Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

Govardhan Asrani / ଦୀପାବଳିରେ ଆଖି ବୁଜିଲେ ପ୍ରସିଦ୍ଧ ଅଭିନେତା ଗୋବର୍ଦ୍ଧନ ଅସରାନି, ନିରବି ଗଲା ସମସ୍ତଙ୍କୁ ହସାଉଥିବା ଚେହେରା

Sushanta Sahoo
Browse all articles by Sushanta Sahoo
·8 months ago·2 min read
ଦୀପାବଳିରେ ଆଖି ବୁଜିଲେ ପ୍ରସିଦ୍ଧ ଅଭିନେତା ଗୋବର୍ଦ୍ଧନ ଅସରାନି, ନିରବି ଗଲା ସମସ୍ତଙ୍କୁ ହସାଉଥିବା ଚେହେରା

Key Points

ହିନ୍ଦୀ ସିନେମାର ବରିଷ୍ଠ, ଭର୍ସାଟାଇଲ୍ ଅଭିନେତା ଗୋବର୍ଦ୍ଧନ ଅସରାନିଙ୍କ ମୃତ୍ୟୁ ହୋଇଛି । ଦୀର୍ଘ ଦିନରୁ ଅସୁସ୍ଥ ଥିବା ଅସରାନି ସୋମବାର ଦୀପାବଳି ଦିନ ୪ଟାରେ ଆଖି ବୁଜିଛନ୍ତି ।
ମୁମ୍ବାଇ: ସେ ସମସ୍ତଙ୍କୁ ହସାଉଥିଲେ । ତାଙ୍କ ହସ ହସ ମୁହଁ ସମସ୍ତଙ୍କୁ ମତୁଆଲା କରୁଥିଲା । ବଲିଉଡ୍‌ର ବିଶିଷ୍ଟ କମେଡିଆନ୍ ଏବଂ ସହ କଳାକାର ଭାବେ ପ୍ରସିଦ୍ଧି ପାଇଥିଲେ । ଅନେକ ହିନ୍ଦୀ ଫିଲ୍ମର ସେ ଥିଲେ ମେରୁଦଣ୍ଡ । ଆଉ ଦୀପାବଳିରେ ସେ ଆଖି ବୁଜିଛନ୍ତି । ୮୪ ବର୍ଷ ବୟସରେ ଅଭିନେତା ଗୋବର୍ଦ୍ଧନ ଅସରାନିଙ୍କ ପରଲୋକ ଘଟିଛି ।

ହିନ୍ଦୀ ସିନେମାର ବରିଷ୍ଠ, ଭର୍ସାଟାଇଲ୍ ଅଭିନେତା ଗୋବର୍ଦ୍ଧନ ଅସରାନିଙ୍କ ମୃତ୍ୟୁ ହୋଇଛି । ଦୀର୍ଘ ଦିନରୁ ଅସୁସ୍ଥ ଥିବା ଅସରାନି ସୋମବାର ଦୀପାବଳି ଦିନ ୪ଟାରେ ଆଖି ବୁଜିଛନ୍ତି । ରାଜସ୍ଥାନ ଜୟପୁରରେ ଜନ୍ମିତ ଅସରାନି ୫ ଦଶନ୍ଧି ଧରି ବଲିଉଡ୍‌ରେ ରାଜ୍ କରିଥିଲେ ।

ଏଥିସହ ପଢ଼ନ୍ତୁ: ୨୮ ପୃଷ୍ଠାର ସୁଇସାଇଡ୍‌ ନୋଟ୍‌ରେ ସାଂଘାତିକ ଅଭିଯୋଗ, OLA ଫାଉଣ୍ଡରଙ୍କ ନାଁରେ ଏତଲା

