Bou Buttu Bhuta / ସମସ୍ତଙ୍କୁ ପଛରେ ପକାଇଲା ଓଡ଼ିଆ ଫିଲ୍ମ, 'ବୋଉ ବୁଟୁ ଭୂତ'କୁ ମିଳିଲା ଶ୍ରେଷ୍ଠ ଚଳଚ୍ଚିତ୍ର ସମ୍ମାନ
·2 months ago·1 min read

Key Points
ମୁମ୍ବାଇରେ ଓଡ଼ିଆ ଫିଲ୍ମର ରାଜ୍
‘ବୋଉ ବୁଟୁ ଭୂତ’ ଜିତିଲା ବଡ଼ ଆୱାର୍ଡ୍
Bollywood ମଧ୍ୟ ହେଲା ଚକିତ
‘ବୋଉ ବୁଟୁ ଭୂତ’ ଜିତିଲା ବଡ଼ ଆୱାର୍ଡ୍
Bollywood ମଧ୍ୟ ହେଲା ଚକିତ
ଓଡ଼ିଶାର ଚଳଚ୍ଚିତ୍ର ଜଗତ ପାଇଁ ଏକ ଗର୍ବର ବିଷୟ । ମୁମ୍ବାଇରେ ଆୟୋଜିତ ପ୍ରତିଷ୍ଠିତ INCA ଆୱାର୍ଡ୍ସରେ ଓଡ଼ିଆ ସିନେମା 'ବୋଉ ବୁଟୁ ଭୂତ' ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ସମ୍ମାନିତ ହୋଇଛି । ପ୍ରଡ୍ୟୁସର୍ସ ଗିଲ୍ଡ ଅଫ୍ ଇଣ୍ଡିଆ ଦ୍ୱାରା ଆୟୋଜିତ INCA ଉତ୍ସବରେ ବଲିଉଡ୍ ଓ ସାଉଥ୍ ତାରକାଙ୍କ ଗହଣରେ ପୁରସ୍କୃତ ହେଲା ଓଡ଼ିଆ ଫିଲ୍ମ ।
ଓଡ଼ିଆ ଚଳଚ୍ଚିତ୍ର ଜଗତ ଆଜି ଜାତୀୟ ସ୍ତରରେ ଏକ ନୂଆ ଇତିହାସ ରଚିଛି । ୨୦୨୫ ମସିହାର ସାରା ଦେଶର ଶ୍ରେଷ୍ଠ ୧୦ଟି ଚଳଚ୍ଚିତ୍ର ମଧ୍ୟରୁ 'ବୋଉ ବୁଟୁ ଭୂତ'କୁ ଏହି ସମ୍ମାନଜନକ ପୁରସ୍କାର ମିଳିଛି । ଏହି ଭବ୍ୟ ପୁରସ୍କାର ବିତରଣ ଉତ୍ସବରେ ବଲିଉଡ୍ ଏବଂ ଦକ୍ଷିଣ ଭାରତୀୟ ସିନେମାର ବହୁ ନାମୀଦାମୀ କଳାକାର ଓ ନିର୍ଦ୍ଦେଶକ ଯୋଗ ଦେଇଥିଲେ । ସେମାନଙ୍କ ଗହଣରେ ଓଡ଼ିଆ କଳା ଓ ସଂସ୍କୃତିର ଏହି ବିଜୟ ଆଜି ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବର ବିଷୟ ପାଲଟିଛି ।
ଦେଖନ୍ତୁ ଏଠାରେ: ବାବୁସାନ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର: Babushaan Mohanty's Bou Buttu Bhuta Bags 3 Big Wins at INCA 2026

ଏହି ସଫଳତା ପାଇଁ ସିନେମାର ସମଗ୍ର ଟିମ୍କୁ ସବୁଆଡୁ ଶୁଭେଚ୍ଛାର ସୁଅ ଛୁଟିଛି । ଏହା କେବଳ ଏକ ସିନେମାର ବିଜୟ ନୁହେଁ, ବରଂ ଓଡ଼ିଆ କାହାଣୀର ବିଶ୍ୱସ୍ତରୀୟ ସ୍ୱୀକୃତି ବୋଲି କୁହାଯାଉଛି ।INCA ଆୱାର୍ଡ୍ସରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ବଡ଼ ସଫଳତା
— Argus News (@ArgusNews_in) April 17, 2026
ମୁମ୍ବାଇରେ ଆୟୋଜିତ ଉତ୍ସବରେ ଓଡ଼ିଆ ସିନେମାର ଦବଦବା
୧୨ଟି ଆଞ୍ଚଳିକ ଭାଷାର ଚଳଚ୍ଚିତ୍ରକୁ ପଛରେ ପକାଇଲା ଓଡ଼ିଆ ସିନେମା
ଓଡ଼ିଆ ସିନେମା 'ବୋଉ ବୁଟୁ ଭୂତ'କୁ ମିଳିଛି ଶ୍ରେଷ୍ଠ ଚଳଚ୍ଚିତ୍ର ସମ୍ମାନ#OdiaCinema #INCA_Awards #ArgusNews pic.twitter.com/3w9Ij1iG4t
ଦେଖନ୍ତୁ ଏଠାରେ: ବାବୁସାନ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର: Babushaan Mohanty's Bou Buttu Bhuta Bags 3 Big Wins at INCA 2026
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories