Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

Bollywood News / ବଲିଉଡ ଅଭିନେତ୍ରୀ ଜରୀନ ଖାନଙ୍କ ଦେହାନ୍ତ: ଦୀର୍ଘଦିନଧରି ଅସୁସ୍ଥ ଥିଲେ

Ritu Das
Browse all articles by Ritu Das
·3 months ago·2 min read
ବଲିଉଡ ଅଭିନେତ୍ରୀ ଜରୀନ ଖାନଙ୍କ ଦେହାନ୍ତ: ଦୀର୍ଘଦିନଧରି ଅସୁସ୍ଥ ଥିଲେ
India

Key Points

ଦୀର୍ଘଦିନରୁ ଅସୁସ୍ଥ ଥିଲେ ବଲିଉଡର ଏହି ଅଭିନେତ୍ରୀଙ୍କ ମା'
ସଲମାନ ଖାନ ଷ୍ଟାରଙ୍କ ମାଆଙ୍କ ଦେହାନ୍ତ ହୋଇଛି
ଅଭିନେତ୍ରୀ ସୋସିଆଲ ମିଡିଆରେ ଏହି ଦୁଃଖଦ ଖବର ସେୟାର କରିଛନ୍ତି


ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଜରିନ ଖାନଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି। ସଲମାନ ଖାନ ଷ୍ଟାରଙ୍କ ମାଆଙ୍କ ଦେହାନ୍ତ ହୋଇଛି। ଅଭିନେତ୍ରୀ ସୋସିଆଲ ମିଡିଆରେ ଏହି ଦୁଃଖଦ ଖବର ସେୟାର କରିଛନ୍ତି। ଜରିନଙ୍କ ମା'ଙ୍କ ସାରା ବଲିଉଡରେ ଶୋକର ଛାୟା ଖେଳିଯାଇଛି। ଜରିନ ଖାନଙ୍କ ମାଆ ବହୁତ ଦିନ ଧରି ଅସୁସ୍ଥ ଥିଲେ ଏବଂ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏହି କଷ୍ଟକର ସମୟରେ ଜରିନ ଖାନ ତାଙ୍କ ପ୍ରଶଂସକମାନଙ୍କୁ ତାଙ୍କ ସହିତ ରହିବାକୁ ନିବେଦନ କରିଛନ୍ତି।

ଏହାସହ ପଢ଼ନ୍ତୁ:ଏମିତି ହେଲା ବର୍ଷା ଓ ଭୂମିକମ୍ପ: ଭାଙ୍ଗିଗଲା ରାଜ କପୁରଙ୍କ ପୈତୃକ ଗୃହ

ଅଭିନେତ୍ରୀଙ୍କ ମାଆଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ଜରୀନ ଖାନଙ୍କ ମାଆ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ। ଅକ୍ଟୋବର 2025 ରେ, ଅଭିନେତ୍ରୀଙ୍କ ମାଆ ପରବୀନ ଖାନଙ୍କୁ ଅସୁସ୍ଥତା ଯୋଗୁଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ସମୟ ମଧ୍ୟରେ ଜରୀନ ଖାନ ତାଙ୍କ ପ୍ରଶଂସକଙ୍କ ସହ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅପଡେଟ୍ ସେୟାର କରିଥିଲେ। ଯଦିଓ କିଛି ସମୟ ପରେ ପରବୀନ ଖାନ ଘରକୁ ଫେରିଥିଲେ, 2026 ରେ ତାଙ୍କୁ ପୁଣି ଥରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ, ଅଭିନେତ୍ରୀଙ୍କ ମାଆଙ୍କ ଦେହାନ୍ତ ହୋଇଯାଇଛି। ସଲମାନଙ୍କ ଅଭିନେତ୍ରୀ କହିବାର କାରଣ ସଲମାନ ହିଁ ତାଙ୍କୁ ମୁଭିରେ ପ୍ରତମେ ଡେବ୍ୟୁ କରାଇଥିଲେ। ତାଙ୍କ ମା'ଙ୍କ ମୃତ୍ୟୁ ଖବର ଶୁଣି ଭାଇଜାନ ହସ୍ପିଟାଲରେ ପହଞ୍ଚିଥିବା ଜଣାପଡ଼ିଛି। 

ଏହାସହ ପଢ଼ନ୍ତୁ: ଚେନ୍ନାଇ ସ୍ଥିତ ବାସଭବନରୁ ମିଳିଲା ଅଭିନେତ୍ରୀଙ୍କ ମୃତଦେହ...ଆତ୍ମହତ୍ୟା କରିଥିବା ସନ୍ଦେହ

କେଉଁଠାରେ ଏବଂ କେବେ ଅନ୍ତିମ ସଂସ୍କାର କରାଯିବ?
ଜରୀନ ଖାନ ତାଙ୍କ ମାଆଙ୍କ ଦେହାନ୍ତ ଘୋଷଣା ନିଜେ କରିଥିଲେ ଏବଂ ଅନ୍ତିମ ସଂସ୍କାର ବିଷୟରେ ବିବରଣୀ ମଧ୍ୟ ସେୟାର କରିଛନ୍ତି। ପୋଷ୍ଟରେ ଲେଖାଥିଲା, "ଆପଣଙ୍କୁ ଜଣାଇବା ପାଇଁ ଯେ ଆମର ପ୍ରିୟ ପରବୀନ ଖାନ, ଜରୀନ ଖାନ ଏବଂ ସାନା ଖାନଙ୍କ ମାଆ, ଏପ୍ରିଲ ୮ତାରିଖରେ ଶାନ୍ତିପୂର୍ଣ୍ଣ ଭାବରେ ଦେହାନ୍ତ ହୋଇଛି। ତାଙ୍କର ଶେଷକୃତ୍ୟ ମୁମ୍ବାଇର ଆମଧେରୀ ପଶ୍ଚିମରେ ଥିବା ଭର୍ସୋଭା ମୁସଲିମ କବରସ୍ଥାନରେ କରାଯିବ। ଆଲ୍ଲାହ ତାଙ୍କୁ ଜନ୍ନତୁଲ ଫିରଦୌସରେ ସର୍ବୋଚ୍ଚ ସ୍ଥାନ ପ୍ରଦାନ କରନ୍ତୁ। ଆମେନ!"
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Zarine Khan passes away after long illness Bollywood mourns industry | Argus News