ପ୍ରାୟ ୩୫୦ଟିରୁ ଅଧିକ ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିଲା ଅସରାନିଙ୍କ ଅଭିନୟର ଯାଦୁ । ୧୯୭୦ ଦଶନ୍ଧି ଥିଲା ଅସରାନଙ୍କ ଯୁଗ । ସେତେବେଳେ ସେ ଥିଲେ ଲୋକପ୍ରିୟ କଲାକାର । 'ମେରେ ଅପନେ', 'କୋଶିସ୍', 'ପରିଚୟ', 'ଅଭିମାନ', 'ଚୁପ୍‌କେ ଚୁପ୍‌କେ', 'ଛୋଟି ସି ବାତ', 'ରଘୁ ଚକ୍କର' ଆଦି ଫିଲ୍ମରେ ତାଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ ରହିଥିଲା । ଅଭିନୟ ସହ ସେ କିଛି ଫିଲ୍ମର ନିର୍ଦ୍ଦେଶନା ଦେବା ସହ କାହାଣୀ ମଧ୍ୟ ଲେଖିଥିଲେ ।

ଦୀର୍ଘ ଦିନରୁ ଅସରାନି ଅସୁସ୍ଥ ଥିବା ବେଳେ ତାଙ୍କୁ ଜୁହୁ ସ୍ଥିତ ଭାରତୀୟ ଆରୋଗ୍ୟ ନିଧି ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଛାତିରେ ପାଣି ଜମି ରହିଥିବା ବେଳେ ଆଜି ତାଙ୍କର ଦେହାନ୍ତ ହୋଇଛି । ଗୋବର୍ଦ୍ଧନ ଅସରାନିଙ୍କ ଦେହାନ୍ତରେ ବଲିଉଡ୍‌ରେ ଶୋକର ଛାୟା ଖେଳି ଯାଇଛି ।

ଏଥିସହ ପଢ଼ନ୍ତୁ: ପର୍ଥରେ ୮ ରନ୍‌ କରି ବଡ଼ ରେକର୍ଡ ନିଜ ନାଁରେ କଲେ ରୋହିତ, ସଚିନ୍‌ଙ୍କୁ ପକାଇଲେ ପଛରେ

୧୯୭୫ରେ ବେଶ୍ ଲୋକପ୍ରିୟ ହୋଇଥିଲେ ଅସରାନି । ସେ କେତେକ ବଲିଉଡ୍ ଚଳଚ୍ଚିତ୍ରର ମୁଖ୍ୟ କଳାକାର ଭାବେ ଅଭିନୟ କରିଥିଲେ । ୧୯୭୭ରେ ଅସରାନି 'ଚାଲ୍ ମୁରାରୀ ହିରୋ ବନନେ'ର କାହାଣୀ ଲେଖିବା ସହ ନିର୍ଦ୍ଦେଶନା ଦେଇଥିଲେ । ୧୯୭୯ରେ 'ସଲାମ ମେମସାବ୍'ର ନିର୍ଦ୍ଦେଶନା ଦେଇଥିଲେ ।

ରାଜସ୍ଥାନରେ ଗ୍ରାଜୁଏସନ୍‌ ପରେ ଅସରାନି ଜଣେ ରେଡିଓ ଆର୍ଟିଷ୍ଟ ଭାବେ କାମ ଆରମ୍ଭ କରିଥିଲେ । ସେ ତାଙ୍କ ପତ୍ନୀ ମଞ୍ଜୁ ବଂସଲ ଈରାନୀଙ୍କ ସହ ମଧ୍ଯ ଏକାଧିକ ଫିଲ୍ମରେ କାମ କରିଛନ୍ତି । ଅଭିନୟରେ ପାରଦର୍ଶିତା ଦେଖାଇଥିବା ଅସରାନି ରାଜନୀତିରେ ବି ପାଦ ଥାପିଥିଲେ । ୨୦୦୪ ମସିହାରେ ସେ କଂଗ୍ରେସରେ ସାମିଲ ହୋଇଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Bollywood Comedian Asrani Passes Away at 84 | Argus News | Argus News