Rajpal Yadav / ପୁଣି କମେଡିଆନ୍ ରାଜପାଲଙ୍କ ଉପରେ ଦୁଃଖର ପାହାଡ; ନିଲାମ ହେଇଯିବ ସମ୍ପତ୍ତି, ଏବେ କଣ କରିବେ..
·1 month ago·2 min read

Key Points
ଚେକ୍ ବାଉନ୍ସ ମାମଲା
ବଢୁଛି ରାଜପାଲଙ୍କ ମୁସ୍କିଲ
ଏବେ ନିଲାମ ହେବ ୨ଟି ପ୍ରପଟି
ବଢୁଛି ରାଜପାଲଙ୍କ ମୁସ୍କିଲ
ଏବେ ନିଲାମ ହେବ ୨ଟି ପ୍ରପଟି
ମୁମ୍ବାଇ: ବଲିଉଡର ଲୋକପ୍ରିୟ ହାସ୍ୟ ଅଭିନେତା ତଥା କମେଡିଆନ ରାଜପାଲ ଯାଦବଙ୍କ ପିଛା ଛାଡୁନି ସମସ୍ୟା । ଚେକ୍ ବାଉନ୍ସ ମାମଲାରେ ପୁଣି ମୁସ୍କିଲ ବଢିବାରେ ଲାଗିଛି । ନିଲାମ ହେବ ରାଜପାଲଙ୍କ ସମ୍ପତ୍ତି । ଗୋଟିଏ ପଟେ ପାଖରେ ଅର୍ଥ ନଥିବାବେଳେ ଏବେ ତାଙ୍କର ୨ଟି ପ୍ରପଟି ସେପ୍ଟେମ୍ବର ୯ ତାରିଖ ସୁଦ୍ଧା ନିଲାମ ହେବାକୁ ଯାଉଛି । ମୁମ୍ବାଇ ସ୍ଥିତ ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ନିଲାମି ପାଇଁ ରାଜପାଲଙ୍କ ଏହି ଦୁଇ ସମ୍ପତ୍ତି ବାହାରେ ନୋଟିସ୍ ଲଗାଇଛି । ରାଜପାଲଙ୍କୁ ଏହି ବ୍ୟାଙ୍କକୁ ୧୬ କୋଟି ୬୧ ଲକ୍ଷ ୬୪ ହଜାର ଟଙ୍କା ଦେବା ବାକି ଅଛି ।
ରାଜପାଲ ନିଜ ଫିଲ୍ମ 'ଅତା ପତା ଲାପତା' ଲାଗି ଏହି ବ୍ୟାଙ୍କରୁ ଋଣ ନେଇଥିଲେ । ବ୍ୟାଙ୍କରୁ ନେଇଥିବା ଟଙ୍କାକୁ ପୈଠ ନକରିବା ପରେ ଏବେ କୋଟି କୋଟି ଟଙ୍କା ଋଣରେ ବୁଡ଼ି ରହିଛନ୍ତି ଏହି ବର୍ଷିୟାନ ଅଭିନେତା । ବ୍ୟାଙ୍କରେ ବନ୍ଧା ପଡ଼ିଥିବା ଏହି ସମ୍ପତ୍ତିକୁ ନେଇ ଏବେ ନୋଟିସ୍ ଆସିଛି । ରାଜପାଲଙ୍କ ଏହି ଦୁଇଟି ସମ୍ପତ୍ତିର ମୂଲ୍ୟ ୩ କୋଟି ୧୯ ଲକ୍ଷ ୨୬ ହଜାର ଟଙ୍କା ବୋଲି ଜଣାପଡ଼ିଛି । ଦୁଇଟି ସମ୍ପତ୍ତି ମଧ୍ୟରେ ଗୋଟିଏ ସହରରେ ଅଛି ଓ ଅନ୍ୟଟି ଗାଁରେ ଥିବା ଜମି ଓ କୋଠା । ସେପ୍ଟେମ୍ବର ୯ ତାରିଖରୁ ଏହାର ନିଲାମି ଆରମ୍ଭ ହେବ ।
ପଢନ୍ତୁ ଏହି ଖବର: ରାଜପାଲ ଯାଦବଙ୍କୁ ଦିଲ୍ଲୀ ହାଇକୋର୍ଟରେ ଝଟ୍କା; ଚେକ୍ ବାଉନ୍ସ ମାମଲାରେ ଯିବେ ଜେଲ୍

- ମାଆଙ୍କ ସମ୍ପତ୍ତି ବନ୍ଧା ପକାଇଥିଲେ
ପଢନ୍ତୁ ଏହି ଖବର: ରାଜପାଲ ଯାଦବଙ୍କୁ ଦିଲ୍ଲୀ ହାଇକୋର୍ଟରେ ଝଟ୍କା; ଚେକ୍ ବାଉନ୍ସ ମାମଲାରେ ଯିବେ ଜେଲ୍
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- କଣ ପୂରା ଘଟଣା ?
Related Topics
Explore more stories