Asha Bhosle Death / ବଲିଉଡରୁ ଆସିଲା ଦୁଃଖ ଖବର; ଚାଲିଗଲେ ଏହି ବର୍ଷିୟାନ ଗାୟିକା
·5 months ago·3 min read

Key Points
୯୨ ବର୍ଷରେ ଦୁନିଆକୁ ଅଲବିଦା କହିଲେ ପ୍ରସିଦ୍ଧ ଗାୟିକା
ହୃଦଘାତ ଯୋଗୁଁ ଏପ୍ରିଲ ୧୧ରେ ମୁମ୍ବାଇ ବ୍ରିଚ କ୍ୟାଣ୍ଡିରେ ଭର୍ତ୍ତି ହୋଇଥିଲେ
ଏକାଧିକ ଅଙ୍ଗ ଖରାପ ହୋଇଯିବାରୁ ମୃତ୍ୟୁ
ହୃଦଘାତ ଯୋଗୁଁ ଏପ୍ରିଲ ୧୧ରେ ମୁମ୍ବାଇ ବ୍ରିଚ କ୍ୟାଣ୍ଡିରେ ଭର୍ତ୍ତି ହୋଇଥିଲେ
ଏକାଧିକ ଅଙ୍ଗ ଖରାପ ହୋଇଯିବାରୁ ମୃତ୍ୟୁ
ବଲିଉଡର ଆସିଲା ଦୁଃଖଦ ଖବର । ଆଉ ନାହାନ୍ତି ବଲିଉଡର ପ୍ରସିଦ୍ଧ ଗାୟିକା ଆଶା ଭୋସଲେ । ୯୨ ବର୍ଷରେ ଦୁନିଆକୁ କହିଛନ୍ତି ଅଲବିଦା । ସେ ଗତକାଲି (ଏପ୍ରିଲ ୧୧)ରେ ହୃଦଘାତର ଶିକାର ହୋଇଥିଲେ । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ତୁରନ୍ତ ହସ୍ପିଟାଲ ପହଞ୍ଚାଇଥିଲେ ଏବଂ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ । ତେବେ ରବିବାର ମଧ୍ୟାହ୍ନ ୧୨ଟାରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ଶରୀରର ଏକାଧିକ ଅଙ୍ଗ ଖରାପ ହୋଇଯିବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି ।
ତେବେ ୨୦୨୫ ବର୍ଷ ବଲିଉଡ୍ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଭଲ ନଥିଲା । ସେହି ବର୍ଷ ଅନେକ କଳାକାରଙ୍କ ଦେହାନ୍ତ ହୋଇଥିଲା । ଏବେ ୨୦୨୬ରେ ମଧ୍ୟ ଭାରତୀୟ କଳା ଜଗତ ପାଇଁ ଏକ ବଡ଼ କ୍ଷତି ହୋଇଛି । ଆଶା ଭୋସଲେ ପ୍ରାୟ ଆଠ ଦଶନ୍ଧି ଚଳଚ୍ଚିତ୍ର ଶିଳ୍ପ ପାଇଁ ଉତ୍ସର୍ଗ କରିଥିଲେ ଏବଂ ସାରା ବିଶ୍ୱରେ ଦେଶକୁ ଗୌରବାନ୍ଵିତ କରିଥିଲେ । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଚିନ୍ତା ପ୍ରକଟ କରିଥିଲେ ।

- କାଲି ହେବ ଅନ୍ତିମ ସଂସ୍କାର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ଏହି ଫିଲ୍ମରେ ଗାଇଥିଲେ ପ୍ରଥମ ଗୀତ

ବଡ଼ ଭଉଣୀ ଲତା ମଙ୍ଗେଶକରଙ୍କ ରାସ୍ତାରେ ଚାଲି ଚାଲି ଆଶା ମଧ୍ୟ ସଙ୍ଗୀତ ଜଗତରେ ପ୍ରବେଶ କରିଥିଲେ । ଆଶା ଭୋସଲେ ନିଜର ପ୍ରଥମ ସଙ୍ଗୀତ ମରାଠୀ ଫିଲ୍ମ 'ମାଝା ବାଲ୍' (୧୯୪୩)ରେ 'ଚଲା ଚଲା ନାୱ ବାଲା' ଗାଇଥିଲେ । ସେହିପରି ବଲିଉଡ଼ର ପ୍ରଥମ ଗୀତ 'ଚୁନରିଆ' (୧୯୪୮) ଫିଲ୍ମରେ 'ଶାୱନ ଆୟା' ଗାଇଥିଲେ । ଏଠାରୁ ହିଁ ଆରମ୍ଭ ହୋଇଥିବା ଆଶାଙ୍କ ସଙ୍ଗୀତର ଯାତ୍ରା ପ୍ରାୟ ୫ ଦଶନ୍ଧି ଧରି ଚାଲିଥିଲା । ସମୟ ସହିତ ଆଶା ଭାରତ ସଙ୍ଗୀତ ଦୁନିଆର ଜଣେ ବର୍ଷିଆନ ଗାୟିକା ପାଲଟିଯାଇଥିଲେ । ଏବେ ଆଶାଙ୍କ ପରଲୋକ ସଙ୍ଗୀତ ଜଗତରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି କରିଛି ।
ଦେଖନ୍ତୁ ଏହି ଖବର: ଆଶାଙ୍କ ବିୟୋଗରେ ସବୁଠି ଶୋକର ଛାୟା... | Asha Bhosle | Music Legend | Indian Music | Bollywood | Tribute
- ଦୁଇ ଥର ବିବାହ କରିଥିଲେ ଆଶା
- ୮୨ ବର୍ଷରେ ଗାଇଛନ୍ତି ୧୨ ହଜାରରୁ ଅଧିକ ଗୀତ
ଅଧିକ ଖବର ପଢନ୍ତୁ...
Related Topics
Explore more stories