Bollywood News / ଧୁରନ୍ଧର-୨ ଫିଲ୍ମ ଦେଖିବାକୁ ନେଇ ଦର୍ଶକ ଓ କର୍ମଚାରୀ ହାତାହାତି
·3 months ago·2 min read

Key Points
କଳ୍ପନା ଛକ ମଲ୍ରେ ଥିବା ସିନେମା ହଲରେ ରାତିଅଧରେ ‘ଧୁରନ୍ଧର-୨’ ଫିଲ୍ମକୁ ନେଇ ହଙ୍ଗାମା ସୃଷ୍ଟି ହୋଇଥିଲା। ୧୮ ବର୍ଷରୁ କମ୍ ବୟସ୍କ ପିଲାଙ୍କୁ ଫିଲ୍ମ ଦେଖିବାକୁ ନିଷେଧ ଥିବା ସତ୍ତ୍ୱେ ଗୋଟିଏ ପରିବାର ପିଲାଙ୍କୁ ନେଇ ଆସିଥିଲେ। ଏଥିରୁ ଦର୍ଶକ ଓ କର୍ମଚାରୀଙ୍କ ମଧ୍ୟରେ ପ୍ରଥମେ ପାଟିତୁଣ୍ଡ ହୋଇ ପରେ ହାତାହାତିରେ ପରିଣତ ହୋଇଥିଲା।
ଭୁବନେଶ୍ଵର: ହଲ୍ରେ ହଙ୍ଗାମା, ହାତାହାତି ହେଲେ ଦର୍ଶକ ଓ କର୍ମଚାରୀ । କଳ୍ପନା ଛକ ସ୍ଥିତ ମଲ୍ରେ ଥିବା ହଲ୍ରେ ମାରପିଟ ହୋଇଛି । ରାତି ଅଧରେ ଦେଖିବାକୁ ମିଳିଛି ହାଇଡ୍ରାମା । ଶେଷରେ ପୋଲିସର ହସ୍ତକ୍ଷେପ ପରେ ସ୍ଥିତି ସ୍ଵାଭାବିକ ହୋଇଛି ।
ଧୁରନ୍ଧର-୨କୁ କେବଳ ପ୍ରାତଃ ବୟସ୍କ ଲୋକ ଦେଖିବାକୁ ଅନୁମତି ରହିଛି । ୧୮ ବର୍ଷ ବୟସରୁ କମ୍ ପିଲା ଧୁରନ୍ଧର ଦେଖିବାକୁ ଅନୁମତି ନାହିଁ । ଗୋଟିଏ ପରିବାର ଧୁରନ୍ଧର-୨କୁ ଦେଖିବାକୁ ପିଲାଙ୍କ ସହ ଆସିଥିଲେ । ଫଳରେ ସିନେମା ହଲ୍କୁ ପ୍ରବେଶ ଅନୁମତି ଦେଇ ନଥିଲେ କର୍ମଚାରୀ ।
ଏଥିସହ ପଢ଼ନ୍ତୁ: କେତେ ବଡ଼ ହେଲେଣି ଜୁନିଅର ଠାକୁର ଭାନୁପ୍ରତାପ ! ଆପଣ ବି ଚିହ୍ନିପାରିବେନି
ଯାହାକୁ ନେଇ ପରିବାର ଲୋକ ଓ ହଲ୍ କର୍ମଚାରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା । ପରିବାର ସହ ଜଣେ ନାବାଳକ ଥିବାରୁ ହଲ୍ରେ ଉତ୍ତେଜନା ପରେ ପହଞ୍ଚିଥିଲା ପୋଲିସ । ପୋଲିସ ପହଞ୍ଚି ବୁଝାସୁଝା କରିଥିଲା ।
ମିଳିଥିବା ସୂଚନା ଅନୁସାରେ, ଗୋଟିଏ ପରିବାରର ୧୧ ଜଣ ୭ ହଜାର ଟଙ୍କା ଦେଇ ଟିକେଟ୍ କାଟିଥିଲେ । ସମସ୍ତେ ମିଶି ରଣବୀର ସିଂହ, ସଞ୍ଜୟ ଦତ୍ତଙ୍କ ଧୁରନ୍ଧର-୨ ସିନେମା ଦେଖିବାକୁ ଆସିଥିବା ବେଳେ ସାଙ୍ଗରେ ଥିଲେ ନାବାଳକ । ଯାହାକୁ ନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା ।
ଏଥିସହ ପଢ଼ନ୍ତୁ: ଦିନେ ଅକ୍ଷୟ ଖାନ୍ନାଙ୍କ ସହ କାମ କରିବାକୁ ଚାହୁଁନଥିଲେ ଫାରାହ; ଏବେ କହିଲେ ସତ
କେତେ କମାଇଲାଣି ଧୁରନ୍ଧର-୨ ?
ଫିଲ୍ମ ଧୁରନ୍ଧର-୨ ରିଲିଜ୍ର ତୃତୀୟ ଦିନରେ ବି ହାଉସ୍ ଫୁଲ୍ ରହିଛି । ରଣବୀର ସିଂହ ଓ ଆଦିତ୍ୟ ଧରଙ୍କ ସ୍ପାଈ ଥ୍ରିଲର ଧୁରନ୍ଧର-୨ ରେକର୍ଡ ଭାଙ୍ଗିବାରେ ଲାଗିଛି । ଅଧିକାଂଶ ଫିଲ୍ମ ହଲ୍ରେ ଚାଲିବା ସମୟରେ ୧୦୦ କୋଟି ଛୁଇଁବା ପାଇଁ ସଂଘର୍ଷ କରିଥାନ୍ତି । ଆଉ ଧୁରନ୍ଧର-୨ ମାତ୍ର ୪୮ ଘଣ୍ଟାରେ ରଣବୀର ସିଂହଙ୍କ କ୍ୟାରିୟରକୁ ନୂଆ ସୋପାନରେ ପହଞ୍ଚାଇଛି ।
ବଡ଼ ବଡ଼଼ ସୁପରଷ୍ଟାର ଯାହା କରିପାରି ନାହାନ୍ତି ତାହା ଏହି ଫିଲ୍ମ କରି ଦେଖାଇଛି । ପ୍ରଥମ ଦୁଇ ଦିନରେ ଏହି ଫିଲ୍ମ ୨୦୦ କୋଟି ଟଙ୍କା ଆୟ କରିଛି । କେବଳ ପେଡ୍ ପ୍ରିଭ୍ୟୁ ଶୋରେ ଧୁରନ୍ଧର-୨ ଆୟ କରିଛି ୪୩ କୋଟି ଟଙ୍କା । ଏହା ପରେ ପ୍ରଥମ ଦିନରେ ୧୦୨. ୫୫ କୋଟି ଆୟ ହୋଇଛି । ଦ୍ଵିତୀୟ ଦିନରେ ୮୦.୭୨ କୋଟି ଟଙ୍କା କମାଇଛି । ଯେଉଁଥିରେ ହିନ୍ଦୀରୁ ଧୁରନ୍ଧର-୨କୁ ମିଳିଛି ସର୍ବାଧିକ ୭୮.୯୪ କୋଟି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories