥିଲେ ।

ପଢନ୍ତୁ ଏହି ଖବର: ଜୀବନର ସେହି ଶେଷ ୩ ଘଣ୍ଟା; କେମିତି ଥିଲା ନାନା ପାଟେକରଙ୍କ ଶେଷ ମୁହୂର୍ତ୍ତ ?

ମା’ଙ୍କ ଦେହାନ୍ତ ପରେ ସେ ବାସିତ୍‌ଙ୍କୁ ସାନ୍ତ୍ୱନା ଦେଇଥିଲେ । ସେହିପରି ଯେତେବେଳେ ବାସିତ୍ ନିଜେ ହୃଦ୍‌ରୋଗରେ ପୀଡ଼ିତ ହୋଇ ଷ୍ଟେଣ୍ଟ ଲଗାଇଥିଲେ, ସେତେବେଳେ ମଧ୍ୟ ନାନା ପାଟେକର ଫୋନ୍ କରି ତାଙ୍କ ହାଲ୍‌ଚାଲ୍ ପଚାରି ବୁଝିଥିଲେ । ବାସିତ୍‌ଙ୍କ କହିବା ଅନୁସାରେ, ନାନା ପାଟେକର ଫିଲ୍ମରେ ଯେପରି ଥିଲେ, ବାସ୍ତବ ଜୀବନରେ ମଧ୍ୟ ସେତିକି ନିଷ୍କପଟ, ସରଳ ଓ ମଜାଳିଆ ସ୍ୱଭାବର ଲୋକ ଥିଲେ । ଭାରତ ଭଳି ପାକିସ୍ତାନରେ ମଧ୍ୟ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି ।

  • କେମିତି ହେଲା ନାନାଙ୍କ ମୃତ୍ୟୁ ?
ନାନା ପାଟେକରଙ୍କ ବିଳମ୍ବିତ ରାତିରେ ହିଁ ଦେହ ଖରାପ ହୋଇଥିଲା । ହଠାତ୍ ସେ ଅସୁସ୍ଥତା ଅନୁଭବ କରି ନିଜର ଗୋଆ ସ୍ଥିତ ବାସଭବନରେ ତଳେ ପଡ଼ିଯାଇଥିଲେ । ଗୋଆରେ ନାନା ନିଜ ପୁତୁରା ପ୍ରସାଦ ପାଟେକରଙ୍କ ସହ ରହୁଥିଲେ । ସେ ନିଜ ପୁତୁରାକୁ ଦେହ ଖରାପ ସମ୍ପର୍କରେ କହିଥିଲେ । ଗତ ରାତିରୁ ତାଙ୍କ ମୁଣ୍ଡବିନ୍ଧା ହେଉଛି ଓ କିଛି ଭଲ ଲାଗୁନି ବୋଲି କହିଥିଲେ । ହେଲେ ଠିକ୍ ବିଳମ୍ବିତ ରାତିରେ ତାଙ୍କର ଦେହ ଅଧିକ ଖରାପ ହୋଇଥିଲା । ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ନାନାଙ୍କ ଶେଷ ମୁହୂର୍ତ୍ତରେ ତାଙ୍କ ପୁଅ ମଲହାର ସାଥୀରେ ନଥିଲେ, କାରଣ ସେ ପୁଣେରେ ଥିଲେ। ନାନା ପାଟେକରଙ୍କ ଚିକିତ୍ସା କରିଥିବା ଡାକ୍ତର କହିଥିଲେ ଯେ ଅଭିନେତାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କୁ ବଞ୍ଚାଇବା ପାଇଁ ଡାକ୍ତରୀ ଟିମ ସମସ୍ତ ପ୍ରକାର ଉଦ୍ୟମ କରିଥିଲା । ପ୍ରାୟ ୪୫ ମିନିଟରୁ ୧ ଘଣ୍ଟା ପର୍ଯ୍ୟନ୍ତ ତାଙ୍କୁ ସିପିଆର ଦିଆଯାଇଥିଲା । ମାତ୍ର ତାଙ୍କୁ ବଞ୍ଚାଇପାରିନଥିଲେ ଡାକ୍ତରୀ ଟିମ । ଡାକ୍ତର କହିଥିଲେ ଯେ ଅଭିନେତାଙ୍କ ଘରେ ହିଁ ମୃତ୍ୟୁ ଘଟିସାରିଥିଲା ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: